Advertisment

ରିଲିଜ୍ ହୋଇଛି 'କୁତ୍ତେ'; ସବୁ ସେଲିବ୍ରେଟିଙ୍କୁ କରୁଛି ପ୍ରଭାବିତ

ଅର୍ଜୁନ କପୁର, ରାଧିକା ମଦାନ ଏବଂ ତବୁଙ୍କ ଫିଲ୍ମ 'କୁତ୍ତେ' ମୁକ୍ତିଲାଭ କରିଛି। ଅର୍ଜୁନ କପୁରଙ୍କ ଏହି ଫିଲ୍ମ ତାଙ୍କର ଘନିଷ୍ଠ ବନ୍ଧୁମାନଙ୍କୁ ବହୁତ ପ୍ରଭାବିତ କରିଛି। ଅର୍ଜୁନଙ୍କ ଲେଡି ଲଭ୍ ମଲାଇକା ଅରୋରାଙ୍କ ଠାରୁ ଆରମ୍ଭ କରି ଆଗଧାଡିର ସବୁ କଳାକାର ଏହାକୁ ପସନ୍ଦ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Malaika Arora praises arjun Kapoor Radhika Madan film kuttey

Malaika Arora praises arjun Kapoor Radhika Madan film kuttey

ଆଜି ପ୍ରେକ୍ଷାଳୟରେ ଅର୍ଜୁନ କପୁର, ରାଧିକା ମଦାନ ଏବଂ ତବୁଙ୍କ ଫିଲ୍ମ 'କୁତ୍ତେ' ମୁକ୍ତିଲାଭ କରିଛି। ଫିଲ୍ମ ରିଲିଜ୍ ପୂର୍ବରୁ ଇଣ୍ଡଷ୍ଟ୍ରିର ଲୋକଙ୍କ ପାଇଁ 'କୁତ୍ତେ'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା।

Advertisment

ଅର୍ଜୁନ କପୁରଙ୍କ ଏହି ଫିଲ୍ମ ତାଙ୍କର ଘନିଷ୍ଠ ବନ୍ଧୁମାନଙ୍କୁ ବହୁତ ପ୍ରଭାବିତ କରିଛି। ଏହି ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ମଧ୍ୟରେ ଅର୍ଜୁନଙ୍କ ଲେଡି ଲଭ୍‌ ମଲାଇକା ଅରୋରା ମଧ୍ୟ ଅଛନ୍ତି। ମଲାଇକା କେବଳ ଫିଲ୍ମ ଦେଖି ନାହାଁନ୍ତି ବରଂ ଏହାର ସମୀକ୍ଷା ମଧ୍ୟ କରିଛନ୍ତି। ଏହା ସହିତ ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ଏହି ଫିଲ୍ମ ଦେଖିବା ପାଇଁ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି।

Advertisment

ମଲାଇକା ଅରୋରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫିଲ୍ମରୁ ଅର୍ଜୁନଙ୍କ ପୋଷ୍ଟର ଶେୟାର କରି ଅଭିନେତାଙ୍କୁ ପ୍ରଶଂସା କରିଛନ୍ତି। ମଲାଇକା ଲେଖିଛନ୍ତି, “କି ଧମାକାଦାର୍ ଫିଲ୍ମ। ସବୁ କଳାକାର ଜବରଦସ୍ତ ଅଭିନୟ କରିଛନ୍ତି। ସେ 'ଲେଟ୍‌ସ୍ ଗୋ ଟୁ ମୁଭି' ଷ୍ଟିକର ସହିତ ପୋଷ୍ଟର୍‌ ଶେୟାର କରି ଫିଲ୍ମ ଦେଖିବା ପାଇଁ ସମସ୍ତ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଭାରତୀୟ ମନୋରଞ୍ଜନ ଜଗତରେ ଓସ୍କାର ଚର୍ଚ୍ଚା

ପ୍ରଶଂସା ବା କେଉଁ ଅଭିନେତାଙ୍କୁ ପସନ୍ଦ କରନ୍ତି ନୁହେଁ। ପୁଣି ଏହା ଯଦି ପ୍ରେମିକାର ମୁହଁରୁ ହୁଏ ତେବେ କଥା ତ ଅଲଗା। ମଲାଇକାଙ୍କ ପ୍ରଶଂସା ଶୁଣିବା ପରେ ଅର୍ଜୁନ କପୁରଙ୍କ ଖୁସିର କୌଣସି ସୀମା ନଥିଲା। ଅର୍ଜୁନ ତାଙ୍କ ପ୍ରେମିକାଙ୍କ ଷ୍ଟୋରୀକୁ ଶେୟାର କରିଛନ୍ତି। ଏଥିସହ ଅର୍ଜୁନ ତାଙ୍କ ଲେଡି ଲଭର୍ ମଲାଇକାଙ୍କୁ ତାଙ୍କର ସବୁଠାରୁ ବଡ ଖୁସି ବୋଲି କହିଛନ୍ତି।

ତେବେ ପ୍ରସିଦ୍ଧ ନିର୍ଦ୍ଦେଶକ ତଥା କମ୍ପୋଜର୍ ବିଶାଲ ଭରଦ୍ୱାଜ ଏବଂ ରେଖା ଭରଦ୍ୱାଜଙ୍କ ପୁଅ ଆସମାନ ଭରଦ୍ୱାଜ 'କୁତ୍ତେ'ରେ ତାଙ୍କର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମର ସଂଗୀତ ନିଜେ ବିଶାଲ ଭରଦ୍ୱାଜ ଦେଇଛନ୍ତି। ଏହି ମଲ୍ଟିଷ୍ଟାର୍ ଚଳଚ୍ଚିତ୍ରକୁ ବଲିଉଡ୍‌ର ଭେଟେରାନମାନେ ବହୁତ ପସନ୍ଦ କରିଛନ୍ତି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିବାରେ କେତେ ସକ୍ଷମ ତାହା ଦେଖିବା ସମୟ ଉଉରେ ନିର୍ଭର କରେ।

ଅନ୍ୟପକ୍ଷରେ, ଯଦି ଆମେ ଅର୍ଜୁନ କପୁରଙ୍କ ବିଷୟରେ କଥା ହେବା ତେବେ ଏହି ବର୍ଷ ତାଙ୍କୁ ଅନେକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। 'କୁତ୍ତେ' ପରେ ଅର୍ଜୁନ ଭୂମି ପେଡନେକରଙ୍କ ସହ 'ଦି ଲେଡି କିଲର୍‌'ରେ ନଜର ଆସିବେ।

Bollywood Arjun Kapoor Malaika Arora
Advertisment
Advertisment