Advertisment

ଫିଲ୍ମ ବିଜ୍‌ନେସ୍‌ରେ ସବୁ ରେକର୍ଡ ଭାଙ୍ଗିଲା କେଜିଏଫ୍-୨

ପ୍ରଶାନ୍ତ ନୀଲଙ୍କ ଏହି ଫିଲ୍ମ ଏବେ ଦିଓ୍ବାନା କରିଛି ଭାରତୀୟଙ୍କୁ।

author-image
Prasanjit Ray
ଅଦ୍ୟତନ ହୋଇଛି
KGF chapter 2

KGF chapter 2

ଏବେ ସରିନି ଫିଲ୍ମ। କମିନି କ୍ରେଜ୍ ନା କମିଛି ବିଜନେସ୍। ରେକର୍ଡ ପରେ ରେକର୍ଡ କରି ଚାଲିଛି କେଜିଏଫ୍ ପାର୍ଟ- ଟୁ। ଚତୁର୍ଥ ସପ୍ତାହରେ ବି କେଜିଏଫ୍‌କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ସେଥିପାଇଁ ତ ବ୍ୟବସାୟର ନୂଆ ମାଇଲଷ୍ଟୋନ୍ ଛୁଇଁଛି ଫିଲ୍ମ। କେବଳ ହିନ୍ଦୀରେ ୪୦୦ କୋଟି ଟଙ୍କା ବ୍ୟବସାୟ କରିଛି କେଜିଏଫ୍-୨। ଯାହା ଭାରତୀୟ ସିନେମାରେ ଏକ ବଡ଼ ରେକର୍ଡ।

Advertisment

ବାହୁବଳୀ ଟୁ ସର୍ବକାଳୀନ ୫୧୧ କୋଟି ଟଙ୍କା ଆୟ କରିଛି। ଏହାଠୁ ମାତ୍ର ୧୦୦ କୋଟି ପଛରେ ରହିଛି କେଜିଏଫ୍। ଫିଲ୍ମ ଆହୁରି ଅନେକ ସହରରେ ଏବେ ବି ହାଉସଫୁଲ୍ ଯାଉଛି। ତେଣୁ ଅନୁମାନ କରାଯାଉଛି ଲାଇଫ୍ ଟାଇମ୍ କଲେକ୍ସନ୍ ଏହି ମାର୍କକୁ ବି ପାର କରିବ। ବଲିଉଡ୍‌ର କେବଳ ଦଙ୍ଗଲ ସର୍ବକାଳୀନ ୩୮୭ କୋଟି ଟଙ୍କା ଆୟ କରିଥିଲା। ହେଲେ ଏହାକୁ ବହୁ ପଛରେ କେଜିଏଫ୍-୨ ପକାଇଛି। 

ପ୍ରଶାନ୍ତ ନୀଲଙ୍କ ଏହି ଫିଲ୍ମ ଏବେ ଦିଓ୍ବାନା କରିଛି ଭାରତୀୟଙ୍କୁ। କି କନ୍ନଡ଼, କି ତାମିଲ ଅବା ହିନ୍ଦୀ। ସବୁ ଭାଷାରେ ଏହା ମେଗା ହିଟ୍। ରକି ଭାଇଙ୍କ ଷ୍ଟାଇଲ୍, ସଞ୍ଜୟ ଦତ୍ତଙ୍କ ଦମଦାର ଭଏସ୍ ସିନେମା ପ୍ରେମୀଙ୍କୁ ବାରମ୍ବାର ଫିଲ୍ମ ଯିବାକୁ ବାଧ୍ୟ କରୁଛି। ଫିଲ୍ମରେ ଥିବା ଡ୍ୟାସିଂ ଆଟିଟ୍ୟୁଡ୍, ପାୱାରଫୁଲ୍ ମ୍ୟୁଜିକ୍ ଏବଂ ଇମୋସନାଲ୍ ଡାଇଲଗ୍ ଏହାକୁ ଅନ୍ୟ ସିନେମାରୁ ଭିନ୍ନ କରିଛି।

Advertisment

ଫିଲ୍ମରେ ଥିବା ଦୁନିଆ ଡାଇଲଗ୍ ଭଳି ଏହାର ବ୍ୟବସାୟ ବି ସେମିତି ପୁରା ଦୁନିଆର ଉପରେ ପ୍ରଭାବ ପକାଇଛି। କାରଣ ଆସନ୍ତା କିଛି ଦିନରେ ଏହା ୧୧ ଶହ କୋଟି କ୍ଲବ୍‌ରେ ବି ସାମିଲ ହେବ। କେଜିଏଫ୍ ପାର୍ଟ-୨ ଦେଖିବା ପରେ ଏବେ ଫ୍ୟାନ୍‌ଙ୍କ ମନରେ ଗୋଟିଏ ପ୍ରଶ୍ନ ପାର୍ଟ-୩ କେବେ ଆସିବ।

KGF Chapter 2 Breaking All Time Records Know Why
Advertisment
Advertisment