Advertisment

ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ମିଷ୍ଟର ଇଣ୍ଡିଆ ବିଜେତା

ପୂର୍ବତନ ମିଷ୍ଟର ଇଣ୍ଡିଆ ବଡି ବିଲ୍ଡର ମନୋଜ ପାଟିଲ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ମୁମ୍ବାଇରେ ଗତ ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସୁଇସାଡାଲ ନୋଟ୍ ଲେଖିଛନ୍ତି । ନୋଟରେ ସେ ଅଭିନେତା ସାହିଲ୍ ଖାନଙ୍କ ବିରୋଧରେ ସାଇବର୍ ବୁଲିଂ ଓ ମାନସିକ ଭାବେ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି।

author-image
Pallipuspa Samal
manoj patil

manoj patil

ମୁମ୍ବାଇ: ପୂର୍ବତନ ମିଷ୍ଟର୍ ଇଣ୍ଡିଆ ବଡି ବିଲ୍ଡର ମନୋଜ ପାଟିଲ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ମୁମ୍ବାଇରେ ଗତ ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସୁଇସାଡାଲ ନୋଟ୍ ଲେଖିଛନ୍ତି । ନୋଟରେ ସେ ଅଭିନେତା ସାହିଲ୍ ଖାନଙ୍କ ବିରୋଧରେ ସାଇବର୍ ବୁଲିଂ ଓ ମାନସିକ ଭାବେ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି।

Advertisment

ସୁଇସାଇଡାଲ ନୋଟ୍ ସହ ସେ ଏକ ଏକ ଅଡିଓ ପୋଷ୍ଟ କରିଛନ୍ତି, ଯାହା ଏବେ ଭାଇରାଲ୍ ହୋଇଛି। ମନୋଜ ପାଟିଲ ଅଭିନେତା ସାହିଲ୍ ଖାନଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ସେ ଗତ କିଛି ଦିନ ଧରି ହଇରାଣ କରୁଛନ୍ତି। ଏହି କାରଣରୁ ମନୋଜ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିବା କହିଛନ୍ତି। ତେବେ ଗୁରୁତର ଅବସ୍ଥାରେ ମନୋଜଙ୍କୁ ମୁମ୍ବାଇ ସ୍ଥିତ କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Advertisment

ମନୋଜ ପାଟିଲ ନିଜ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଯେ,ତାଙ୍କୁ ପ୍ରତାଡ଼ନା ଓ ବଦନାମ କରାଯାଉ ଥିଲା । ଏ ନେଇ ସେ ଆତ୍ମହତ୍ୟା ଭଳି ବିକୃତ ପଦକ୍ଷେପ ନେଇଛନ୍ତି। ସୂଚନା ଅନୁସାରେ ମିଷ୍ଟର ଇଣ୍ଡିଆ ହେବା ପରେ ମନୋଜ ଅଲମ୍ପିକ ପାଇଁ ଚେଷ୍ଟା ଚଳାଇଥିଲେ। ସାହିଲଙ୍କ ଯୋଗୁ ସେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନାହାନ୍ତି। ସେ ଅଲମ୍ପିକକୁ କେମିତି ନଯିବେ ସେଥିପାଇଁ ସାହିଲ ସବୁବେଳେ ଚେଷ୍ଟା କରୁଥିଲେ ବୋଲି ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ମନୋଜ। ଏନେଇ ମନୋଜ ପାଟିଲଙ୍କ ପରିବାର ଓଶିୱାରା ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ମନୋଜଙ୍କ ପରିବାର ମନସେ ଅଧ୍ୟକ୍ଷ ରାଜ ଠାକରେଙ୍କୁ ସାକ୍ଷାତ କରି ସହାୟତା ପାଇଁ ଅନୁରୋଧ କରିବେ ବୋଲି ଜଣାପଡିଛି । ଏହାଛଡ଼ା ମନୋଜ ଆହୁରି କହିଛନ୍ତି, ସାହିଲ୍ ଖାନ୍ ତାଙ୍କୁ ସୋସିଆଲ ମିଡିଆରେ ବଦନାମ କରୁଥିଲେ। ଆଉ ଏଥିପାଇଁ ସାହିଲ୍ ଆତ୍ମହତ୍ୟା କରିବାକୁ ପଦକ୍ଷେପ ଉଠାଇଥିଲେ।

Manoj Patil Entertainment News
Advertisment
Advertisment