Advertisment

ଚାଲିଗଲେ ଗଜଲ ଗାୟକ ପଙ୍କଜ ଉଧାସ

ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ

author-image
Pramod Behera
ଅଦ୍ୟତନ ହୋଇଛି
Legendary singer Pankaj Udhas passes away

Legendary singer pankaj udhas no more

ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ଦେହାନ୍ତକୁ ନେଇ ପରିବାର ଲୋକ ଏକ ବିବୃତ୍ତି ଜାରି କରିଛନ୍ତି। ବିବୃତ୍ତିରେ ଲେଖାଅଛି - ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ୨୬ ଫେବୃଆରୀ ୨୦୨୪ ରେ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ଦୁଃଖଦ ମୃତ୍ୟୁ ବିଷୟରେ ଆପଣଙ୍କୁ ଜଣାଇବା ପାଇଁ ଆମେ ଦୁଃଖିତ।

Advertisment

ତାଙ୍କ ମୃତ୍ୟୁକୁ ନେଇ ପ୍ରଥମେ ଗାୟକ ସୋନୁ ନିଗମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋନୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଲେଖିଛନ୍ତି, “ମୋର ପିଲାଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଆଜି ହଜିଗଲା। ପଙ୍କଜ ଉଦାସ ଜୀ, ମୁଁ ଆପଣଙ୍କୁ ସବୁବେଳେ ମନେରଖିବି। ଆପଣ ଆଉ ନାହାନ୍ତି ଏହା ଜାଣି ମୋର ହୃଦୟ କାନ୍ଦୁଛି। ମୋ ଜୀବନର ଏକ ଅଂଶ ହୋଇଥିବାରୁ ଧନ୍ୟବାଦ। ଶାନ୍ତି। "

Advertisment

ପଙ୍କଜ ଉଧାସ ୧୭ ମେ ୧୯୫୧ରେ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ। ୧୯୮୦ ମସିହାରେ ସେ ‘ଆହାଟ୍’ ନାମକ ଏକ ଗଜଲ ଆଲବମ୍ ରିଲିଜ୍ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଖୁବ୍ ଶୀଘ୍ର ସେ ଭାରତରେ ଗଜଲ୍ ସଙ୍ଗୀତର ଏକ ଅଂଶ ହୋଇଗଲେ। ବଲିଉଡ୍‌ରେ ଏହି ଗଜଲ ଗାୟକ ସଞ୍ଜୟ ଦତ୍ତଙ୍କ ଫିଲ୍ମ 'ନାମ' ପାଇଁ ଲୋକପ୍ରିୟ ଟ୍ରାକ୍‌ 'ଚିଠି ଆଇ ହେ' ଗାଇଥିଲେ। ଏହି ଗୀତଟି ବହୁତ ଲୋକପ୍ରିୟ ହୋଇଥିଲା ଏବଂ ସମସ୍ତଙ୍କୁ କନ୍ଦେଇଥିଲା।

ପଙ୍କଜ ଅନେକ ଆଲବମ୍ ରିଲିଜ୍ କରିଛନ୍ତି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ଲାଇଭ୍ କନ୍ସର୍ଟ ଆୟୋଜନ କରିଛନ୍ତି, ଯାହା ତାଙ୍କର ଲୋକପ୍ରିୟତା ବଢାଇଛି। ପଙ୍କଜ ଉଧାସଙ୍କୁ ୨୦୦୬ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

Bollywood Singer Death
Advertisment
Advertisment