• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଉଥ୍ ଇଣ୍ଡଷ୍ଟ୍ରିର ବହୁ ପ୍ରତୀକ୍ଷିତ ଫିଲ୍ମ 'କେଜିଏଫ୍ ୨' ରିଲିଜ୍ ହୋଇସାରିଛି । ଏହି ଫିଲ୍ମ ହଲ୍‌ରେ ଧୁମ୍‌ ମଚେଇଛି । ଫିଳ୍ମ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟ ସତେ ଯେମିତି ପ୍ରତିଯୋଗୀତା ଚାଲିଛି । ଗୁରୁବାର ରିଲିଜ୍‌ ହୋଇଥିବା ଫିଲ୍ମ ରବିବାର ସୁଦ୍ଧା ମାତ୍ର ୪ ଦିନରେ ଫିଲ୍ମଟି ୫୫୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି । ତେବେ ଫିଲ୍ମରେ ୟଶ୍‌ଙ୍କ ଡାଇଲଗ୍‌ ଡେଲିଭରି, ସ୍କ୍ରିନ୍‌ ପ୍ଲେ, ମ୍ୟୁଜିକ୍‌, କଳାକାରଙ୍କ ଦମ୍‌ଦାର ଆକ୍ଟିଂ ଏମିତିକି ଗ୍ରାଫିକ୍ସ କାମ ମଧ୍ୟ ସମସ୍ତଙ୍କ ମନକୁ କିଣି ନେଇଛି । ଫିଲ୍ମଟିକୁ ନିଖୁଣତାର ସହ ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି । ଫିଲ୍ମଟି ବକ୍ ଅଫିସ୍‌ରେ ଖବୁ ଧମାଲ କରିଛି ।

ତେବେ ଏହାରେ ଭିତରେ ସବୁଠୁ ବଡ଼ ଖବର ଏବଂ ରୋଚକ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମଟିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିବା ବେଳେ ଏହାର ସମସ୍ତ ଶ୍ରେୟ ଫିଲ୍ମ ଡାଇରେକ୍ଟର ପ୍ରଶାନ୍ତ ନୀଲଙ୍କୁ ଦିଆଯାଉଛି । ତେବେ ପ୍ରଶାନ୍ତଙ୍କ ବ୍ୟତୀତ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ପରଦା ପଛରେ ରହି ଫିଲ୍ମଟିକୁ ଏକ ଭିନ୍ନ ସ୍ତରକୁ ନେଇଛନ୍ତି । ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ହେଉଛନ୍ତି ଏହି ଫିଲ୍ମର ପରଦା ପଛର ହିରୋ । ଯାହାଙ୍କର ବୟସ ମାତ୍ର ୧୯ ବର୍ଷ । ସେ ନିଜ କାମ ପାଇଁ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ହୃଦୟ ଜିତିଛନ୍ତି ।

ପ୍ରଶାନ୍ତ ନୀଲ 'କେଜିଏଫ୍ ୨' ପାଇଁ ଅନେକ ବଡ଼ ବଡ଼ ଷ୍ଟାର୍‌ଙ୍କୁ କାଷ୍ଟ୍ କରିଥିଲେ । ଆଉ ଏହାରି ଭିତରେ ଜଣେ ୧୯ ବର୍ଷର ବାଳକ ମଧ୍ୟ ଏହି ଫିଲ୍ମର ବଡ଼ ଅଂଶ ଥିଲେ । ଯିଏ କି ଫିଲ୍ମକୁ ଅଧିକ ରୋମାଞ୍ଚକର ଓ ଆକର୍ଷଣୀୟ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପ୍ରଶାନ୍ତ ନୀଲ ଏହି ଆକ୍ସନ୍ ଫିଲ୍ମ ପାଇଁ କୌଣସି ବଡ଼ ନାମୀ ଦାମୀ ଏଡିଟରଙ୍କୁ ଦାୟିତ୍ୱ ଦେଇନଥିଲେ । ଏହି କାମ ପାଇଁ ସେ ଜଣେ ୧୯ ବର୍ଷୀୟ ବାଳକ ଉଜ୍ଜେଲ କୁଲକର୍ଣ୍ଣିଙ୍କ ଉପରେ ଭରସା କରିଥିଲେ । ଉଜ୍ଜେଲ ମଧ୍ୟ ପ୍ରଶାନ୍ତ ନୀଲ୍‌ଙ୍କ ଭରସା ରକ୍ଷା କରିବାରେ ସଫଳ ହୋଇଛନ୍ତି । ସେ ହିଁ ଏହି ଫିଲ୍ମକୁ ଏଡିଟ୍‌ କରିଥିଲେ, ଯାହାକୁ ଆଜି ସମସ୍ତେ ପସନ୍ଦ କରୁଛନ୍ତି ।

୧୯ ବର୍ଷୀୟ ଉଜ୍ଜେଲ ସର୍ଟ ଫିଲ୍ମ ଏଡିଟ କରୁଥିଲେ । ଯେତେବେଳେ ପ୍ରଶାନ୍ତ ନୀଲ ଉଜ୍ଜେଲଙ୍କ କାମ ବିଷୟରେ ଜାଣିବାକୁ ପାଇଲେ ସେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ଏହାପରେ ସେ ଏହି ବଡ ବଜେଟ୍ ଫିଲ୍ମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ । ଆଉ ଉଜ୍ଜେଲ କୁଲକର୍ଣ୍ଣିଙ୍କୁ ଏଡିଟିଂ ଦାୟିତ୍ୱ ଦେଇଥିଲେ । ଉଜ୍ଜେଲ କୁଲକର୍ଣ୍ଣି ପ୍ରଥମେ ଫିଲ୍ମର ଟ୍ରେଲର ଏଡିଟ୍ କରି ପ୍ରଶାନ୍ତ ନୀଲଙ୍କୁ ଦେଖାଇଥିଲେ, ଯାହା ସୁପରହିଟ୍ ଥିଲା । ପ୍ରଶାନ୍ତଙ୍କୁ ମଧ୍ୟ ତାହା ବହୁତ ପସନ୍ଦ ଆସିଥିଲା । ଏହା ପରେ ପ୍ରଶାନ୍ତ ନୀଲ ଏକ ବଡ ନିଷ୍ପତ୍ତି ନେଇଥିଲେ ଆଉ ସମ୍ପୂର୍ଣ୍ଣ ଫିଲ୍ମର ଏଡିଟିଂ ଦାୟିତ୍ୱ ଏହି ୧୯ ବର୍ଷୀୟ ଉଜ୍ଜେଲ କୁଲକର୍ଣ୍ଣିଙ୍କୁ ଦେଇଥିଲେ ।