Advertisment

ଫ୍ୟାନ୍ସଙ୍କ ଭିଡରେ ଫସିଗଲେ କରିନା, କିଏ ହାତ ଭିଡୁଥିଲା, କିଏ କାନ୍ଧରେ ହାତ ପକାଉଥିଲା

ଫ୍ୟାନ୍ସଙ୍କ ପାଇଁ ହଟହଟା ହେଲେ ବଲିଉଡର ଫେମସ୍‌ ଅଭିନେତ୍ରୀ କରିନା କପୁର । କିଏ ତାଙ୍କ ବ୍ୟାଗ ଭିଡୁଥିଲା ତ କିଏ ତାଙ୍କ କାନ୍ଧ ଉପରେ ହାତ ପକାଇ ସେଲ୍‌ଫି ନେଉଥିଲା। ଫ୍ୟାନ୍ସ ଗହଣରେ ଫସି ଅଣନିଃଶ୍ୱାସୀ ହୋଇ ଯାଇଥିଲେ କରିନା। ଶେଷରେ ତାଙ୍କ ସୁରକ୍ଷା କର୍ମୀମାନେ ଆସି ପିରସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ କରିନାଙ୍କୁ ଫ୍ୟାନ୍ସଙ୍କ ଭିଡରୁ ଉଦ୍ଧାର କରିଥିଲେ।

author-image
Minati Mishra
ଅଦ୍ୟତନ ହୋଇଛି
Kareena Kapoor Khan was mobbed by fans

Kareena Kapoor Khan was mobbed by fans

ଫ୍ୟାନ୍ସଙ୍କ ପାଇଁ ହଟହଟା ହେଲେ ବଲିଉଡର ଫେମସ୍‌ ଆଭିନେତ୍ରୀ କରିନା କପୁର । କିଏ ତାଙ୍କ ବ୍ୟାଗ ଭିଡୁଥିଲା ତ କିଏ ତାଙ୍କ କାନ୍ଧ ଉପରେ ହାତ ପକାଇ ସେଲ୍‌ଫି ନେଉଥିଲା। ଫ୍ୟାନ୍ସ ଗହଣରେ ଫସି ଅଣନିଃଶ୍ୱାସୀ ହୋଇ ଯାଇଥିଲେ କରିନା। ଶେଷରେ ତାଙ୍କ ସୁରକ୍ଷା କର୍ମୀମାନେ ଆସି ପିରସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ କରିନାଙ୍କୁ ଫ୍ୟାନ୍ସଙ୍କ ଭିଡରୁ ଉଦ୍ଧାର କରିଥିଲେ।

Advertisment

ନିକଟରେ କରିନା କପୁର ପୁଅ ଜାହଙ୍ଗୀର ଅଲି ଖାନଙ୍କ ସହ ମୁମ୍ବାଇ ଏୟାରପୋର୍ଟକୁ ଆସୁଥିଲେ। ଗାଡିରୁ ଓହ୍ଲାଇବା କ୍ଷଣି ଘେରି ଯାଇଥିଲେ ଫ୍ୟାନ୍ସମାନେ। ଏହି ସମୟର ଏକ ଭିଡିଓ ଭାଇରାଲ ହୋଇଛି। ଏପରିକି ଭିଡ ଭିତରୁ ବାହାରି ସେ ଚେକିଂ ପାଇଁ ଯାଇ ପାରି ନ ଥିଲେ। କିଛି ‍ଫ୍ୟାନ୍ସ ତାଙ୍କ ସହ ଫଟୋ ଉଠାଇବା ପାଇଁ ଅଭଦ୍ରାମୀର ସୀମା ପାରି କରି ଯାଇଥିଲେ।

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ମହିଳା ତାଙ୍କ ହାତ ଟାଣିବା ସହ ସେ ଧରିଥିବା ହ୍ୟାଣ୍ଡବ୍ୟାଗକୁ ଭିଡୁଛନ୍ତି। ବ୍ଲାକ ଟି ସର୍ଟ ପିନ୍ଧିଥିବା ଅନ୍ୟ ଜଣେ ଯୁବକ କରିନାଙ୍କ ଅତି ନିକଟତର ହେବା ସହ ତାଙ୍କ ସହ ସେଲ୍‌ଫି ନେଉଛନ୍ତି। ଏପରିକି ସେଲ୍‌ଫି ନେବା ସମୟର ସେ କରିନାଙ୍କ କାନ୍ଧରେ ହାତ ମଧ୍ୟ ପକାଇ ଦେଉଛନ୍ତି। ତେବେ ଏମିତି ସମୟରେ କରିନାଙ୍କ ଷ୍ଟାଫମାନେ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ଭିଡ ନିୟନ୍ତ୍ରଣ କରିବା ସହଜ ନ ଥିଲା। କିଛି ସମୟ ପାଇଁ କରିନା ଖୁବ ବ୍ୟତିବ୍ୟସ୍ତ ହୋଇ ଯାଇଥିଲେ।

Advertisment

କରିନା ପୁଅ ଜାହଙ୍ଗୀରକୁ ନେଇ ସୁଟିଂ ପାଇଁ ଲଣ୍ଡନ ଅଭିମୁଖେ ଯାଉଥିଲେ। ହଂସଲ ମେହେଟ୍ଟାଙ୍କ ଅପକମିଂ ଫିଲ୍ମର ସୁଟିଂ ପାଇଁ ଯାଉଥିଲେ। ଲଣ୍ଡନରେ ୨ଟି ପର୍ଯ୍ୟାୟରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଦିୱାଲି ପୂର୍ବରୁ କରିନା ଭାରତ ଫେରି ଆସିବେ ଏବଂ ପରିବାର ଲୋକଙ୍କ ସହ ଦୀପାବଳି ପାଳନ କରିବେ। ନୂଆ ଫିଲ୍ମଟି କରିନାଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ପ୍ରୋଜେକ୍ଟର କୋ-ପ୍ରଡ୍ୟୁସରଙ୍କ ମଧ୍ୟରୁ କରିନା ଜଣେ।

Kareena Kapoor Khan Bollywood Actress
Advertisment
Advertisment