Kisi ka bhai kisi ki jaan first day box office collection
ସଲମାନ ଖାନ ଚଳିତ ବର୍ଷ 'କିସି କା ଭାଇ କିସି କୀ ଜାନ' ସହ ପ୍ରଶଂସକମାନଙ୍କ ପାଇଁ ତାଙ୍କର ଇଦ୍ ତାରିଖ ରଖିଥିଲେ ଏବଂ ତାଙ୍କ ଚଳଚ୍ଚିତ୍ର ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ସଲମାନ ଖାନ ଙ୍କ ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ, ଯାହା ଏବେ ପୂରଣ ହୋଇଛି। ବର୍ତ୍ତମାନ ଦର୍ଶକମାନେ ସେମାନଙ୍କ ନିକଟ ପ୍ରେକ୍ଷାଳୟକୁ ଯାଇ ବଲିଉଡ୍ର ଦବଙ୍ଗ ଖାନ୍ ସଲମାନଙ୍କ 'କିସି କା ଭାଇ କିସି କୀ ଜାନ' ଦେଖିପାରିବେ।
ଚାରି ବର୍ଷର ଦୀର୍ଘ ଅପେକ୍ଷା ପରେ ଇଦ୍ ଅବସରରେ ସଲମାନ ଖାନଙ୍କ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ​​ଏବଂ ବର୍ତ୍ତମାନ ଫିଲ୍ମର ପ୍ରଥମ ଦିନ ବକ୍ସ ଅଫିସର ସଂଗ୍ରହ ମଧ୍ୟ ସାମ୍ନାକୁ ଆସିଛି। ସଲମାନଙ୍କ ଏହି ଫିଲ୍ମକୁ ନେଇ ପୂର୍ବରୁ ଯେପରି ଆଶା କରାଯାଉଥିଲା ତାହା ହୋଇପାରିନି।
ଅଧିକ ପଢ଼ନ୍ତୁ: ଏହି ସାଉଥ୍ ଫିଲ୍ମର୍ ରିମେକ୍ ହେଉଛି 'କିସି କା ଭାଇ କିସି କୀ ଜାନ'; ଦେଖନ୍ତୁ ପୂରା ଫିଲ୍ମ
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ଫିଲ୍ମ ପ୍ରଥମ ଦିନରେ ଦର୍ଶକଙ୍କ ଠାରୁ ଅଧିକ ପ୍ରତିକ୍ରିୟା ପାଇ ନାହିଁ। ଭାରତରେ ୪,୫୦୦ ପରଦାରେ ଏବଂ ବିଦେଶରେ ୧,୨୦୦ ପରଦାରେ ମୁକ୍ତିଲାଭ କରିଥିବା 'କିସି କା ଭାଇ କିସି କୀ ଜାନ' ରିଲିଜ ହେବାର ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ମାତ୍ର ୧୫.୮୧ କୋଟି ରୋଜଗାର କରିଛି। ପୂର୍ବ ଇଦ୍ ଅବସରରେ ରିଲିଜ୍ ହୋଇଥିବା ଭାଇଜାନଙ୍କ ଅନ୍ୟ ଫିଲ୍ମ ୩୦କୋଟି ଉପରେ ରୋଜଗାର କରିବାରେ ସକ୍ଷମ ହୋଇଛି।
ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ ଟ୍ୱିଟରରେ 'କିସି କା ଭାଇ କିସି କୀ ଜାନ'ର ପ୍ରଥମ ଦିନର ରୋଜଗାର ଶେୟାର କରିଛନ୍ତି। ଏଥିରୁ ଜଣାଯାଇଛି ଯେ ସଲମାନ ଖାନଙ୍କ ଏପର୍ଯ୍ୟନ୍ତ ଫିଲ୍ମ ମଧ୍ୟରେ ମଲ୍ଟି ଷ୍ଟାରର ଚଳଚ୍ଚିତ୍ରର ଆୟ ବହୁତ କମ୍।
ତରଣ ଆଦର୍ଶ ‘କିସି କା ଭାଇ କିସି କୀ ଜାନ’ର ପ୍ରଥମ ଦିନର ରୋଜଗାରକୁ ଶେୟାର କରି ଲେଖିଛନ୍ତି- 'କିସି କା ଭାଇ କିସି କୀ ଜାନ’ର ପ୍ରଥମ ଦିନର ରୋଜଗାର ବହୁତ କମ୍। ଯେତେବେଳେ ଏହାକୁ ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ସଲମାନ ଖାନଙ୍କ ଇଦ୍ ରିଲିଜ୍ ସହିତ ତୁଳନା କରାଯାଏ, ମେଟ୍ରୋ ସିଟିରେ ଏହା ବହୁତ କମ୍। ଶୁକ୍ରବାର ‘କିସି କି ଭାଇ କିସି କୀ ଜାନ’ ୧୫.୮୧ କୋଟି ରୋଜଗାର କରିପାରିଛି।”
ତେବେ ଦ୍ୱିତୀୟ ଦିନରେ ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ବାଣିଜ୍ୟ ବିଶ୍ଳେଷକ କୋମଲ ନହଟା ଟ୍ୱିଟ’ କରି କହିଛନ୍ତି, “ଯେଉଁମାନେ ଭାବୁଛନ୍ତି ସେମାନଙ୍କ ପାଇଁ KKBKKJ ଦମଦାର ହେବ, ସେମାନେ ଜାଣିରଖିବା ଉଚିତ ଯେ ଏହା ଇଦ୍ ପୂର୍ବ ରିଲିଜ୍। ତେଣୁ ପ୍ରଥମ ଦିନର ସଂଗ୍ରହ ଭଲ ହେବ, ଏହାକହିବା ଠିକ୍ ନୁହେଁ। ଇଦ୍ରେ ଏହା କମାଲ କରିବ।”
କିନ୍ତୁ ମହାମାରୀ ପରବର୍ତ୍ତୀ ସମୟକୁ ଦୃଷ୍ଟିରେ ରଖି ଦେଖିଲେ ଏହ ସେତେ ଖରାପ ପ୍ରଦର୍ଶନ କରିନି। ତେବେ ଚଳିତ ବର୍ଷ ପ୍ରଥମ ଦିନର ଆୟରେ ‘କିସି କା ଭାଇ କିସି କୀ ଜାନ’ ବଲିଉଡ୍ ଚଳଚ୍ଚିତ୍ର ପାଇଁ ଦ୍ୱିତୀୟ ସର୍ବାଧିକ ହୋଇଛି। ଶାହରୁଖଙ୍କ ‘ପଠାନ’ ପ୍ରଥମ ଦିନରେ ୫୭କୋଟି ରୋଜଗାର କରି ପ୍ରଥମ ସ୍ଥାନରେ ଅଛି।
ସଲମାନ ଖାନଙ୍କ 'କିସି କା ଭାଇ କିସି କୀ ଜାନ' ତାରକାମାନଙ୍କ ସହ ଭରପୂର। ହିନ୍ଦୀ ମନୋରଞ୍ଜନ ଶିଳ୍ପ ବ୍ୟତୀତ ଏହି ଫିଲ୍ମରେ ସାଉଥ୍ ସିନେମାର ଦୁଇ ସୁପର୍ଷ୍ଟାର୍ ମଧ୍ୟ ଅଛନ୍ତି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ପୂଜା ହେଗ୍ଡେ ମୁଖ୍ୟ ଭୂମିକାରେ ଅଛନ୍ତି।
ଏହା ବ୍ୟତୀତ ଭେଙ୍କଟେଶ୍ ଦଗ୍ଗୁବାତୀ, ଭୂମିକା ଚାୱଲା, ଜଗପତି ବାବୁ, ରାଘବ ଜୁୟାଲ, ଶହନାଜ ଗିଲ୍, ପଲକ ତିୱାରୀ, ବିଜେନ୍ଦର ସିଂହ, ସିଦ୍ଧାର୍ଥ ନିଗମ, ଜସ୍ସୀ ଗିଲ, ଅଭିମନ୍ୟୁ ସିଂହ ଏବଂ ଭୀନାଲି ଭଟନାଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ରାମ ଚରଣଙ୍କ ଝଲକ ମଧ୍ୟ ଦେଖିବାକୁ ମିଳେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682152256.jpg)