Advertisment

'ରାମ ସେତୁ' ଟିଜର୍ ଦେଖି ଉତ୍ସାହିତ ହେଲେ ଦର୍ଶକ

ରିଲିଜ୍ ହୋଇଛି 'ରାମ ସେତୁ'ର ଟିଜର୍। ଏଥିରେ ଅକ୍ଷୟଙ୍କୁ ଏକ ଦମ୍‌ଦାର୍‌ ଲୁକ୍‌ ଓ ଆକ୍ସନରେ ଦେଖିବାକୁ ମିଳିବେ। ଦର୍ଶକ ଏହାକୁ ଦେଖି ଫିଲ୍ମ ପାଇଁ ଉତ୍ସାହିତ ହୋଇପଡିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
'Ram Setu' Official Teaser Out

Movie Ram Setu teaser out

ଅକ୍ଷୟ କୁମାର, ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ ନୁସରତ ଭରୁଚାଙ୍କ ଆଗାମୀ ଫିଲ୍ମ 'ରାମ୍‌ ସେତୁ'ର ଟିଜର୍‌ ରିଲିଜ୍‌ ହୋଇଛି। ଏହାକୁ ଦେଖି ଫିଲ୍ମ ପାଇଁ ଦର୍ଶକ ମହଲରେ ଉତ୍ସାହ ଖେଳିଯାଇଛି। ଟିଜର୍‌ ପୂର୍ବରୁ ଅକ୍ଷୟ କୁମାର ତାଙ୍କ ପୋଷ୍ଟର୍‌ ଛାଡିଥିଲେ ଯେଉଁଥିରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଟିଜର୍‌ରେ ତାଙ୍କର ଲୁକ୍ ଏବଂ ଆକ୍ସନ୍ ଖୁବ୍ ଦମଦାର ହୋଇଛି।

Advertisment

ଇନ୍‌ଷ୍ଟାଗ୍ରାମ୍‌ରେ 'ରାମ ସେତୁ'ର ଟିଜର୍‌ ରିଲିଜ କରି ଅକ୍ଷୟ କୁମାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ରାମ ସେତୁର ପ୍ରଥମ ଝଲକ... କେବଳ ଆପଣଙ୍କ ପାଇଁ। ବହୁତ ପ୍ରେମର ସହିତ ତିଆରି ହୋଇଛି, ଆଶାକରେ ଏହାକୁ ପସନ୍ଦ କରିବେ।” ଏହି ରୋମାଞ୍ଚକର ଟିଜରରେ ଅକ୍ଷୟଙ୍କୁ ପାଚିଲା ଦାଢି ସହିତ ଉଡୁଥିବା ଲମ୍ବା ଚୁଟିରେ ଆକ୍ସନ୍ ମୋଡ୍‌ରେ ଦେଖିବାକୁ ମିଳେ। ଟିଜର୍‌ରେ ତାଙ୍କ ସହିତ ବାକି କାଷ୍ଟଙ୍କର ଝଲକ ମଧ୍ୟ ଦେଖିବାକୁ ମିଳେ।

‘ରାମ ସେତୁ’ ହେଉଛି ଏକ ଆକ୍ସନ୍-ଆଡ୍‌ବେଞ୍ଚର ଡ୍ରାମା। ଏହି ଫିଲ୍ମ ଜଣେ ପ୍ରତ୍ନତତ୍ତ୍ୱବିତ୍ ଆର୍ଯ୍ୟନ୍ କୁଳଶ୍ରେଷ୍ଠ (ଅକ୍ଷୟ କୁମାର) ଙ୍କ କାହାଣୀକୁ କହେ। ଆର୍ଯ୍ୟନ୍ କୁଳଶ୍ରେଷ୍ଠ ରାମ ସେତୁ ଏକ ମିଥ୍ କି ବାସ୍ତବତା ତାହାକୁ ଅନୁସନ୍ଧାନ କରନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର, ନୁସରତ ଏବଂ ଜ୍ୟାକ୍‌ଲିନ୍‌ଙ୍କ ବ୍ୟତୀତ ସତ୍ୟଦେବ କଞ୍ଚରନ ଏବଂ ଏମ୍‌ ନାସିର୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Advertisment

ଚଳଚ୍ଚିତ୍ର ନିର୍ମାତା ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଅକ୍ଟୋବର ୨୫ରେ ସିନେମା ହଲରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶଥାଉ ଯେ ଏହି ଫିଲ୍ମଟି ଅକ୍ଷୟଙ୍କ କମ୍ପାନୀ କେପ୍ ଅଫ୍ ଗୁଡ୍ ଫିଲ୍ମ ସହିତ ଆମାଜନ୍‌ ପ୍ରାଇମ୍‌ ଭିଡିଓ, ଅବୁଦନ୍ତିଆ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଏବଂ ଲାଇକା ପ୍ରଡକ୍ସନ୍ସରେ ନିର୍ମିତ ହୋଇଛି।

ସୂଚନାଯୋଗ୍ୟ ଯେ, 'ରାମ ସେତୁ' ବ୍ୟତୀତ ଅକ୍ଷୟ କୁମାର ୟାମି ଗୌତମ, ପଙ୍କଜ ତ୍ରିପାଠୀ ଏବଂ ଅରୁଣ ଗୋବିଲଙ୍କ ସହ 'OMG ୨'ରେ ମଧ୍ୟ ନଜର ଆସିବେ। ଏହା ବ୍ୟତୀତ ଟାଇଗର୍‌ ଶ୍ରଫଙ୍କ ସହ 'ବଡେ ମିୟାଁ ଚୋଟେ ମିୟାଁ', ଇମ୍ରାନ ହାଶ୍‌ମିଙ୍କ ସହ 'ସେଲ୍‌ଫି' ଏବଂ ଫିଲ୍ମ ଗୋର୍‌ଖା, କ୍ୟାପ୍‌ସୁଲ୍‌ ଗିଲ୍‌ରେ ଦେଖିବାକୁ ମିଳିବେ।

ନିକଟରେ ଅକ୍ଷୟ କୁମାର ଫିଲ୍ମ ‘କାଠପୁତ୍‌ଲି’ରେ ରକୁଲ ପ୍ରୀତ ସିଂହ, ସରଗୁଣ ମେହେଟ୍ଟା ଏବଂ ଚନ୍ଦ୍ରଚୁଡ ସିଂହଙ୍କ ସହ ନଜର ଆସିଥିଲେ। ଏହି ଫିଲ୍ମଟି ତାମିଲ ଚଳଚ୍ଚିତ୍ର ‘ରତନସନ’ର ଏକ ହିନ୍ଦୀ ରିମେକ୍ ଥିଲା।

Bollywood Akshay Kumar Jacqueline Fernandez Ram Setu
Advertisment
Advertisment