• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ପୁଣି ଏକ ବଲିଉଡ୍‌ ଫିଲ୍ମର ପୋଷ୍ଟରକୁ ନେଇ ଖୁବ୍‌ ଚର୍ଚ୍ଚା ଆଉ ସମାଲୋଚନା ଆରମ୍ଭ ହୋଇଯାଇଛି । ବଲିଉଡ୍‌ ଫିଲ୍ମ ପରଦାକୁ ଆସିବା ପୂର୍ବରୁ, ବିରୋଧର ସମ୍ମୁଖୀନ ହେବା ଏକ ସାଧାରଣ କଥା । ବଲିଉଡ୍ ପାଇଁ ଏହା କୌଣସି ନୂଆ କଥା ନୁହେଁ । କୁହାଯାଏ ଫିଲ୍ମର ପବ୍ଲିସିଟି ପାଇଁ ଏହି ଉପାୟ ସବୁଠୁ ଭଲ । କାରଣ ଲୋକ ଯେତିକି ବିରୋଧ କରିବେ ଫିଲ୍ମର ଭ୍ୟୁୟର୍ସ ସେତିକି ବଢ଼ିବ । ଫିଲ୍ମ ଦେଖିବା ପାଇଁ ଲୋକଙ୍କ ମନରେ ସେତେ ଅଧିକ ରୋମାଞ୍ଚ ସୃଷ୍ଟି ହେବ ।

ଏବେ ଆମେ ଯେଉଁ ଫିଲ୍ମର ପୋଷ୍ଟର କଥା କହୁଛୁ, ତାହା ହେଲା ମାସୁମ ସୱାଲ । ନୂଆ କରି ପରଦାକୁ ଆସୁଥିବା ଏହି ଫିଲ୍ମର ପୋଷ୍ଟରକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆଉ ବିରୋଧ । ତେବେ ଏହି ବିରୋଧ ପଛର ପ୍ରକୃତ କାରଣ କେବଳ ଶସ୍ତା ଲୋକ ପ୍ରିୟତା ହାସଲ କରିବା, ତାହା ଆମେ ଏଠି କହୁ ନାହୁଁ ।

ଏହି ଫିଲ୍ମର ପୋଷ୍ଟରରେ ହିନ୍ଦୁ ଦେବତା ଭଗବାନ ଶ୍ରୀକୃଷ୍ଣଙ୍କୁ ରଖାଯିବା ସହ ଅନେକ କଳାକାରଙ୍କ ଫଟୋ ମଧ୍ୟ ରଖାଯାଇଛି । ହେଲେ ଏଥିପାଇଁ କେହି କିଛି ବିରୋଧ କରିନାହାନ୍ତି । ବିରୋଧ ଏଥିପାଇଁ କରାଯାଇଛି ଯେ, ଏକ ସାନିଟାରୀ ନାପ୍‌କିନ୍‌ରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ରହିଛି । ତେବେ ଏହି ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ଅନେକ ସମାଲୋଚନା କରିଥିବା ବେଳେ ଅନେକ ଲୋକ କହିଛନ୍ତି ଏଥିରେ କିଛି ଅସୁବିଧା ଥିବା ଭଳି ଲାଗୁନି ।

ଫିଲ୍ମ ନିର୍ମାତା ଏବେ ଅନ୍ୟ କଳାକାର ମଧ୍ୟ କହିଛନ୍ତି, ଏଭଳି ପୋଷ୍ଟର ତିଆରି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଜାଣିଶୁଣି କାହାରିକୁ ଅପମାନିତ କରିବା ପାଇଁ ଏଭଳି ପୋଷ୍ଟର କରାଯାଇ ନାହିଁ । କିମ୍ବା କୌଣସି ଧର୍ମକୁ ଆଘାତ ଦେବା ପାଇଁ ଏଭଳି କରାଯାଇ ନାହିଁ । ଅଯଥାରେ ଏହି ଘଟଣାକୁ ବଡ଼ କରାଯାଉଛି ।

ଫିଲ୍ମର ମୁଖ୍ୟ ନାୟିକା ଏକବାଲି ଖାନ୍ନା ମଧ୍ୟ ପୋଷ୍ଟରକୁ ନେଇ ଏଭଳି କିଛି ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ଏହି ଫିଲ୍ମରେ ମୁଁ ଜଣେ ଆଇନଜୀବୀ ଚରିତ୍ରରେ ଅଭିନୟ କରୁଛି । ଫିଲ୍ମଟି ମହିଳାଙ୍କ ମେନ୍‌ସୁରେସନ୍‌ ଉପରେ ଆଧାରିତ । ସମ୍ପୂର୍ଣ୍ଣ କାହାଣୀରେ ମୁଖ୍ୟ ପ୍ରସଙ୍ଗ ହେଉଛି ମହିଳାଙ୍କ ମେନ୍‌ସୁରେସନ୍ । ଆଉ ଏଥିପାଇଁ ପରିବାର ଭିତରେ ଏବଂ ବାହାରେ ସେମାନେ କେଉଁ ସବୁ ସମସ୍ୟା ଦେଇ ଗତି କରୁଛନ୍ତି । ତାକୁ ନେଇ ପୁରା ଚଳଚ୍ଚିତ୍ର ଆଧାରିତ । ଏହାସହ ସେମାନଙ୍କ ପ୍ରତି କେଉଁଭଳି ବ୍ୟବହାର କରାଯାଉଛି ତାକୁ ମଧ୍ୟ ଫିଲ୍ମରେ ଦର୍ଶାଯାଇଛି । ତେଣୁ ଫିଲ୍ମରେ ଯେହେତୁ ମେନ୍‌ସୁରେସନ୍‌କୁ ଅଧିକ ଗୁରୁତ୍ୱ ଦିଆଯାଇଛି , ତେଣୁ ପୋଷ୍ଟରରେ ସାନିଟାରି ନାପ୍‌କିନ୍‌ ବା ପ୍ୟାଡ୍‌ ଫଟୋ ରଖାଯାଇଛି ।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ମହିଳା ହିନ୍ଦୁ ଦେବୀ କାଳିଙ୍କ ବେଶ ହୋଇଥିଲେ ଏବଂ ସେ ଏକ ସିଗାରେଟ୍ ଟାଣୁଥିଲେ । ଏହି ଫଟୋକୁ ନେଇ ପୁରା ଦେଶରେ ତମ୍ବିତୁଫାନ ହୋଇଥିଲା । କୁହାଯାଇଥିଲା ଯେ, ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ପାଇଁ ଏହା ଷଡ଼ଯନ୍ତ୍ର ।