• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ତେଲୁଗୁ ଫିଲ୍ମରେ ଓଡ଼ିଆ ଝିଅ । କୋରାପୁଟର ଆଦିବାସୀ ଝିଅ ସୁମନ ଖିଲଙ୍କୁ ନେଇ ସବୁଠି ଚର୍ଚ୍ଚା । ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ ଫିଲ୍ମ ‘ମଙ୍ଗଲବାରମ୍’ ନିକଟରେ ୫ଟି ଭାଷାରେ ରିଲିଜ ହୋଇଛି । ଆଉ ସୁମନଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସେମିଳିଗୁଡା ସହର ତଳ ସାହିରେ ରହୁଥିବା ସୁମନ ଫିଲ୍ମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ସୁଟିଂ ସାରି ୬ ମାସ ପରେ ସେ ନିଜ ଘରକୁ ଫେରିବା ପରେ ଭବ୍ୟ ସ୍ୱାତ କରିଛନ୍ତି ଲୋକେ । ସୁମନ ସେମିଳିଗୁଡାରୁ ଦଶମ ପଢ଼ିବା ପରେ NIFTରୁ ଫ୍ୟାସନ୍ ଡିଜାଇନ ଓ ମଡେଲିଂ ଶିକ୍ଷା ଲାଭ କରିଛନ୍ତି । ଆଗକୁ ଜିଲ୍ଲାର ପିଲାଙ୍କୁ ତାଲିମ ଦେବା ସହ କୋରାପୁଟ ଅଞ୍ଚଳର ପ୍ରଚାର ପ୍ରସାର ଦିଗରେ କାମ କରିବେ ବୋଲି ସେ କହିଛନ୍ତି ।

ପୂର୍ବରୁ ତେଲୁଗୁ ଫିଲ୍ମକୁ ନେଇ ମୋନିକା ସମାଦ୍ଦାର ଖୁବ୍‌ ଚର୍ଚ୍ଚାରେ ରହିଥିଲେ । ମୋନିକା ହେଉଛନ୍ତି ମାଲକାନଗିରିର ଝିଅ । ମାଲକାନଗିରି କାଲିମେଳା ବ୍ଲକ ଏମଭି ୭୫ ଗାଁର ମୋନିକା ସମାଦ୍ଦାରଙ୍କୁ ତେଲୁଗୁ ସିନେମାର ସୁଟିଂ ସେଟରେ ଦେଖିବାକୁ ମିଳିଛି । ତେଲୁଗୁ ଚଳଚ୍ଚିତ୍ର "ଗାରାଗା" ଚଳଚ୍ଚିତ୍ରରେ ମୋନିକା ସମାଦ୍ଦାର ହିରୋଇନ୍ ଭାବେ ଲିଡ୍ ରୋଲରେ ଆସିବେ । ଏହି ଚଳଚ୍ଚିତ୍ରର ସୁଟିଂ ଏବେ ଜୋରଦାର ଚାଲିଛି ।

ଆଉ ଏପରି ସମୟରେ କୋରାପୁଟର ଆଦିବାସୀ ଝିଅ ସୁମନ ଖିଲ ପୁଣି ଚର୍ଚ୍ଚାର ପରିଧୀକୁ ଆସିଛନ୍ତି । ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ ଫିଲ୍ମ ‘ମଙ୍ଗଲବାରମ୍’ ନିକଟରେ ୫ଟି ଭାଷାରେ ରିଲିଜ ହୋଇଛି । ଆଉ ସୁମନଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।