Advertisment

Manoj Kumar: ମନୋଜ କୁମାରଙ୍କ ଲାଜ ଲାଜ ପ୍ରେମ କାହାଣୀ: ଛାତ ଉପରୁ ହେଉଥିଲା ଭାବ ଦିଆନିଆ

ମନୋଜ କୁମାର ସିନା ଏ ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଅଗଣିତ ସ୍ମୃତି ରହିଯାଇଛି। ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ତେବେ ବହୁତ କମ୍ ଲୋକ ପତ୍ନୀ ଶଶି ଗୋସ୍ୱାମୀଙ୍କ ସହିତ ତାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି। ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Manoj kumar love story with wife shashi goswami

Manoj kumar love story with wife shashi goswami

ମନୋଜ କୁମାର ଆଜି ଏ ଦୁନିଆରୁ ବିଦାୟ ନେଇଛନ୍ତି। ଅଭିନୟ ଦକ୍ଷତା ହେତୁ 'ଭାରତ କୁମାର' ଭାବରେ ପ୍ରସିଦ୍ଧ ମନୋଜ କୁମାର ମଧ୍ୟ ନିର୍ଦ୍ଦେଶନା ଏବଂ ଚଳଚ୍ଚିତ୍ର ନିର୍ମାଣରେ ଭଲ ଇନିଂସ ଖେଳିଥିଲେ।

Advertisment

ମନୋଜ କୁମାର ୨୪ ଜୁଲାଇ ୧୯୩୭ରେ ବ୍ରିଟିଶ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳର ଏକ ଛୋଟ ସହର ଏବଟ୍ଟାବାଦରେ (ବର୍ତ୍ତମାନ ପାକିସ୍ତାନରେ) କୃଷ୍ଣ କୁମାରୀ ଏବଂ ଏଚ୍.ଏଲ୍ ଗୋସ୍ୱାମୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ମନୋଜ କୁମାରଙ୍କ ପ୍ରକୃତ ନାଁ ଥିଲା ହରିକିଶନ୍ ଗିରି ଗୋସ୍ୱାମୀ।

ଦିଲୀପ କୁମାରଙ୍କ ଫିଲ୍ମ 'ଶବନମ୍' ଦ୍ୱାରା ପ୍ରଭାବିତ ହେବା ପରେ ମନୋଜ କୁମାର ତାଙ୍କ ନାଁ ପରିବର୍ତ୍ତନ କରିଥିଲେ। ୧୯୫୭ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଫ୍ୟାଶନ’ ସହିତ ମନୋଜ କୁମାର ଅଭିନୟ ଜଗତରେ ପ୍ରବେଶ କରିଥିଲେ। ମନୋଜ କୁମାର ଶଶି ଗୋସ୍ୱାମୀଙ୍କୁ ବିବାହ କରିଥିଲେ।

Advertisment

ମନୋଜ କୁମାର ସିନା ଏ ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଅଗଣିତ ସ୍ମୃତି ରହିଯାଇଛି। ୧୯୯୦ ଦଶକର ଶେଷ ଭାଗରେ ସେ ଚର୍ଚ୍ଚାରୁ ଦୂରେଇ ଯାଇଥିଲେ, କିନ୍ତୁ ଭାରତୀୟ ଚଳଚ୍ଚିତ୍ରରେ ତାଙ୍କର କାମ ଏବଂ ଅବଦାନ ଆଜି ମଧ୍ୟ ମନେ ଅଛି। ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଆନ୍ତି। କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ପତ୍ନୀ ଶଶି ଗୋସ୍ୱାମୀଙ୍କ ସହିତ ତାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି।

ଅଧିକ ପଢ଼ନ୍ତୁ: ଭେଟେରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

ମନୋଜଙ୍କ ପ୍ରେମ କାହାଣୀ:

ମନୋଜ କୁମାରଙ୍କ ଜୀବନରେ ତାଙ୍କ ବାପାମାଆଙ୍କ ପରେ ଶଶି ଗୋସ୍ୱାମୀ ତାଙ୍କ ଉତ୍ଥାନ-ପତନ ଭରା ଯାତ୍ରାରେ ସାଥ୍ ଦେଇଥିଲେ। କେବେ ସେମାନେ କିପରି ଭେଟିଲେ, ପ୍ରେମରେ ପଡ଼ିଗଲେ ଏବଂ ପରେ ଉଭୟ ବିବାହ କରିବାକୁ ସ୍ଥିର କଲେ ଆସନ୍ତୁ ସେ ବିଷୟରେ ଜାଣିବା।

ନିଜର ଗୁପ୍ତ ପ୍ରେମ କାହାଣୀକୁ ନିଜେ ମନୋଜ କୁମାର ପ୍ରକାଶ କରିଥିଲେ। ମନୋଜ କୁମାର ସେହି ଅଭିନେତା ଯିଏ ନିଜର ବ୍ୟକ୍ତିଗତ ଜୀବନକୁ ଗଣମାଧ୍ୟମ ଆଗରେ ରଖିବାକୁ ପସନ୍ଦ କରୁ ନଥିଲେ। ତାଙ୍କର ବ୍ୟକ୍ତିଗତ ଜୀବନ ସର୍ବଦା ବ୍ୟକ୍ତିଗତ ଥିଲା। ୨୦୧୩ରେ ଏକ ସାକ୍ଷାତକାରରେ ସେ ତାଙ୍କ ପତ୍ନୀ ଶଶି ଗୋସ୍ୱାମୀଙ୍କ ସହ ତାଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ।

ଦେଖୁ ଦେଖୁ ଦେଲେ ହୃଦୟ:

ଅଭିନେତା କହିଥିଲେ ସେ ଯେତେବେଳେ କଲେଜରେ ପଢୁଥିଲେ ପ୍ରଥମ ଥର ପାଇଁ ଶଶି ଗୋସ୍ୱାମୀଙ୍କୁ ଭେଟିଥିଲେ। ସେ ତାଙ୍କ ସାଙ୍ଗଙ୍କ ଘରକୁ ପାଠ ପଢିବା ପାଇଁ ପୁରୁଣା ଦିଲ୍ଲୀ ଯାଉଥିବା ବେଳେ ଏହା ହୋଇଥିଲା।

ସେ କହିଥିଲେ, “ମୋର ଗ୍ରାଜୁଏସନ ସମୟରେ ମୁଁ ଯେତେବେଳେ ପଢିବା ପାଇଁ ମୋ ବନ୍ଧୁଙ୍କ ଘରକୁ ପୁରୁଣା ଦିଲ୍ଲୀ ଯାଉଥିଲି ସେଠାରେ ମୁଁ ପ୍ରଥମ ଥର ପାଇଁ ଶଶିଙ୍କୁ ଦେଖିଥିଲି। ମୁଁ ଭଗବାନଙ୍କ ରାଣ ଖାଉଛି, ମୁଁ ମୋ ଜୀବନରେ କୌଣସି ଝିଅଙ୍କୁ ଖରାପ ନଜରରେ ଦେଖି ନାହିଁ। କିନ୍ତୁ ଶଶିଙ୍କ ପାଖରେ ବୋଧେ କୌଣସି ଯାଦୁ ଥିଲା ଯାହା ଦ୍ୱାରା ମୁଁ ତାଙ୍କ ଚେହେରାରୁ ନଜର କାଢି ପାରି ନଥିଲି।”

ଲାଜରେ ଲାଜରେ ପ୍ରେମ:

ସେ ଆହୁରି ମଧ୍ୟ କହିଥିଲେ ଯେ ଦେଢ ବର୍ଷ ଧରି ଆମେ ଦୁହେଁ ପରସ୍ପରଙ୍କୁ ଦୂରରୁ ଦେଖୁଥିଲୁ। କାରଣ ସେ ସମୟରେ ଆମ ମଧ୍ୟରୁ କେହି ପରସ୍ପର ସହ କଥା ହେବାକୁ ସାହସ କରୁ ନଥିଲେ। ଏହା ଏକ ଏମିତି ପ୍ରେମ ଥିଲା ଯାହା ଧୀରେ ଧୀରେ ଏବଂ ଲାଜ ଲାଜ ସହ ଆରମ୍ଭ ହୋଇଥିଲା, କିନ୍ତୁ ସମୟ ସହିତ ଅଧିକ ଶକ୍ତିଶାଳୀ ହୋଇଥିଲା।

ଶାଶୁ-ଶଳା ବିବାହ ବିରୁଦ୍ଧରେ ଥିଲେ:

ମନୋଜ କୁମାର ଆହୁରି କହିଛନ୍ତି ଯେ ପରସ୍ପର ପ୍ରତି ସେମାନଙ୍କର ଭାବନା ଗଭୀର ହେଲା, ଦୁହେଁ ପରସ୍ପରକୁ ଭେଟିବା ଆରମ୍ଭ କଲେ। ସାଧାରଣତଃ ସାଙ୍ଗମାନଙ୍କ ସହିତ ଏବଂ ପ୍ରାୟତଃ ସିନେମାରେ। ମନୋଜଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ସମର୍ଥନ କରୁଥିଲେ ସତ କିନ୍ତୁ ଶଶିଙ୍କ ପରିବାରରେ ଏହା ଏତେ ସହଜ ନଥିଲା।

ଅଭିନେତା କହିଥିଲେ, “ସାଙ୍ଗମାନଙ୍କ ସହ ଫିଲ୍ମ ଦେଖିବା ପରେ ଆମେ ପ୍ରାୟତଃ ଭେଟିବା ଆରମ୍ଭ କରିଥିଲୁ। ଆମ ସମ୍ପର୍କ ନେଇ ମୋ ବାପାମାଆଙ୍କର କୌଣସି ଆପତ୍ତି ନଥିବାବେଳେ ଶଶିଙ୍କ ଭାଇ ଏବଂ ମା’ ଆମ ବିରୁଦ୍ଧରେ ଥିଲେ। ଆମେ ପରସ୍ପରଙ୍କୁ ଦେଖିବା ପାଇଁ ମୁଁ ଆମ କଲେଜର ଛାତ ଉପରକୁ ଯାଉଥିଲି ଏବଂ ଶଶି ତାଙ୍କ ଘରର ଛାତକୁ ଯାଉଥିଲେ।”

ଏତେ ସବୁ ପରେ ମଧ୍ୟ ଦୁହେଁ ବିବାହ କରିଥିଲେ। ୧୯୫୧ ମସିହାରେ ତାଙ୍କ ପୁଅ କୁଣାଲ ଜନ୍ମଗ୍ରହଣ କରିଥିଲେ। ପରେ ଦ୍ୱିତୀୟ ପୁଅ ବିଶାଲଙ୍କ ଜନ୍ମ ହୋଇଥିଲା। ମନୋଜ କୁମାରଙ୍କ ପରିବାରରେ ତାଙ୍କ ଭାଇ ରାଜୀବ ଗୋସ୍ୱାମୀ ଏବଂ ସମ୍ପର୍କୀୟ ମନୀଷ ଗୋସ୍ୱାମୀଙ୍କ ନାଁ ମଧ୍ୟ ରହିଛି।

ଅଧିକ ପଢ଼ନ୍ତୁ: ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା, ରାତିଅଧରେ କଲେ ଅନଲାଇନ୍ FIR

Bollywood Actor Bollywood Love Story
Advertisment
Advertisment