• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରକି- ରକି- ରକି । ଯୁଆଡ଼େ ଦେଖିବ ଏବେ ରଖି ଭାଇ । ସବୁଠି KGF ଚାପ୍ଟର ୨ର କ୍ରେଜ୍‌ । KGF ଚାପ୍ଟର ୧ର କ୍ରେଜ୍‌ ଯେତିକି ଥିଲା, ତାଠାରୁ କାହିଁ କେତେ ଗୁଣରେ କେଜିଏଫ୍‌ ଚାପ୍ଟର ୨ର କ୍ରେଜ୍‌ ରହିଛି । ଆଉ ବକ୍ସ ଅଫିସ୍‌ କଥା ନକହିବା ଭଲ । କାରଣ ମାତ୍ର ୪ ଦିନରେ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି KGF ଚାପ୍ଟର ୨ । ଗୁରୁବାର ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ରିଲିଜ୍‌ ହୋଇଥିପବା KGF ଚାପ୍ଟର ୨ ରବିବାର ସୁଦ୍ଧା ୫୫୧.୮୩ କୋଟି ଟଙ୍କା କଲେକ୍ସନ୍‌ କରି ସାରିଛି । ଆଉ ଏମିତି ଲାଗୁଛି ଯେମିତି ରକି ଭାଇ କ୍ରେଜ୍‌ ଥମିବାର ନାଁ ଧରୁନି । ଖୁବ୍‌ଶୀଘ୍ର ଏହା ୧୦୦୦ କୋଟି ପାର୍‌ କରିବ ବୋଲି ଆଶା କରାଯାଉଛି ।

ଫିଲ୍ମରେ ରକି ଭାଇ ତଥା ୟଶଙ୍କ ପ୍ରତ୍ୟେକ ଏଣ୍ଟ୍ରିରେ ଯେଉଁଭଳି ଭାବେ ତାଳି ମାଡ଼ ହେଉଛି ଲାଗୁଛି ଫିଲ୍ମ ସବୁ ରେକର୍ଡ ଭାଙ୍ଗିବ । ସବୁଠାରୁ ବଡ଼ କଥା ହେଲା, ଏହି ଫିଲ୍ମର ହିନ୍ଦି ଭର୍ସନ ପ୍ରଥମ ଦିନରେ ହିଁ ସବୁ ରେକର୍ଡ ଭାଙ୍ଗିଥିବା ବେଳେ ପ୍ରଥମ ଚାରି ଦିନରେ ୧୮୯.୪୫ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମ ମଧ୍ୟ ରବିବାର ଦିନ ଖୁବ୍‌ ରୋଜଗାର କରିଛି । ଚତୁର୍ଥ ଦିନ ଅର୍ଥାତ୍‌ ରବିବାର ଦିନ, ଫିଲ୍ମଟି କେବଳ ହିନ୍ଦୀ ଭର୍ସନ୍‌ରୁ ୫୦ କୋଟି ଟଙ୍କା ରୋଜଗାର କରିଛି ।

ୟଶଙ୍କ ସହ ଶ୍ରୀନଧି ଶେଟ୍ଟୀ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ପ୍ରକାଶ ରାଜଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ଏହି ଫିଲ୍ମ ରବିବାର ହିନ୍ଦୀ ବ୍ୟତୀତ ଅନ୍ୟ ଭାଷାରେ ମଧ୍ୟ ଖୁବ୍‌ ଧୁମ୍‌ ମଚାଇଛି । ସାରା ଦେଶରେ ୪୦୦୦ରୁ ଅଧିକ ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିବା କେଜିଏଫ୍ ଚାପ୍ଟର ୨, ରବିବାର କର୍ଣ୍ଣାଟକରେ ୧୫ କୋଟି, ଆନ୍ଧ୍ର ଏବଂ ନିଜାମ ସର୍କିଟରୁ ୧୬.୮୦ କୋଟି, ତାମିଲନାଡୁରୁ ୯.୫୦ କୋଟି ଏବଂ କେରଳରେ ପ୍ରାୟ ୭.୫୦ କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମଟିକୁ ଏକ୍ସଟେଣ୍ଡେଣ୍ଟ ୱିକ୍‌ ଏଣ୍ଡର ପାଇଦା ମିଳିଛି ।

'କେଜିଏଫ୍ ୨' ଦିଲ୍ଲୀ / ଏନସିଆର, ୟୁପି, ବିହାର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜୁରାଟରେ ସବୁଠୁ ଅଧିକ ରୋଜଗାର କରିଛି । ଫିଲ୍ମର ସବୁଠାରୁ ବଡ଼ ଖାସିୟତ ହେଉଛି ଏହା ମଲ୍ଟିପ୍ଲେକ୍ସ ସହ ସିଙ୍ଗଲ୍ ସ୍କ୍ରିନ୍‌ରେ ମଧ୍ୟ ଭଲ ରୋଜଗାର କରୁଚି । କେବଳ ଏତିକି ନୁହେଁ, ଭିଡ଼କୁ ଦୃଷ୍ଟିରେ ରଖି ମଲ୍ଟିପ୍ଲେକ୍ସରେ ଅଧିକ ସିଟ୍ ଥିବା ଅଡିରେ ହିଁ ଫିଲ୍ମ ପ୍ରଦର୍ଶିତ କରାଯାଉଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଫିଲ୍ମଟି ମାତ୍ର ୪ ଦିନ ମଧ୍ୟରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି ।