Advertisment

ପାୱାର ଫୁଲ୍ ଫିଲ୍ମ, ପାୱାର ଫୁଲ୍ କଲେକ୍ସନ୍...୭ ଦିନରେ ୭୦୦ କୋଟି

ପାୱାର ଫୁଲ୍ ଫିଲ୍ମ..ପାୱାର ଫୁଲ୍ ଡାଇଲଗ୍...ଆଉ ପାୱାର ଫୁଲ୍ କଲେକ୍ସନ୍। ୱାର୍ଲଡ୍‌  ୱାଇଡ୍‌ରେ କେଜିଏଫ୍-୨ , କଲେକସନ୍ କରିଛି ୭୨୦ କୋଟି ।

author-image
Prasanjit Ray
ଅଦ୍ୟତନ ହୋଇଛି
KGF 2 Crosses Humongous Rs 700 Crore At Box Office Worldwide

KGF 2 Crosses Humongous Rs 700 Crore At Box Office Worldwide

ପାୱାର ଫୁଲ୍ ଫିଲ୍ମ..ପାୱାର ଫୁଲ୍ ଡାଇଲଗ୍...ଆଉ ପାୱାର ଫୁଲ୍ କଲେକ୍ସନ୍। ଭାରତୀୟ ସିନେମା ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛି କେଜିଏଫ୍-୨। ସାତ ଦିନରେ ୭ ଶହ କୋଟି ବିଜନେସ୍ କରିଛି ଫିଲ୍ମ। ଯାହା ଭାରତୀୟ ସିନେମାରେ ନୂଆ ରେକର୍ଡ। ୱାର୍ଲଡ୍‌  ୱାଇଡ୍‌ରେ କେଜିଏଫ୍-୨ କଲେକସନ୍ କରିଛି ୭୨୦ କୋଟି।

Advertisment

ଆଜି ଯାଏ କୌଣସି ବି ଫିଲ୍ମ ରିଲିଜ୍‌ର ପ୍ରଥମ ସପ୍ତାହରେ ଏତେ ଆୟ କରିନଥିଲା। କେଜିଏଫ୍ ପ୍ରତି ଲୋକଙ୍କ ଥିବା କ୍ରେଜର ଏହା ହେଉଛି ପ୍ରତିଫଳନ। ଚଣ୍ଡୀଗଡ଼ରୁ କନ୍ୟାକୁମାରୀ, ଗୌହାଟିରୁ ଗାନ୍ଧୀ ନଗର ସବୁଠି କେଜିଏଫ୍ ପାଇଁ ଲୋକେ ଦିୱାନା। ସେଥିପାଇଁ ତ ଦକ୍ଷିଣ ଭାରତୀୟ ଭାଷାରେ ସିନେମାକୁ ଯେତେ ସଫଳତା ମିଳୁଛି ତାଠୁ ଢେର ଅଧିକା ହିନ୍ଦୀରେ ବି ମିଳିଛି।

ଏବେ ଯାଏ କେଜିଏଫ୍-୨ର ହିନ୍ଦୀ ରିଲିଜ୍ ୨୬୮ କୋଟି ଟଙ୍କା ଆୟ କରି ସାରିଛି। ଯାହା ବଲିଉଡ୍‌ର ଅନେକ ବଡ଼ ଫିଲ୍ମର ଲାଇଫଟାଇମ୍ କଲେକ୍ସନ୍‌ରୁ ବି ଅଧିକ। କେଜିଏଫ୍, ବାହୁବଳୀର ବି ରେକର୍ଡ ଭାଙ୍ଗିଛି। ବାହୁବଳୀ ପାର୍ଟ ୱାନ୍ ଲାଇଫ୍ ଟାଇମ୍ କଲେକ୍ସନ୍ ୬୫୦ କୋଟି ଥିବାବେଳେ ଏହାଠୁ ଢେର ଆଗରେ ରହିଛି କେଜିଏଫ୍-୨।

Advertisment

ପ୍ରତିଦିନ ଫ୍ୟାନ୍‌ଙ୍କ ମନରେ ବଢ଼ୁଥିବା ଉତ୍ସାହ ଫିଲ୍ମକୁ ଅଧିକ ସଫଳ କରୁଛି। କେଜିଏଫ୍-୨କୁ ଦେଖିବାକୁ ଏବେ ବି ହଲ୍ ସମ୍ମୁଖରେ ଦର୍ଶକଙ୍କ ଭିଡ଼ ଜମୁଛି। କିଛି ସହରରେ ତ ଆଗାମୀ ସପ୍ତାହ ପାଇଁ ବି ଶୋ’ ହାଉସଫୁଲ୍ ରହିଛି। ଯଦି, ଏପରି ଉତ୍ସାହ ଲାଗି ରହେ ତା’ହେଲେ ଫିଲ୍ମ ୧୦୦୦ କୋଟି କ୍ଲବ୍‌ରେ ଖୁବ୍ ଶୀଘ୍ର ସାମିଲ ହେବ। ଏହି ତାଲିକାରେ ଭାରତର ତିନିଟି ଫିଲ୍ମ ରହିଛି। ସବୁଠି ଆଗରେ ୨ ହଜାର କୋଟି ସହ ଆମୀର ଖାନ୍‌ଙ୍କ ‘ଦଙ୍ଗଲ’, ୧୮ ଶହ କୋଟି ସହ ‘ବାହୁବଳୀ ୨’ ଏବଂ ନିକଟରେ ରିଲିଜ୍ ହୋଇଥିବା ‘RRR’। 

KGF Chapter 2 KGF 2 KGF Chapter 2 Star Yash
Advertisment
Advertisment