Advertisment

Sikandar: ‘ସିକନ୍ଦର’କୁ ପଛରେ ପକାଇଲା ସାଉଥ୍‌ର ଏହି ଫିଲ୍ମ; ଜାଣନ୍ତୁ କାହିଁକି…

ମୋହନଲାଲଙ୍କ ଫିଲ୍ମ ‘L2: ଏମ୍ପୁରାନ୍’ ଇଦ୍‌ରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’କୁ ପଛରେ ପକାଇଦେଇଛି। ମାର୍ଚ୍ଚ ୩୦ ରବିବାର ଦିନ ଇଦ୍ ଛୁଟିଦିନରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ‘ସିକନ୍ଦର’ ସଲମାନଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।

ଅଦ୍ୟତନ ହୋଇଛି
l2 empuraan beats salman khan sikandar at box office

l2 empuraan beats salman khan sikandar at box office

Advertisment

ମାର୍ଚ୍ଚ ୨୭ ରେ ମୁକ୍ତିଲାଭ କରିଥିବା ମାଲାୟାଲମ୍ ସିନେମା ସୁପରଷ୍ଟାର ମୋହନଲାଲଙ୍କ ନୂଆ ଫିଲ୍ମ ‘L2: ଏମ୍ପୁରାନ୍’ ବକ୍ସ ଅଫିସ ରୋଜଗାରରେ ଜୁଆର ସୃଷ୍ଟି କରିଛି। ଏହି ଫିଲ୍ମଟି ମାତ୍ର ୪ ଦିନରେ ୨୦୦ କୋଟି ଟଙ୍କା ରୋଜଗାର କରିଛି। ମାଲାୟାଲମ୍ ଭାଷାରେ ନିର୍ମିତ ଏହି ପାନ୍ ଇଣ୍ଡିଆ ଫିଲ୍ମ କେରଳ ବକ୍ସ ଅଫିସରେ ଫାଷ୍ଟେଷ୍ଟ ୫୦କୋଟିର ରେକର୍ଡ ସୃଷ୍ଟି କରିଛି।

Advertisment

ମୋହନଲାଲଙ୍କ ଏହି ଫିଲ୍ମ ଇଦ୍‌ରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’କୁ ପଛରେ ପକାଇଦେଇଛି। ମାର୍ଚ୍ଚ ୩୦ ରବିବାର ଦିନ ଇଦ୍ ଛୁଟିଦିନରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ‘ସିକନ୍ଦର’ ସଲମାନଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।

ଅଧିକ ପଢ଼ନ୍ତୁ: ନିରାଶ କରୁଛି କି ସିକନ୍ଦର; ଜଣେ କହିଲେ, ମୁଁ ଦେଖିଥିବା ସବୁଠାରୁ ଖରାପ ଫିଲ୍ମ

Advertisment

ପୃଥ୍ୱୀରାଜ ସୁକୁମାରନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏକ ଆକ୍ସନ୍ ଥ୍ରୀଲର। ତେବେ ବକ୍ସ ଅଫିସ୍ କଲେକ୍ସନ୍ ସହିତ ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କଠାରୁ ପ୍ରଶଂସା ପାଉଛି। ସୂଚନାଯୋଗ୍ୟ ଯେ ମୋହନଲାଲ ଆରମ୍ଭରୁ କଣ୍ଟେଣ୍ଟ୍ ସମୃଦ୍ଧ ଫିଲ୍ମ ପାଇଁ ଜଣାଶୁଣା।

ତାଙ୍କର ଅନ୍ୟତମ ଲୋକପ୍ରିୟ ଫିଲ୍ମ ‘ଦୃଶ୍ୟମ୍’ ମଧ୍ୟ ହିନ୍ଦୀ ସହିତ କନ୍ନଡ, ତେଲୁଗୁ ଏବଂ ତାମିଲରେ ମଧ୍ୟ ରିମେକ୍ ହୋଇସାରିଛି ଏବଂ ହଲିଉଡର ପ୍ରସିଦ୍ଧ ପାନୋରାମା ଷ୍ଟୁଡିଓ ଏହାର ପ୍ରଥମ ଏବଂ ଦ୍ୱିତୀୟ ପାର୍ଟର ଅଧିକାର କିଣିଛି।

Advertisment

ଦେଶରେ ଭାଷାକୁ ନେଇ ବିବାଦ ଚାଲିଛି ଏବଂ ଏହି ସମୟ ମଧ୍ୟରେ ହିନ୍ଦୀ ଭାଷାରେ ନିର୍ମିତ ଏହି ଫିଲ୍ମକୁ ନେଇ ସାଉଥ୍‌ର ପଲା ଭାରି ପଡୁଥିବା ଦେଖାଯାଏ। ଉଭୟ ଫିଲ୍ମ ସମାନ ଧାରାର ଏବଂ ଉଭୟ ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲେ ମଧ୍ୟ ଆର୍ ମୁରୁଗାଦାସଙ୍କ ଫିଲ୍ମ ହାଲୁକା ସ୍କ୍ରିପ୍ଟ ଯୋଗୁଁ ପଛରେ ପଡିଯାଇଛି।

ଅନ୍ୟପକ୍ଷରେ ‘L2 ଏମ୍ପୁରାନ୍’ର ଦମଦାର କାହାଣୀ ଯୋଗୁଁ ଏହା ଦୀର୍ଘ ୩ ଘଣ୍ଟା ଧରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ଏହା ମନୋରଞ୍ଜନ ଏବଂ କଣ୍ଟେଣ୍ଟର ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍ ବୋଲି ପ୍ରମାଣିତ ହୋଇଛି।

ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କ ବଡ ପ୍ରଶଂସକ; ବାଣ୍ଟିଲେ ଲକ୍ଷାଧିକ ଟଙ୍କାର ଟିକେଟ୍‌

Salman Khan Bollywood Mohanlal South Indian Films Sikandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ