Advertisment

କିଆରାଙ୍କୁ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ଦେଖି ଲୋକେ କହିଲେ କାହିଁକି ବାହା ହେଲ

ଭାଇରାଲ୍ ହେଉଛି କିଆରା ଆଡଭାନୀ ଏକ ଫଟୋ। ଏଥିରେ ସେ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ରାଗିଯାଇଛନ୍ତି ଓ କହିଛନ୍ତି…

ଅଦ୍ୟତନ ହୋଇଛି
Kiara Advani Without Sindoor And Mangalsutra

Kiara advani without sindoor and mangalsutra

Advertisment

ବିବାହ ପରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ନିକଟରେ ରାଜସ୍ଥାନର ଜୈସଲ୍‌ମେର୍‌ରେ ଏହି ଦୁଇଜଣ ପରସ୍ପରଙ୍କୁ ବରଣମାଳା ପିନ୍ଧେଇ ନିଜର କରିଛନ୍ତି। ଦୁହିଁଙ୍କ ଯୋଡିକୁ ମନୋରଂଜନ ଦୁନିଆ ଠାରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି।

Advertisment

ବିବାହ ପରଠାରୁ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ଦେଖିବାକୁ ମିଳୁଛି। ବର୍ତ୍ତମାନ କିଆରା ଆଡଭାନୀ ତାଙ୍କର ଗୋଟିଏ ଫଟୋ ଯୋଗୁଁ ଲୋକଙ୍କ ସମାଲୋଚନାର ଶୀକାର ହେଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ କିଆରା ତାଙ୍କ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରା ସହିତ ଥିବାବେଳେ ନିକଟରେ ଅନ୍ୟ ଜଣେ ମହିଳା ନଜର ଆସିଛନ୍ତି।

ଅଧିକ ପଢ଼ନ୍ତୁ: କିଆରାଙ୍କ ମଙ୍ଗଳସୂତ୍ର ପାଇଁ ଏତେ କୋଟି ଖର୍ଚ୍ଚ କରିଛନ୍ତି ସିଦ୍ଧାର୍ଥ

Advertisment

ଏହି ଫଟୋରେ, କିଆରା ଆଡଭାନୀ ଏକ ରଙ୍ଗୀନ ଡୁପାଟ୍ଟା ସହିତ ଏକ ଧଳା ଅନାରକଲି ପୋଷାକରେ ଦେଖିବାକୁ ମିଳନ୍ତି। ସେ କିନ୍ତୁ ସାଧାରଣ ନବ ବିବାହିତାଙ୍କ ଠାରୁ ଭିନ୍ନ ନଜର ଆସୁଛନ୍ତି। ତାଙ୍କ ମୁଣ୍ଡରେ ନା ଅଛି ସିନ୍ଦୂର କି ବିନ୍ଦି ନା ବେକରେ ଅଛି ମଙ୍ଗଳସୂତ୍ର।

ଅଭିନେତ୍ରୀଙ୍କ ଏହି ଫଟୋ ସିଦ୍ଧାର୍ଥ ମଲହୋତ୍ରାଙ୍କ ଘରେ ଅର୍ଥାତ ତାଙ୍କ ଶାଶୁ ଘରେ ନିଆଯାଇଛି। ସିନ୍ଦୂର ଏବଂ ମଙ୍ଗଳସୂତ୍ର ବିନା କିଆରା ଆଡଭାନୀଙ୍କୁ ଦେଖି ଲୋକମାନେ କ୍ରୋଧ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଏହି ଫଟୋ ସେଲିବ୍ରେଟି ଫଟୋଗ୍ରାଫର ବିରଲ ଭୟାନୀ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।

Advertisment

ଭାଇରାଲ୍ ହେଉଥିବା ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ 'ସେ ନବବିବାହିତ ପରି ଦେଖାଯାଉ ନାହାଁନ୍ତି। ସିନ୍ଦୁର ଏବଂ ବିନ୍ଦିରେ ଅସୁବିଧା କ’ଣ? ମୁଁ ଜାଣି ପାରୁ ନାହିଁ ଏମାନେ କାହିଁକି ବିବାହ କଲେ।' ଅନ୍ୟ ଜଣେ ଲେଖିଛନ୍ତି, 'ନା ସିନ୍ଦୂର, ନା ମଙ୍ଗଳସୂତ୍ର, ତୁମେ ବହୁତ ଫିକା ଦେଖାଯାଉଛ'।

ଅନ୍ୟମାନେ ଲେଖିଛନ୍ତି, 'ସବୁ ଠିକ୍ ଅଛି କିନ୍ତୁ ତୁମେ କାହିଁକି ଏତେ ଶୀଘ୍ର ମଙ୍ଗଳସୂତ୍ର ଏବଂ ସିନ୍ଦୂର କାଢିଦେଲେ?' ଏମାନଙ୍କ ବ୍ୟତୀତ ଆହୁରି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ମନ୍ତବ୍ୟ ଦେଇ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି।

Bollywood Kiara Advani Marriage Siddharth Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ