Advertisment

ଏହି ସାଉଥ୍ ଫିଲ୍ମର୍ ରିମେକ୍ ହେଉଛି 'କିସି କା ଭାଇ କିସି କୀ ଜାନ'; ଦେଖନ୍ତୁ ପୂରା ଫିଲ୍ମ

ଅଜିତ କୁମାରଙ୍କ ଜଲୱା ଏବେ ବଲିଉଡ୍‌ର ଭାଇଜାନଙ୍କ ମୁଣ୍ଡରେ ମଧ୍ୟ ଚଢିଛି। ସେ ତାଙ୍କ ବ୍ଲକବଷ୍ଟର ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ଫିଲ୍ମ 'କିସି କା ଭାଇ କିସି କୀ ଜାନ'କୁ ରିମେକ୍ କରିଛନ୍ତି। ଦେଖନ୍ତୁ ସେହି ଫିଲ୍ମଟି କ’ଣ…

author-image
Pramod Behera
ଅଦ୍ୟତନ ହୋଇଛି
South Hindi Dubbed Movie Kisi Ki Bhai Kisi Ki Jaan

Kisi ki bhai kisi ki jaan hindi dubbed of veeram

ଦକ୍ଷିଣ ଭାରତୀୟ ସିନେମା ଜଗତରେ ଅଜିତ କୁମାରଙ୍କ ନା’ ଖୁବ ଜଣାଶୁଣା। ତାଙ୍କ ଚଳଚ୍ଚିତ୍ର ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରନ୍ତି। ତାଙ୍କ ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ କିଣିନିଏ। ଅଜିତ କୁମାରଙ୍କ ଜଲୱା ଏବେ ବଲିଉଡର ଭାଇଜାନ ସଲମାନ ଖାନ ଙ୍କ ମୁଣ୍ଡରେ ମଧ୍ୟ ଚଢିଛି।

Advertisment

ଅଜିତ କୁମାରଙ୍କ ବ୍ଲକବଷ୍ଟର ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ସଲମାନ ଖାନ ତାଙ୍କର ଫିଲ୍ମ 'କିସି କା ଭାଇ କିସି କୀ ଜାନ'କୁ ରିମେକ୍ କରିଛନ୍ତି। ଏହି ଚଳଚ୍ଚିତ୍ର ସୁପର୍‌ଷ୍ଟାର ଅଜିତ କୁମାରଙ୍କ ହିଟ୍ ଚଳଚ୍ଚିତ୍ର ‘ଭୀରମ’ର ରିମେକ୍। ଯେତେବେଳେ ଏହି ଫିଲ୍ମ ରିଲିଜ୍ ହୋଇଥିଲା ଦର୍ଶକ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ।

ଅଧିକ ପଢ଼ନ୍ତୁ: ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ ‘କିସି କା ଭାଇ କିସି କୀ ଜାନ’

Advertisment

ଆପଣ ଅଜିତ କୁମାରଙ୍କ ଏହି ଜବରଦସ୍ତ ଆକ୍ସନ୍, ଡ୍ରାମା ଏବଂ ରୋମାଣ୍ଟିକ୍ ଫିଲ୍ମକୁ ୟୁଟ୍ୟୁବରେ ଦେଖିପାରିବେ। ଏହି ଫିଲ୍ମ ଅଗଷ୍ଟ ୨୦୧୮ରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା। ଫିଲ୍ମଟି ୧୯ ମିଲିୟନରୁ ଅଧିକ ଭ୍ୟୁ ପାଇଛି। ୟୁଟ୍ୟୁବ୍ ବ୍ୟତୀତ ଆପଣ ଏହି ଫିଲ୍ମକୁ ଭୁଟ୍ ଏବଂ G5 ରେ ମଧ୍ୟ ଦେଖିପାରିବେ। ଏହି ଚଳଚ୍ଚିତ୍ରର IMDB ରେଟିଂ ବିଷୟରେ କହିବାକୁ ଗଲେ ଏହା ୧୦ରୁ ୬.୫ ରେଟିଂ ପାଇଛି।

ସୁପରଷ୍ଟାର ଅଜିତ କୁମାରଙ୍କ ଏହି ଫିଲ୍ମ ୨୦୧୪ରେ ମୁକ୍ତିଲାଭ କରିଥିଲା।​| ତାଙ୍କର ବିପକ୍ଷରେ ତମନ୍ନା ଭାଟିଆ ଏହି ଫିଲ୍ମରେ ନଜର ଆସିଥିଲେ। ଅଜିତ କୁମାରଙ୍କୁ ଏହି ଫିଲ୍ମରେ ଜଣେ ପରିବା ବିକାଳି ଭୂମିକାରେ ଦେଖିବାକୁ ମିଳୁଥିଲେ ମଧ୍ୟ ସିଏ ଜଣେ ଆକ୍ସନ୍ ହିରୋ। ବିବାହକୁ ସେ ପସନ୍ଦ କରୁ ନଥିଲେ।

ଫିଲ୍ମରେ ସେତେବେଳେ ପ୍ରଥମ ମୋଡ଼ ଆସେ ଯେତେବେଳେ ହିରୋଇନ୍ ଏଣ୍ଟ୍ରୀ ମାରେ। ତାଙ୍କୁ ଦେଖିବା ପରେ ତାଙ୍କ ହୃଦୟ ପରିବର୍ତ୍ତନ ହୋଇଯାଏ। କିନ୍ତୁ ହିରୋର ହିଂସାତ୍ମକ ଷ୍ଟାଇଲ୍ ଦେଖି ହିରୋଇନ୍  ତାଙ୍କଠାରୁ ଦୂରରେ ରହୁଥିଲା।

Salman Khan Bollywood
Advertisment
Advertisment