/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689330890.jpg)
Mahesh Babu’s 11-year-old daughter Sitara charged Rs 1 crore for jewellery ad
ସାଉଥ୍ ଇଣ୍ଡଷ୍ଟ୍ରିର ସୁପର୍ଷ୍ଟାର୍ ତଥା ସବୁଠାରୁ ଆକର୍ଷଣୀୟ ଅଭିନେତା ମହେଶ ବାବୁ ଏବଂ ବଲିଉଡ୍ର ପୂର୍ବତନ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କ ସୁନ୍ଦର ଝିଅ ସୀତାରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୀତାରା ଟାଇମ୍ସ ସ୍କୋୟାର(TIMES SQUARE)ରେ ଦେଖାଦେବା ପ୍ରଥମ ଷ୍ଟାର୍କିଡ୍ ହୋଇପାରିଛନ୍ତି।
ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କରି ମହେଶ ବାବୁ ଲେଖିଛନ୍ତି ଯେ ସେ ତାଙ୍କର ୧୧ ବର୍ଷର ଝିଅ ସୀତାରା ପାଇଁ ଗର୍ବିତ। ଏବେ ବିଜ୍ଞାପନରୁ ପାଇଥିବା ଫିସ୍କୁ ନେଇ ସୀତାରା ଗଣମାଧ୍ୟମରେ ଚର୍ଚ୍ଚିତ। ତେବେ ଆସନ୍ତୁ ଜାଣିବା ଏହି ଷ୍ଟାର୍କିଡ୍ ବିଜ୍ଞାପନ ବାବଦକୁ କେତେ ଟଙ୍କା ପାଇଛନ୍ତି।
ଯେତେବେଳେ ସୀତାରାଙ୍କ ବିଜ୍ଞାପନ ଟାଇମ୍ ସ୍କୋୟାରରେ ସ୍ଥାନ ପାଇଲା, ସୀତାରା ତାଙ୍କ ଇନଷ୍ଟାଗ୍ରାମରେ ନିଜର ଖୁସିକୁ ଶେୟାର କରିଥିଲେ। ସେ ଲେଖିଥିଲେ, "TIMES SQUAREEE !! ହେ ମୋର ଭଗବାନ! ମୁଁ ବହୁତ ଖୁସି। ଆପଣଙ୍କ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା।”
ସୀତାରାଙ୍କ ମା’ ନମ୍ରତା ଲେଖିଛନ୍ତି, ଟାଇମ୍ସ ସ୍କୋୟାରରେ କିଏ ଡେବ୍ୟୁ କରିଛି ଦେଖ! ମୁଁ ତୋ ପାଇଁ ଯେତେ ଆନନ୍ଦିତ ଏବଂ ଗର୍ବିତ ତାହାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ! ତୋର ସ୍ୱପ୍ନ ସାକାର ହେବା ଦେଖି ଅବିଶ୍ୱାସ ଲାଗୁଛି। ସବୁବେଳେ ଚମକୁଥାଆ, ମୋର ସୁପର୍ଷ୍ଟାର!"
ସୀତାରା ଏକ ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ୍ର ବ୍ରାଣ୍ଡ୍ ଆମ୍ବାସାଡର ଅଛନ୍ତି। ଜୁଲାଇ ୪ରେ, ତାଙ୍କର ଗୋଟିଏ ବିଜ୍ଞାପନ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଥିଲା।
ଏହାର ଆଲୋଚନା ଏପର୍ଯ୍ୟନ୍ତ ବନ୍ଦ ହୋଇନଥିବା ବେଳେ ବର୍ତ୍ତମାନ ସୀତାରାଙ୍କୁ ନେଇ ଆଉ ଏକ ଜବରଦସ୍ତ ଖବର ସାମ୍ନାକୁ ଆସୁଛି। ସୀତାରା ସମସ୍ତ ଷ୍ଟାର୍କିଡ୍ମାନଙ୍କୁ ପଛରେ ପକେଇ ଦେଇଛନ୍ତି। କୁହାଯାଉଛି ଯେ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ବିଜ୍ଞାପନ ପାଇଁ ସୀତାରା ମୋଟା ରକମର ଚାର୍ଜ କରିଛନ୍ତି।
ମହେଶ ବାବୁଙ୍କ ଝିଅ ତାଙ୍କ ପିତାଙ୍କ ପରି ମହଙ୍ଗା ବୋଲି ପ୍ରମାଣିତ ହୋଇଛନ୍ତି। ସୀତାରାଙ୍କ ଫି’ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଛି। ରିପୋର୍ଟ ଅନୁସାରେ ବିଶ୍ୱାସ କରାଯାଏ ଜ୍ୱେକରୀ ବ୍ରାଣ୍ଡ୍ର ପ୍ରମୋଶନ ପାଇଁ ସୀତାରାଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିପାଇଁ କିଛି ଲୋକ ସୀତାରାଙ୍କ ପିତା ମହେଶ ବାବୁ ଏବଂ ମାଆ ନମ୍ରତା ଶିରୋଦକରଙ୍କୁ ସମାଲୋଚନା କରୁଥିବାବେଳେ ଆଉ କିଛି ଲୋକ ସୀତାରାଙ୍କ କାମକୁ ପ୍ରଶଂସା କରୁଛନ୍ତି।
ପ୍ରକାଶଥାଉ ଯେ ସୀତାରାଙ୍କ ଏହି ଫଟୋସୁଟ୍ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ୪ ଜୁଲାଇରେ ପ୍ରଦର୍ଶିତ ହୋଇଥିଲା। ଏମିତି କରିବାରେ ସେ ହେଉଛନ୍ତି ସବୁଠାରୁ କନିଷ୍ଠ ଷ୍ଟାର୍କିଡ୍। ଏହାପୂର୍ବରୁ ସୀତାରାଙ୍କୁ ତାଙ୍କ ବାପା ମହେଶ ବାବୁଙ୍କ ଫିଲ୍ମ 'ସର୍କରୁ ଭାରୀ ପାଟା'ର ଏକ ଗୀତରେ ମଧ୍ୟ ଦେଖିବାକୁ ମିଳିଥିଲା। ସୀତାରା ପରଦାରେ ପ୍ରଥମ ଥର ପାଇଁ ଦେଖାଦେଇଥିଲେ। ସୋସିଆଲ ମିଡିଆରେ ସୀତାରା ମଧ୍ୟ ସବୁଠାରୁ ଲୋକପ୍ରିୟ ଷ୍ଟାର୍କିଡ୍। ଇନଷ୍ଟାଗ୍ରାମରେ ସୀତାରା ବହୁତ ସକ୍ରିୟ ଏବଂ ତାଙ୍କର ୧.୩ ମିଲିୟନ୍ ଫଲୋର୍ସ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)