Advertisment

Miss Universe 2022: ମିସ୍ ୟୁନିଭର୍ସ ହେଲେ ଆମେରିକା ସୁନ୍ଦରୀ; ଭାରତୀୟଙ୍କ ହାତରୁ ପିନ୍ଧିଲେ ମୁକୁଟ

ମିସ୍ ୟୁନିଭର୍ସ ୨୦୨୨ର ଟାଇଟଲ ଆମେରିକା ସୁନ୍ଦରୀଙ୍କ ହାତକୁ ଚାଲିଯାଇଛି। ଭାରତର ହରନାଜ୍ ସନ୍ଧୁ ବିୟୁଟି କ୍ୱିନ୍‌ଙ୍କୁ ମିସ୍ ୟୁନିଭର୍ସର ମୁକୁଟ ପିନ୍ଧେଇଛନ୍ତି। ଏହି ମୁକୁଟର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Miss universe 2022 R Bonney Gabriel

Miss universe 2022 r bonney Gabriel

ଶେଷରେ ମିସ୍ ୟୁନିଭର୍ସ ୨୦୨୨ର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏଥର ଟାଇଟଲ୍ ଆମେରିକାର R'Bonny Gabriel(ଆର୍ ବନ୍ନୀ ଗାବ୍ରିଏଲ୍)ଙ୍କ ହାତକୁ ଯାଇଛି। ଆମେରିକାର ନ୍ୟୁ ଅର୍ଲିଅନ୍ ସହରରେ ଅନୁଷ୍ଠିତ ୭୧ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାରା ବିଶ୍ୱର ସୁନ୍ଦରୀମାନେ ଅଂଶଗ୍ରହଣ କରିଥିଲେ।

Advertisment

ଭାରତକୁ ଦିବିତା ରାୟ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ସେ ଶ୍ରେଷ୍ଠ ୫ରେ ସ୍ଥାନ ପାଇପାରି ନଥିଲେ। ଗାବ୍ରିଏଲ୍ ମିସ୍ ୟୁନିଭର୍ସର ମୁକୁଟ ନିଜ ନା’ରେ କରିନେଲେ। ବିଜେତାଙ୍କ ନା’ ଘୋଷଣା ପରେ ଭାରତର ହରନାଜ୍ ସନ୍ଧୁ ବିୟୁଟି କ୍ୱିନ୍‌ଙ୍କୁ ମିସ୍ ୟୁନିଭର୍ସ ୨୦୨୨ର ମୁକୁଟ ପିନ୍ଧେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଦେଶ ବାଛିଦେଲା ଫେମିନା ମିସ୍ ଇଣ୍ଡିଆ, ଜାଣନ୍ତୁ କିଏ ହାତେଇଲେ ଟାଇଟଲ୍

ମିସ୍ ୟୁନିଭର୍ସ ୨୦୨୨ ଟାଇଟଲ୍ ଜିତିବା ପରେ ଗାବ୍ରିଏଲ୍ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ନା’ ଘୋଷଣା ହେବା ମାତ୍ରେ ତାଙ୍କ ମୁହଁରେ ଥିବା ଖୁସି ଏବଂ ଆଶ୍ଚର୍ଯ୍ୟ ସ୍ପଷ୍ଟ ବାରି ହୋଇପଡୁଥିଲା। ଗାବ୍ରିଏଲଙ୍କ ଜିତିବାର ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି, ଯାହା ଉପରେ ବିଶ୍ୱର ବିଭିନ୍ନ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୭୧ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଶ୍ରେଷ୍ଠ ୩ରେ ଯେଉଁ ତିନିଜଣ ସୁନ୍ଦରୀ ସ୍ଥାନିତ ହୋଇଥିଲେ ସେମାନେ ହେଲେ ଆମେରିକାର ଆର୍‌ ବୋନି ଗାବ୍ରିଏଲ୍, ଭେନେଜୁଏଲର ଅମାଣ୍ଡା ଡୁଡାମେଲ୍ ନ୍ୟୁମେନ ଏବଂ ଡୋମିନିକାନ୍ ରିପବ୍ଲିକ୍‌ର ଏଣ୍ଡ୍ରିନା ମାର୍ଟିନେଜ୍। ଗାବ୍ରିଏଲ୍ ମୁକୁଟ ଜିତିଥିବାବେଳେ ଭେନେଜୁଏଲର ଅମାଣ୍ଡା ପ୍ରଥମ ରନର୍ ଅପ୍ ଏବଂ ଏଣ୍ଡ୍ରିନା ମାର୍ଟିନେଜ୍ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। ମିସ୍ ୟୁନିଭର୍ସ ମୁକୁଟ ଜିତିବା ପରେ ବର୍ତ୍ତମାନ ଗାବ୍ରିଏଲଙ୍କ ନା’ ଚାରିଆଡେ ଚର୍ଚ୍ଚାରେ ରହିଛି।

ମୁଁ ଆପଣଙ୍କୁ କହିବି, ଏଥର ମିସ୍ ୟୁନିଭର୍ସର ମୁକୁଟକୁ 'ଫୋର୍ସ ଫର୍ ଗୁଡ୍' ନାମରେ ନାମିତ କରାଯାଇଛି। ଏହି ତାଜକୁ ମୋୱାଡ କମ୍ପାନୀ ପ୍ରସ୍ତୁତ କରିଛି। ଏହି ମୁକୁଟ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ଯେ ମହିଳାମାନଙ୍କ ଦ୍ୱାରା ସୃଷ୍ଟି ଭବିଷ୍ୟତ ସମ୍ଭାବନା ସୀମାଠାରୁ ବହୁ ଆଗରେ। ଏହି ମୁକୁଟର ମୂଲ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ। ରିପୋର୍ଟ ଅନୁଯାୟୀ, ଏହି ମୁକୁଟର ମୂଲ୍ୟ ପ୍ରାୟ ୬ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୪୮ କୋଟି ଟଙ୍କା।

Miss Universe Miss Universe Harnaaz Kaur
Advertisment
Advertisment