/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668770276.jpg)
Mallika Sherawat shares secret of being forever young
ମଲ୍ଲିକା ଶେରାୱତ ହୁଏତ ଚଳଚ୍ଚିତ୍ର ଦୁନିଆରେ ସକ୍ରିୟ ନାହାନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଖୁସି କରିବା ନେଇ କୌଣସି ବି ସୁଯୋଗ ହାତଛଡା କରନ୍ତି ନାହିଁ। ମର୍ଡର ଷ୍ଟାର୍ ମଲ୍ଲିକା ଏବେ ସୋସିଆଲ୍ ମିଡିଆ ରେ ଏକ ରିଲ୍ ଶେୟାର କରିଛନ୍ତି ଏବଂ ସେ କିପରି ସବୁଦିନ ପାଇଁ 'ସେକ୍ସି' ଦେଖାଯାଉଛନ୍ତି, ତା’ର ରହସ୍ୟ ଖୋଲିଛନ୍ତି।
A post shared by Mallika Sherawat (@mallikasherawat)
ଏହି ରିଲ୍ରେ, ମଲ୍ଲିକା ଏକ ବ୍ରା ଏବଂ ରଙ୍ଗୀନ ସର୍ଟ ପିନ୍ଧି ସୋଫାରେ ଅଳସ ଭାଙ୍ଗୁଥିବା ଦେଖାଯାଆନ୍ତି। ମଲ୍ଲିକା ଏହି ଭିଡିଓଟିକୁ ଶେୟାର କରି ତାଙ୍କ ମୁଡ୍ ବିଷୟରେ କହିବାକୁ ଯାଇ ଅଳସୁଆ ଅନୁଭବ କରୁଥିବା କହିଛନ୍ତି।
ମଲ୍ଲିକା ଏହି ଭିଡିଓଟି ପୋଷ୍ଟ କରିବା ମାତ୍ରେ ପ୍ରତିକ୍ରିୟାର ସୁଅ ଛୁଟିଛି। ଜଣେ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ୨୦ ବର୍ଷ ପୂର୍ବରୁ ସେ ଯେମିତି ଦେଖାଯାଉଥିଲେ ଆଜି ସେମିତି ଦେଖାଯାଉଛନ୍ତି ବୋଲି କହିଛନ୍ତି। ସେ ଅଭିନେତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ “ଦୀର୍ଘ ୨୦ ବର୍ଷ ହେବ ଆପଣ ସେମିତି ଅଛନ୍ତି। ଏହାକୁ ଆପଣ କିପରି କରିପାରୁଛନ୍ତି।”
ଏହାର ଉତ୍ତରରେ ମଲ୍ଲିକା ତାଙ୍କ ସୋନ୍ଦର୍ଯ୍ୟର ରହସ୍ୟ ଖୋଲିଛନ୍ତି। ଉତ୍ତରରେ ସେ କହିଛନ୍ତି, “ଧନ୍ୟବାଦ, ମୁଁ ଏକ ଶୃଙ୍ଖଳିତ ଜୀବନଯାପନ କରି ଏହା କରୁଛି - ବ୍ୟାୟାମ, ଯୋଗ, ନୋ ଆଲକହଲ୍, ନୋ ସିଗାରେଟ୍ ଓ ନୋ ଲେଟ୍ ନାଇଟ୍!”
ଗତ ସପ୍ତାହରେ ମଲ୍ଲିକା ଶେରାୱତ ସୋସିଆଲ ମିଡିଆରେ ନିଜର କିଛି ଚମତ୍କାର ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋଗୁଡ଼ିକରେ ସେ ଏକ ଉଜ୍ଜ୍ୱଳ, ରଙ୍ଗୀନ ପୋଷାକ ପିନ୍ଧିଥିଲେ। ସେ ହାତରେ ହଳଦିଆ ଫୁଲ ଧରିଥିବା ବେଳେ ମୁଣ୍ଡରେ ଏକ ଲାଲ ଫୁଲ ଖୋସିଥିବା ଦେଖାଯାଏ।
ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ କହିଥିଲେ ଯେ ସେ ଏହି ଫଟୋଗୁଡିକରେ କୌଣସି ଫିଲ୍ଟର ପ୍ରୟୋଗ କରିନାହାଁନ୍ତି। ତା’ର କ୍ୟାପସନରେ ଲେଖାଥିଲା, "ନା ବୋଟକ୍ସ, ନୋ ଫିଲର! ଭଗବାନ ମୋତେ ଦେଇଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମୁଁ ଉପଭୋଗ କରେ।”
ଏହାପୂର୍ବରୁ ମଲ୍ଲିକାଙ୍କୁ ସେକ୍ସ ସିମ୍ବଲ୍ ସହ ଟ୍ୟାଗ୍ କରାଯିବାକୁ ନେଇ ସେ ପ୍ରତିକ୍ରିୟା ପ୍ରକାଶ କହିଥିଲେ। ସେ କହିଥିଲେ “ମତେ ଜଣା ନାହିଁ କିଏ ଏମିତି ଲେଖୁଛି! ଲୋକମାନେ ଉଇକିପିଡ଼ିଆକୁ ଗମ୍ଭୀରତାର ସହ ନିଅନ୍ତି କି? ମୁଁ ସେମିତି ନୁହେଁ, ଏବେ କ’ଣ କରିବି, କିପରି ଏହି ଇମେଜ୍କୁ ପରିବର୍ତ୍ତନ କରିବି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)