Advertisment

୧୯୭୫ ଜରୁରୀକାଳୀନ ସ୍ଥିତିକୁ ପରଦାରେ ଦେଖିବେ ଦର୍ଶକ, କଙ୍ଗନା ବନିଛନ୍ତି ଇନ୍ଦିରା ଗାନ୍ଧୀ

୧୯୭୫ ଜରୁରୀକାଳୀନ ସ୍ଥିତିକୁ ପରଦାରେ ଦେଖିବେ ଦର୍ଶକ....ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି କଙ୍ଗନା...ଦେଖନ୍ତୁ ତାହାର କିଛି ଝଲକ…

author-image
Prasanjit Ray
ଅଦ୍ୟତନ ହୋଇଛି
Kangana Ranaut plays Indira Gandhi in Emergency, teaser released

Kangana Ranaut plays Indira Gandhi in Emergency, teaser released

୧୯୭୫ ମସିହା...ଭାରତରେ ଛାଇ ଯାଇଥିଲା ଜରୁରୀକାଳୀନ ପରିସ୍ଥିତିର କଳା ବାଦଲ । ରାଜନୈତିକ ହଟଚମଟ ବଦଳାଇ ଦେଇଥିଲା ଦେଶର ଭାଗ୍ୟ ଓ ଭାଗ୍ୟ ବିଧାତାଙ୍କୁ । ଏମରଜେନ୍ସି କେମିତି ଆସିଲା ? କିଏ ଏହାକୁ ଆଣିଲା ତା ସମ୍ପର୍କରେ ତ୍ ଆପଣ ମାନେ ଅଳ୍ପ ବହୁତ ଜାଣିଥିଲେ । ହେଲେ ଏହାର ପଛର ମୁଖ୍ୟ ନାୟକ...କ୍ଷମା କରିବେ ନାୟିକା କିଏ ଜାଣିଛନ୍ତି ? ତେବେ ଆସନ୍ତୁ ଜାଣିବା ଏମରଜେନ୍ସିକୁ ନେଇ ନିର୍ମାଣ ହୋଇଥିବା ହିନ୍ଦୀ ଫିଲ୍ମ ସମ୍ପର୍କରେ...

Advertisment

କଙ୍ଗନା ରାଣାୱତ, ଲଗାତାର ଭାବେ ନିଜ ଲୁକ୍ସ ଓ ଫିଲ୍ମର କାହାଣୀକୁ ନେଇ ଏକ୍ସପେରିମେଣ୍ଟ କରିଛନ୍ତି । ଏଥର ବି ତାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଅବତାରରେ ନଜର ଆସିବେ କଙ୍ଗନା । ଏମରଜେନ୍ସି ନାଁରେ କଙ୍ଗନାଙ୍କ ଫିଲ୍ମ ଆସିବାକୁ ଯାଉଛି । ଯାହାର ଟିଜର୍ ରିଲିଜ୍ ହୋଇଛି । ଯେଉଁଥିରେ ଏକଦମ୍ ଅବିକଳ ଇନ୍ଦିରାଙ୍କ ଭଳି ଦେଖା ଯାଉଛନ୍ତି ।

କେବଳ ଲୁକ୍ସ ନୁହେଁ ସେଭଳି କଥା ବି କହୁଛନ୍ତି କଙ୍ଗନା । ହାଲୁକା ପତଳା ସ୍ୱର ଓ ପାୱାରଫୁଲ୍ ଏପିରିଆନ୍ସ । କିଛି ସେକଣ୍ଡ ଏପରି ବି ରହିଛି ଯେଉଁଠି କଙ୍ଗନା ନୁହେଁ ବରଂ ଦର୍ଶକ ଇନ୍ଦିରାଙ୍କୁ ଦେଖିବା ଭଳି ଅନୂଭବ କରିବେ । ମାତ୍ର ଗୋଟିଏ ମିନିଟ୍‌ର ଟିଜର୍‌ ଅନେକ କିଛି କହୁଛି । ଇନ୍ଦିରାଙ୍କ ଚର୍ଚ୍ଚିତ ଡାଇଲଗ୍ ମ୍ୟାଡମ୍ ନୁହେଁ ସାର୍ ଏହାକୁ ବି ଟିଜରରେ ରଖାଯାଇଛି । ଯାହା ଇନ୍ଦିରାଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଉଛି ।

Advertisment

ଏହାପୂର୍ବରୁ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଥଲାଇଭାରେ କଙ୍ଗନାଙ୍କ ଦମଦାର ଅଭିନୟ ଦର୍ଶକ ଦେଖିଥିଲେ । ସେହିପରି ମଣିକର୍ଣ୍ଣିକାରେ ଝାନସୀ ରାଣୀ ଲକ୍ଷ୍ମୀବାଈ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଗୋଟିଏ ପରେ ଗୋଟିଏ ଥିମ୍ ଚରିତ୍ର କଙ୍ଗନାଙ୍କୁ ଏକ ପୋଖତ କଳାକାର ଭାବେ ପରଦାରେ ପ୍ରମାଣିତ କରିଛି । ହେଲେ ଏଥର ଏମରଜେନ୍ସିର କିଛି ଅକୁହା କଥାକୁ ବଡ଼ ପରଦାରେ ଦେଖିବେ ସିନେ ପ୍ରେମୀ ।

କଙ୍ଗନାଙ୍କ ପ୍ରତି ଫିଲ୍ମ କିଛି ନୂଆ ବିବାଦକୁ ସୃଷ୍ଟି କରେ । ତାସହ ନିଜ ବିନ୍ଦାସଆଟିଟ୍ୟୁଡ୍‌ ଓ ରାଜନୈତିକ ବୟାନବାଜୀ ପାଇଁ ପରିଚିତ କଙ୍ଗନା ଏଥର ଫିଲ୍ମରେ କଣ କରୁଛନ୍ତି ତାହା ଆଉ କିଛି ଦିନ ମଧ୍ୟରେ ଜଣାପଡ଼ିବ । କେବଳ କଙ୍ଗନା ନୁହଁନ୍ତି, ହିନ୍ଦୀ ଫିଲ୍ମରେ ଇନ୍ଦିରା ଗାନ୍ଧିଙ୍କ ଚରିତ୍ର ସବୁବେଳେ ପ୍ରଶଂସା ସାଉଁଟେ । ଯେପରି ମଧୁର ଭଣ୍ଡାରକଙ୍କ ଇନ୍ଦୁ ସରକାରରେ ସୁପ୍ରିୟା ବିନୋଦ, ବାଲା ସାହେବଙ୍କ ବାଓପିକ୍ ଠାକ୍ରେରେ ଅବନ୍ତିକା ଆକରେକର୍, ଥାଲାଇଭିରେ ଫ୍ଲୋରା ଜାକବ୍, ଭୁଜ୍‌ରେ ନବନୀ ପରିହାର ଏବଂ ନିକଟରେ ରିଲିଜ୍ ହୋଇଥିବା ବେଲ୍ ବଟ୍ଟମରେ ଲାରା ଦତ୍ତଙ୍କ ଇନ୍ଦିରା ଲୁକ୍ସ ଦର୍ଶକଙ୍କ ପ୍ରଶଂସା ସାଉଁଟିଛି ।

Indira Gandhi Kangna Ranaut
Advertisment
Advertisment