Advertisment

Shah Rukh-Madhuri: IIFA ପୁରସ୍କାର ମଞ୍ଚକୁ ଜମେଇ ଦେଲେ ଶାହରୁଖ-ମାଧୁରୀ; ଭିଡିଓ ହେଲା ଭାଇରାଲ୍

IIFA ପୁରସ୍କାର ୨୦୨୫ର ମଞ୍ଚରେ ଶାହରୁଖ ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ ପର୍‌ଫର୍ମାନ୍ସକୁ କେବେ ବି ଭୁଲି ହେବ ନାହିଁ। ସୋସିଆଲ୍ ମିଡିଆରେ ହେଉଛି ଏହି ଭିଡିଓ ଭାଇରାଲ୍। ଦେଖନ୍ତୁ…

ଅଦ୍ୟତନ ହୋଇଛି
Madhuri Dixit and Shah Rukh Khan dance video out from iifa awards

Madhuri Dixit and Shah Rukh Khan dance video out from iifa awards

Advertisment

IIFA ପୁରସ୍କାର ୨୦୨୫ର ରାତି ଥିଲା ଖୁବ୍ ଦମଦାର। କରୀନା କପୁରଙ୍କ ଠାରୁ ଆରମ୍ଭ କରି ଶାହୀଦ କପୁରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପର୍‌ଫର୍ମାନ୍ସରେ ଦର୍ଶକଙ୍କ ହୃଦୟ ଜିତିଥିଲେ। କିନ୍ତୁ ଯେଉଁ ପର୍‌ଫର୍ମାନ୍ସକୁ କେବେ ବି ଭୁଲି ହେବ ନାହିଁ ତାହା ହେଉଛି ଶାହରୁଖ ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କର। ଏହାର ରିହର୍ସାଲ ଭିଡିଓ ନିକଟରେ ଭାଇରାଲ ହୋଇଥିଲା ଏବଂ ୨୮ ବର୍ଷ ପରେ ‘ଦିଲ ତୋ ପାଗଲ ହେ’ ର ରିୟୁନିଅନ୍‌ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ।

Advertisment

ଏବେ ପ୍ରଶଂସକଙ୍କ ଖୁସି ଆହୁରି ବଢିଯାଇଛି, କାରଣ IIFA ପୁରସ୍କାର ମଞ୍ଚରୁ କିଙ୍ଗ୍‌ ଖାନ୍‌ ଏବଂ ଧକ୍‌ ଧକ୍ ଗାର୍ଲଙ୍କ ଷ୍ଟାଇଲିସ୍ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଏହା ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେଉଛି।

IIFA ର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ହୋଇଥିବା ଭିଡିଓରେ ଶାହରୁଖ ଖାନ ଏକ ଗୋଲଡେନ୍ ଝିଲିମିଲି ସାର୍ଟ ଏବଂ କଳା ପ୍ୟାଣ୍ଟରେ ନଜର ଆସିଛନ୍ତି। ସେହିପରି ମାଧୁରୀ ଦୀକ୍ଷିତଙ୍କୁ ଏକ କଳା ଶାଢିରେ ଦେଖିବାକୁ ମିଳେ। IIFA ପୁରସ୍କାର ମଞ୍ଚରେ ଦୁହେଁ ରୋମାନ୍ସ କରୁଥିବା ନଜର ଆସିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଦେଶୀ ଗର୍ଲଙ୍କ ସିକ୍ରେଟ୍‌କୁ ପର୍ଦାଫାଶ କରିଦେଲେ ମା’; ଜାଣନ୍ତୁ କ’ଣ କହିଲେ

ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ‘ତୁମ୍‌ହେ ଜୋ ମୈନେ ଦେଖା’ ଗୀତ ବାଜୁଛି। ଏହି ଭିଡିଓରେ ଶାହରୁଖ ଖାନ୍ ଏବଂ ମାଧୁରୀ ଦୀକ୍ଷିତଙ୍କ ଡ୍ୟାନ୍ସ ଷ୍ଟେପ୍ ଗୁଡିକୁ ଦେଖିଲେ ଲାଗୁଛି ଯେ ସେମାନେ ‘ଦିଲ୍ ତୋ ପାଗଲ୍ ହେ’ ଗୀତରେ ନାଚୁଛନ୍ତି।

Advertisment

ଏହି ଭିଡିଓ ଶେୟାର କରିବାବେଳେ ଲେଖାଯାଇଛି ଯେ ଆମର ଦିଲ୍ ତୋ ପାଗଲ୍ ହେ ସବୁଠାରୁ ସୁନ୍ଦର ଯୋଡି ଶାହରୁଖ ଏବଂ ମାଧୁରୀ ଦୀକ୍ଷିତଙ୍କ ରିୟୁନିଅନ ଦେଖିବା ପରେ ଆମର ହୃଦୟ ପାଗଳ ହୋଇଯାଇଛି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ପୁରୁଣା ସ୍ମୃତି ସତେଜ ହୋଇଯାଇଛି।

ଏହି ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଜଣେ ଲେଖିଛନ୍ତି - ଏହି ପୁରୁଣା ଜେନେରେସନ୍ ଖୁବ ଚମତ୍କାର ଆଉ ଇଣ୍ଡଷ୍ଟ୍ରୀ ପାଇଁ ମଧ୍ୟ ଲାଭଦାୟକ। ଆଉ ଜଣେ ଲେଖିଛନ୍ତି - ମାଧୁରୀ ଦୀକ୍ଷିତ ବହୁତ ଗ୍ରେସ୍‌ଫୁଲ୍ ଏବଂ ଜଣେ ଲିଡିଙ୍ଗ୍ ଲେଡି। ଶାହରୁଖ ଓ ମାଧୁରୀଙ୍କ ପର୍‌ଫର୍ମାନ୍ସ ଦେଖିବା ଭଳି।

ସୂଚନାଯୋଗ୍ୟ ଯେ IIFA ପୁରସ୍କାର ୨୦୨୫ର ରିହର୍ସାଲର ଏକ ଭିଡିଓ ପୂର୍ବରୁ ଭାଇରାଲ୍‌ ହୋଇଥିଲା। ଏଥିରେ ଶାହରୁଖ ଖାନ ଏବଂ ମାଧୁରୀ ଦୀକ୍ଷିତ ‘ଦିଲ୍‌ ତୋ ପାଗଲ ହେ’ ଗୀତରେ ନାଚୁଥିବାର ନଜର ଆସିଥିଲେ।

ଅଧିକ ପଢ଼ନ୍ତୁ: ଶେଷରେ ଦେଶକୁ ଫେରିବେ ଦେଶୀ ଗାର୍ଲ; କରିବେ ଏହି ସୁପର୍‌ଷ୍ଟାର୍‌ଙ୍କ ସହ ଭାରତୀୟ ଫିଲ୍ମ

Madhuri Dixit Bollywood IIFA Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ