/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683281735.jpg)
Katrina Kaif ready to think about motherhood
ବଲିଉଡ୍ ସେଲିବ୍ରେଟିଙ୍କ ପ୍ରଶଂସକମାନେ କେବଳ ସେମାନଙ୍କର ବୃତ୍ତିଗତ ନୁହେଁ ବରଂ ସେମାନଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ବହୁତ ଆଗ୍ରହୀ ଥାଆନ୍ତି। ସେମାନଙ୍କ ଜୀବନରେ କିଏ ଅଛି, ଖାଇବା ପିଇବା ଠାରୁ ଆରମ୍ଭ କରି ସେମାନେ କେବେ ବାପାମାଆ ହେବେ ଏସବୁକୁ ନେଇ ସେମାନେ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏସବୁକୁ ନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ରହିଥାଏ। ପ୍ରଶଂସକମାନେ ସେମାନଙ୍କ ପ୍ରିୟ କଳାକାରଙ୍କ ସହିତ ଜଡିତ ସବୁକିଛି ଜାଣିବାକୁ ଚାହାଁନ୍ତି।
ଅଧିକ ପଢ଼ନ୍ତୁ: କ୍ୟାଟ୍ରିନା କୈଫ୍ଙ୍କ ଖୁଲାସା; କହିଲେ କେବେ ଦେବେ ଖୁସି ଖବର
କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଠାରୁ କିଛି ଚାହାନ୍ତି। ଏହି ଯୋଡିଙ୍କୁ ଖୁବ ଶୀଘ୍ର ବାପାମାଆ ଭାବେ ପ୍ରଶଂସକମାନେ ଦେଖିବାକୁ ଚାହାଁନ୍ତି। ବର୍ତ୍ତମାନ କ୍ୟାଟ୍ରିନା ଗର୍ଭବତୀ ଥିବା ପ୍ରାୟତଃ ଅନୁମାନ କରାଯାଏ। ତେବେ କ୍ୟାଟ୍ରିନା କେବେ ଏହି ଖୁସି ଖବର ଦେବାକୁ ଯାଉଛନ୍ତି ପ୍ରଶଂସକମାନେ ଜାଣିବାକୁ ଖୁବ ଆଗ୍ରହୀ ଥିବା ଜଣାଯାଏ।
ଏହାରି ଭିତରେ କ୍ୟାଟ୍ରିନାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। କାରଣ, ଆଜିକାଲି ଅଭିନେତ୍ରୀଙ୍କୁ ନେଇ ସର୍ବାଧିକ ପଚରାଯାଇଥିବା ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି। ନିକଟରେ ଅନେକ ସେଲିବ୍ରେଟି ସେମାନଙ୍କ ପ୍ରେମକୁ ବିବାହର ସମ୍ପର୍କରେ ବଦଳେଇଥିଲେ ଏବଂ ଆଲିଆ-ରଣବୀରଙ୍କ ସମେତ କେତେକ ମଧ୍ୟ ବାପାମାଆ ମଧ୍ୟ ହୋଇସାରିଲେଣି।
କ୍ୟାଟ୍ରିନା-ଭିକି ୨୦୨୧ରେ ବିବାହ କରିଥିଲେ ଏବଂ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ପ୍ରଶଂସକମାନେ ଖୁସି ଖବରକୁ ଅପେକ୍ଷା କରିଛନ୍ତି। ଅନେକ ସମୟରେ ସେମାନଙ୍କୁ ଏ ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ପଚରାଯାଏ।
ବର୍ତ୍ତମାନ କ୍ୟାଟ୍ରିନା ନିଜେ ତାଙ୍କ ଫାମିଲି ପ୍ଲାନିଂକୁ ନେଇ ଖୁଲାସା କରିଛନ୍ତି। କ୍ୟାଟ୍ରିନା ବେବି ପ୍ଲାନିଂ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏକ ରିପୋର୍ଟ ଅନୁସାରେ କ୍ୟାଟ୍ରିନା ତାଙ୍କ ସାଙ୍ଗମାନଙ୍କ ସହ ପିଲା ବିଷୟରେ କଥାବାର୍ତ୍ତା କରୁଥିବାବେଳେ କହିଥିଲେ ଯେ “ମୁଁ ସେତେବେଳେ ବେବି ପ୍ଲାନିଂ କରିବି, ଯେତେବେଳେ ବିଜୟ ସେତୁପତି ଏବଂ ଫରହାନ୍ ଅଖତରଙ୍କ ଫିଲ୍ମର ସୁଟିଂ ଶେଷ କରିନେବି।” ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ କ୍ୟାଟ୍ରିନା ଖୁବ ଶୀଘ୍ର ତାଙ୍କ ପ୍ରଶଂସକମାନଙ୍କୁ ଖୁସି ଦେବାକୁ ଯାଉଛନ୍ତି।
ତେବେ ବିଜୟ ସେତୁପତିଙ୍କ ସହ କ୍ୟାଟ୍ରିନା ଯେଉଁ ଫିଲ୍ମ କରୁଛନ୍ତି, ତାହାର ନା’ ହେଉଛି 'ମେରୀ ଖ୍ରୀଷ୍ଟ୍ମାସ୍', ଯାହାର ନିର୍ଦ୍ଦେଶନା ଶ୍ରୀରାମ ରାଘବନ ଦେଉଛନ୍ତି। ବର୍ତ୍ତମାନ ସେ ଫରହାନ ଅଖତରଙ୍କ ସହ 'ଜି ଲେ ଜରା'ରେ କାମ କରୁଛନ୍ତି, ଯେଉଁଥିରେ ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ସହ ନଜର ଆସିବେ। ଏହା ବ୍ୟତୀତ ତାଙ୍କ ହାତରେ ସଲମାନ ଖାନଙ୍କ ସହ ‘ଟାଇଗର ୩’ ମଧ୍ୟ ଅଛି, ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)