Advertisment

ଏବେ ଛୋଟ ପିଲାଙ୍କୁ ନେଇ ଦେଖିପାରିବେ ଫିଲ୍ମ; ଏହି ହଲ୍‌ କଲା ସୁବିଧା

ଆପଣଙ୍କର ହଲ୍‌କୁ ଯାଇ ଫିଲ୍ମ ଦେଖିବାକୁ ଭାରି ଇଛା ଥିବ। କିନ୍ତୁ ଘରେ ଛୋଟ ପିଲା ଥିବାରୁ ଆପଣ ଯାଇ ପାରୁ ନଥିବେ। କାରଣ ପିଲାମାନେ ହଲ୍‌ରେ କାନ୍ଦନ୍ତି। ହେଲେ ଏବେ ଆଉ ଏ ଅସୁବିଧା ହେବନି। ଏହି ସିନେମା ହଲ୍‌ ତିଆରି କରିଛି ସାଉଣ୍ଡ୍‌ ପ୍ରୁଫ୍ 'କ୍ରାଇଙ୍ଗ୍‌ ରୁମ୍'। ଜାଣନ୍ତୁ ଏହା କେଉଁଠି…

author-image
Pramod Behera
ଅଦ୍ୟତନ ହୋଇଛି
Kerala Soundproof Movie Theatre

Kerala movie theatre creates sound proof crying room for parents

ଲୋକମାନେ ପ୍ରାୟତଃ ନିଜ ପରିବାର ଏବଂ ପିଲାମାନଙ୍କୁ ନେଇ ସିନେମା ହଲ୍‌କୁ ଯାଆନ୍ତି। ଏମିତି ଦେଖାଯାଏ ଅନେକ ସମୟରେ ଛୋଟ ପିଲାମାନେ ଥିଏଟର୍‌ ମଝିରେ କାନ୍ଦନ୍ତି। ପ୍ରଥମେ ଏହା ତ ସେମାନଙ୍କ ବାପାମାଆଙ୍କୁ ସିନେମା ଦେଖିବାରେ ଅସୁବିଧାରେ ପକାଏ, ଏହା ସହ ସେମାନଙ୍କ ପାଖ ଲୋକେ ମଧ୍ୟ ହ‍ଇରାଣ ହୁଅନ୍ତି।

Advertisment

ଏହି ସମସ୍ୟାକୁ ଧ୍ୟାନରେ ରଖି କେରଳ ସରକାର ଏକ ସ୍ୱତନ୍ତ୍ର ସିନେମା ହଲ୍ ଖୋଲିଛନ୍ତି ଯେଉଁଥିରେ ଅଭିଭାବକମାନେ ନିଜ ପିଲାମାନଙ୍କ ସହିତ ଏକାକୀ ଚଳଚ୍ଚିତ୍ର ଦେଖିପାରିବେ, ଏହା କେବଳ ସେମାନଙ୍କୁ ନୁହେଁ ଅନ୍ୟ ଦର୍ଶକଙ୍କୁ ମଧ୍ୟ ଆରାମ ଦେବ।

କେରଳ ସରକାରଙ୍କ ତରଫରୁ ପରିଚାଳିତ ଥିଏଟର କମ୍ପ୍ଲେକ୍ସ ପିଲାମାନଙ୍କ ସହିତ ଆସୁଥିବା ବାପାମାଆଙ୍କ ପାଇଁ ଏକ ସାଉଣ୍ଡ ପ୍ରୁଫ୍ 'କ୍ରାଇଙ୍ଗ୍‌ ରୁମ୍' ନିର୍ମାଣ କରିଛି। ଯଦି କୌଣସି ପିଲା ଫିଲ୍ମ ଚାଲିବା ବେଳେ କାନ୍ଦନ୍ତି, ତେବେ ବାପାମାଆମାନେ ନିଜ ପିଲାଙ୍କୁ ସେ କୋଠରୀକୁ ନେଇଯାଇପାରିବେ ଏବଂ ଏକ ଗ୍ଲାସ୍‌ ୱିଣ୍ଡୋ ମାଧ୍ୟମରେ କୋଠରୀ ଭିତରୁ ଫିଲ୍ମ ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ:ଏହି ଦିନ ମଲ୍ଟିପ୍ଲେକ୍ସରେ ୭୫ ଟଙ୍କାରେ ଦେଖିପାରିବେ ଫିଲ୍ମ

ପିଲାଙ୍କୁ ନେଇ ଫିଲ୍ମ ଦେଖିବା ପାଇଁ ଆସିଥିବା ବାପାମାଆଙ୍କ ପାଇଁ କିଛି ସିଟ୍ ଉପଲବ୍ଧ ହେବ। କେରଳର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ଭି.ଏନ୍ ଭାସଭନ୍ ତାଙ୍କ ଅଫିସିଆଲ୍ ଫେସ୍‌ବୁକ୍ ପେଜ୍‌ରେ 'କ୍ରାଇଙ୍ଗ୍‌ ରୁମ୍'ର ଫଟୋ ଶେୟାର କରିଛନ୍ତି। ଏହା ତିରୁବନନ୍ତପୁରମ୍‌ର କୈରାଲୀ-ଶ୍ରୀ-ନିଲା ଥିଏଟର କମ୍ପ୍ଲେକ୍ସରେ ତିଆରି ହୋଇଛି।

ଏହି 'କ୍ରାଇଙ୍ଗ୍‌ ରୁମ୍'ର ଫଟୋ ଶେୟାର୍ କରି ଭି.ଏନ୍ ଭାସଭନ୍ ଏହି ପୋଷ୍ଟ୍‌ରେ ଲେଖିଛନ୍ତି, “ପିଲାମାନଙ୍କ ସହିତ ଥିଏଟରକୁ ଆସି ଫିଲ୍ମ ଉପଭୋଗ କରିବା ବାପାମାଆଙ୍କ ପାଇଁ ଅତ୍ୟନ୍ତ ବିରଳ। ଥିଏଟରରେ ଅନ୍ଧାର, କୋଳାହଳ ଏବଂ ଆଲୋକ କାରଣରୁ ପିଲାମାନେ କାନ୍ଦନ୍ତି, ଯାହା ଦ୍ୱାରା ବିରକ୍ତ ହୋଇ ବାପାମାଆଙ୍କୁ ଥିଏଟର ଛାଡିବାକୁ ପଡେ। ଫିଲ୍ମ ଦେଖିବା ବେଳେ ଯଦି ପିଲା କାନ୍ଦନ୍ତି, ତେବେ ଥିଏଟର ଛାଡିବାର କୌଣସି ଆବଶ୍ୟକତା ନାହିଁ।”

ସେ ଆହୁରି କହିଛନ୍ତି ଯେ “KSFDCE ଥିରୁବନନ୍ତପୁରମ୍ କୈରାଲୀ ଥିଏଟର କମ୍ପ୍ଲେକ୍ସ ସରକାରୀ ଥିଏଟରକୁ ମହିଳା ଏବଂ ଶିଶୁମାନଙ୍କ ପାଇଁ ଅନୁକୂଳ କରିବା ନେଇ ଏକ ‘କ୍ରାଇଙ୍ଗ୍ ରୁମ୍’ ସ୍ଥାପନ କରିଛି। ‘ସାଉଣ୍ଡ ପ୍ରୁଫ୍ କ୍ରାଇଙ୍ଗ୍ ରୁମ୍’ରେ ପିଲାର ଯତ୍ନ ନେବା ଓ ଡାୟପର ବଦଳେଇବାର ମଧ୍ୟ ସୁବିଧା ଅଛି। ଏହା ସହିତ ପିଲାକୁ ଧରି ବିନା ଅସୁବିଧାରେ ‘କ୍ରାଇଙ୍ଗ୍ ରୁମ୍’ରେ ଫିଲ୍ମ ଦେଖିବାର ମଧ୍ୟ ସୁବିଧା ଅଛି। ଏହି ପଦକ୍ଷେପ ପଛରେ ହାତ ଥିବା KSFDCE କୁ ଅଭିନନ୍ଦନ।”

Bollywood Cinema Halls Theatres
Advertisment
Advertisment