Advertisment

ରାଜନୀତିରେ ଏଣ୍ଟ୍ରି କରିବେ କଙ୍ଗନା ! ଏହି ରାଜ୍ୟରୁ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା...

ବଲିଉଡର ଧାକଡ କ୍ୱିନ୍ କଙ୍ଗନା କଙ୍ଗନା ରାଣାୱତ୍‌ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,  ରାଜନୀତି ଚା ’କପ୍‌ ନୁହେଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kangana Ranaut Willing To Fight 2024 Elections

Kangana Ranaut Willing To Fight 2024 Elections

ବଲିଉଡର ଧାକଡ କ୍ୱିନ୍ କଙ୍ଗନା କଙ୍ଗନା ରାଣାୱତ୍‌ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆସନ୍ତା ୨୦୨୪ ନିର୍ବାଚନରେ ହିମାଚଳପ୍ରଦେଶରୁ ନିର୍ବାଚନ ଲଢ଼ିବା ପାଇଁ କଙ୍ଗନା ଏହି ଇଚ୍ଛା ପ୍ରକାଶ କରିଛନ୍ତି। ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ଯଦି ହିମାଚଳବାସୀ ତାଙ୍କୁ ଏହି ସୁଯୋଗ ଦିଅନ୍ତି, ତା’ହେଲେ ଏହା ତାଙ୍କ ପାଇଁ ସୌଭାଗ୍ୟର କଥା ବୋଲି କଙ୍ଗନା କହିଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ସାକ୍ଷାତକାର ବେଳେ କଙ୍ଗନା ଏହା କହିଛନ୍ତି।

Advertisment

କଙ୍ଗନା କହିଛନ୍ତି ଯେ, ଯେଭଳି ପରିସ୍ଥିତି ହେଉ ନା କାହିଁକି, ଯଦି ସରକାର ଚାହିଁବେ ମୁଁ ଏଥିରେ ଅଂଶଗ୍ରହଣ କରେ, ତା’ହେଲେ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରିବି। ଏଥିପାଇଁ ଯଦି ମୋତେ ରାଷ୍ଟ୍ରୀୟ ସେବକ ହେବାକୁ ପଡ଼େ, ତା’ହେଲେ ମୁଁ ପରିବାର କିମ୍ବା ପିଲାଛୁଆ ଏପରିକି ଅନ୍ୟ କ୍ୟାରିୟର ବିକଳ୍ପ କଥା ମଧ୍ୟ ଚିନ୍ତା କରିବି ନାହିଁ। କାରଣ ଜଣେ ରାଜନେତା ସରକାରୀ କର୍ମଚାରୀଙ୍କ ବ୍ୟତୀତ ଆଉ କିଛି ହେବା ଉଚିତ୍‌ ନୁହେଁ।’ କଙ୍ଗନା ଆହୁରି କହିଛନ୍ତି ଯେ, ରାଜନୀତି ଚା ’କପ୍‌ ନୁହେଁ। କିନ୍ତୁ ଯଦି ଦେଶବାସୀ ଚାହାନ୍ତି ମୁଁ ସେମାନଙ୍କର ସେବା କରେ ତା’ହେଲେ ମୁଁ ମୋ ଜୀବନକୁ ଉତ୍ସଗୀକୃତ କରିବା ସହ ରାଜନୀତିରେ ଯୋଗ ଦେବି। 

Advertisment

ସୂଚନାଥାଉ କି, ପୁଣିଥରେ କଙ୍ଗନା ଟ୍ୱିଟରକୁ ଫେରିଛନ୍ତି। ଫଳରେ ପୁଣି ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କଙ୍ଗନା ଗତ ୧ ବର୍ଷ ଧରି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଲୋକଙ୍କ ସହ ଜଡ଼ିତ ଥିଲେ। ଅନେକ ବିବାଦ କାରଣରୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଯେତେବେଳେ ଅଭିନେତ୍ରୀ ଜାଣିଲେ ଯେ ଟ୍ୱିଟରର କମାଣ ଟେସଲା ମୁଖ୍ୟ ଏଲନ୍ ମସ୍କ ନେଉଛନ୍ତି ସେତେବେଳେ ସେ ଆଶା କରିଥିଲେ ଯେ ସେ ନିଶ୍ଚିତ ଟ୍ୱିଟରକୁ ଫେରିବେ। କେବଳ ଏତିକି ନୁହେଁ ଏନେଇ ସେ ଏଲନ୍ ମସ୍କଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ତାଙ୍କ ଆକାଉଣ୍ଟ ପୁଣିଥରେ ସକ୍ରିୟ ହୋଇଛି ଇନଷ୍ଟାଗ୍ରାମରେ ଏ ବିଷୟରେ ସେ କହିଛନ୍ତି।

Kangana Ranaut Bollywood Actress
Advertisment
Advertisment