Advertisment

୭୨ ଘଣ୍ଟାରେ ଛୁଇଁପାରିଲାନି ୧୦୦କୋଟି; ‘ପଠାନ’ର ଗୋଟିଏ ଦିନର ଆୟ ସହ ହେଲାନି ସମାନ

'କିସି କା ଭାଇ କିସି କୀ ଜାନ' ଏକ ବଡ ଷ୍ଟାର୍‌କାଷ୍ଟକୁ ନେଇ ତିଆରି ହୋଇଥିବା ବେଳେ ଏହାର ପ୍ରମୋସନକୁ ଦେଖିଲେ ଏହା ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିଲା। ଚଳଚ୍ଚିତ୍ରଟି କିନ୍ତୁ ଆଶାନୁସାରେ ବକ୍ସ ଅଫିସରେ ସେମିତି କିଛି କରିପାରିନି।

ଅଦ୍ୟତନ ହୋଇଛି
Kisi Ka Bhai Kisi Ki Jaan Box Office Collection

kkbkkj could not earn 100 crores in 72-hours

Advertisment

ସଲମାନ ଖାନଙ୍କ ଚଳଚ୍ଚିତ୍ର 'କିସି କା ଭାଇ କିସି କୀ ଜାନ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଇଦ୍ ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ଏକ ବଡ ଷ୍ଟାର୍‌କାଷ୍ଟକୁ ନେଇ ତିଆରି ହୋଇଥିବା ବେଳେ ଏହାର ପ୍ରମୋସନକୁ ଦେଖିଲେ ଏହା ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିଲା। ଚଳଚ୍ଚିତ୍ରଟି କିନ୍ତୁ ଆଶାନୁସାରେ ବକ୍ସ ଅଫିସରେ ସେମିତି କିଛି କରିପାରିନି।

Advertisment

ସଲମାନ ଖାନ ଙ୍କ ଏହି ଫିଲ୍ମ ରିଲିଜ୍ ହେବାର ୩ ଦିନରୁ ଅଧିକ ଅର୍ଥାତ୍ ୭୨ ଘଣ୍ଟାରୁ ଅଧିକ ସମୟ ହୋଇଗଲାଣି। ଏହା କିନ୍ତୁ ଏପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ଛୁଇଁପାରିଲା ନାହିଁ। ଏଭଳି ପରିସ୍ଥିତିରେ ଏଠାରେ ଏକ ବଡ ପ୍ରଶ୍ନ ଆସେ ଯେ ଆଗାମୀ ଦିନରେ ଭାଇଜାନଙ୍କ ଏହି ଫିଲ୍ମ ୨୦୦ କୋଟି ଟଙ୍କା ଅତିକ୍ରମ କରିପାରିବ ତ?

ଅଧିକ ପଢ଼ନ୍ତୁ: ନା ଚାଲିଲା ସଲମାନଙ୍କ ଯାଦୁ,ନା ରିମେକର ଫଣ୍ଡା..‘କିସି କା ଭାଇ,କିସି କା ଜାନ୍’ ନଚାଲିବା ପଛର କାରଣ କ’ଣ ?

Advertisment

ବର୍ତ୍ତମାନ ‘କିସି କା ଭୋଇ କିସି କୀ ଜାନ’ର ବକ୍ସ ଅଫିସ୍ ରିପୋର୍ଟକୁ ଦେଖିଲେ ଚଳଚ୍ଚିତ୍ରଟି ଉଦଘାଟନୀ ଦିନରେ ୧୫.୮୧ କୋଟି ଟଙ୍କା ବ୍ୟବସାୟ କରିଥିଲା। ଦ୍ୱିତୀୟ ଦିନରେ ଫିଲ୍ମର ଆୟ ପ୍ରାୟ ୨୫ କୋଟି ଥିଲା। ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ ଏହି ଚଳଚ୍ଚିତ୍ରଟି ୨୫-୨୭ କୋଟି ଟଙ୍କା ରୋଜଗାର କରିଛି।

ଆଜି ସୋମବାର ଅର୍ଥାତ୍ ଚଳଚ୍ଚିତ୍ରର ଚତୁର୍ଥ ଦିନ ଏବଂ ଯଦି ପ୍ରାରମ୍ଭିକ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୭.୮୧ କୋଟି ଟଙ୍କା ରୋଜଗାର କରିପାରିଛି। ଏଭଳି ପରିସ୍ଥିତିରେ ଭାଇଜାନଙ୍କ ଫିଲ୍ମ ୧୦୦କୋଟି କ୍ଲବରେ କେବେ ଯୋଗଦେବ ତାହା କହିବା କଷ୍ଟକର।

Advertisment

ଅନ୍ୟପକ୍ଷରେ ଶାହରୁଖ ଖାନ ଙ୍କ ଫିଲ୍ମ ‘ପଠାନ’ କେବଳ ଦ୍ୱିତୀୟ ଦିନରେ ୬୮ କୋଟି ଟଙ୍କା ରୋଜଗାର କରିଥିଲା। ଫିଲ୍ମର ପ୍ରଥମ ଦିନରେ ବକ୍ସ ଅଫିସ୍ ସଂଗ୍ରହ ୫୫ କୋଟି ଟଙ୍କା ଥିଲା। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କୀ ଜାନ'ର ତିନି ଦିନର ରୋଜଗାର ଶାହରୁଖ ଖାନଙ୍କ ଫିଲ୍ମର ଗୋଟିଏ ଦିନର ଆୟ ସହିତ ସମାନ।

ତେବେ ସଲମାନ ଖାନଙ୍କ ଇଦ୍ ରିଲିଜ୍ ଚଳଚ୍ଚିତ୍ର ମଧ୍ୟରେ ‘କିସି କା ଭାଇ କିସି କୀ ଜାନ’ ଦ୍ୱିତୀୟ ସର୍ବନିମ୍ନ ଓପନର୍ ଭାବରେ ସାମ୍ନାକୁ ଆସିଛି। ଏହାପୂର୍ବରୁ ୨୦୧୦ମସିହାରେ ଦବଙ୍ଗ ୧୪.୫୦ କୋଟି ବ୍ୟବସାୟ କରିଥିଲା। ସଲମାନଙ୍କ ଇଦ୍‌ରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେଉଛି ‘ବଜରଙ୍ଗୀ ଭାଇଜାନ’, ଯାହା ପ୍ରଥମ ଦିନରେ ୪୨.୩୦ କୋଟି ଟଙ୍କା ରୋଜଗାର କରିପାରିଥିଲା। ତେବେ ଫିଲ୍ମ ନିର୍ମାତା ଆସନ୍ତା ସପ୍ତାହକୁ ଆଶାବାନ୍ଧି ବସିଛନ୍ତି।

Salman Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ