/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683369259.jpg)
Kangana ranaut do not want compensation for her Mumbai house
କଙ୍ଗନା ରାଣାୱତ ହେଉଛନ୍ତି ବଲିଉଡର ପଙ୍ଗା ଗାର୍ଲ। ଅନେକ ଥର ବିବାଦ କାରଣରୁ ସେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଅଭିନେତ୍ରୀଙ୍କ ସହ ତାରକାମାନଙ୍କ ଭିତରୁ କାହା ନା କାହା ସହ ବିବାଦ ହୋଇଯାଏ। ୨୦୨୦ ମସିହାରେ ବିଏମସି ମୁମ୍ବାଇରେ କଙ୍ଗନାଙ୍କ ଘରର ଏକ ଅଂଶ ଭାଙ୍ଗି ଦେଇଥିଲା। ସେତେବେଳେ ଏହାକୁ ନେଇ କଙ୍ଗନା ଖୁବ ରାଗିଥିଲେ ଏବଂ ଏହାକୁ ନେଇ ଅନେକ କିଛି କହିଥିଲେ।
ସେବେଠାରୁ କଙ୍ଗନାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେହି ଘରର କ୍ଷତିପୂରଣକୁ ନେଇ ଅନେକ ପ୍ରଶ୍ନ ପଚାରିଆସୁଛନ୍ତି। ବର୍ତ୍ତମାନ କଙ୍ଗନା ଏହାର ଖୁଲାସା କରିଛନ୍ତି।
ଅଧିକ ପଢ଼ନ୍ତୁ: ନେପୋ ମାଫିଆ ସମସ୍ତଙ୍କ ଅଧିକାର ଛଡ଼ାଇ ନେଉଛି: କଙ୍ଗନା ରାଣାୱତ
ସେପ୍ଟେମ୍ବର ୨୦୨୦ରେ କଙ୍ଗନାକୁ ନୋଟିସ୍ ଜାରି କରିବାର ଗୋଟିଏ ଦିନ ପରେ ବିଏମ୍ସି କଙ୍ଗନାଙ୍କ ଘର କାର୍ଯ୍ୟାଳୟର ଅଧା ଭାଙ୍ଗି ଦେଇଥିଲା। ସେତେବେଳେ କଙ୍ଗନା ଏବଂ ଶିବସେନା ମଧ୍ୟରେ ଅନେକ ବିତର୍କ ହୋଇଥିଲା। ବର୍ତ୍ତମାନ ଯେତେବେଳେ ଏକ ସାକ୍ଷାତକାର ବେଳେ କଙ୍ଗନାଙ୍କୁ ସେହି କ୍ଷତିପୂରଣ ବିଷୟରେ ପଚରାଗଲା, ସେ କହିଛନ୍ତି ଯେ ତାଙ୍କୁ କୌଣସି କ୍ଷତିପୂରଣ ମିଳିନାହିଁ।
ଅଭିନେତ୍ରୀ କହିଛନ୍ତି, “ମୁଁ କୌଣସି କ୍ଷତିପୂରଣ ପାଇନାହିଁ, ସେମାନେ ମୋତେ ଏକ ଇଭାଲୁଏସନ ପଠାଇବାକୁ ଯାଉଥିଲେ, ତେଣୁ ବର୍ତ୍ତମାନ ମୁଁ ଶିନ୍ଦେଜିଙ୍କୁ ଭେଟିଛି। ମୁଁ କହିଲି ଆପଣ ମୋତେ କେବଳ ଇଭାଲୁଏସନ୍ ପଠାନ୍ତୁ। ମୁଁ ଚାହେଁ ନାହିଁ, ଟିକସଦାତାଙ୍କ ଟଙ୍କା ଅପବ୍ୟବହାର ହେଉ, ମତେ ଆଉ ଅଧିକ କ୍ଷତିପୂରଣ ଦରକାର ନାହିଁ, ଏହା ଠିକ୍ ଅଛି।”
କଙ୍ଗନା ଆହୁରି କହିଛନ୍ତି, “ମୋତେ ଯାହା କ୍ଷତିପୂରଣ ଦେବାକୁ ପଡିବ ତାହା କୋର୍ଟ କହିଛନ୍ତି, କିନ୍ତୁ ମୁଁ ଯେପରି କହିଥିଲି, ସେମାନେ କେବେହେଲେ ମୂଲ୍ୟାଙ୍କନକାରୀଙ୍କୁ ପଠାଇ ନାହାଁନ୍ତି ଏବଂ ମୁଁ କିଛି ଦାବି କରି ନାହିଁ। କାରଣ ମୁଁ ଜାଣିଛି ଏହା ଟିକସଦାତାଙ୍କ ଟଙ୍କା ଏବଂ ଏଥିରୁ ମତେ କିଛି ଦରକାର ନାହିଁ।”
ପ୍ରକାଶଥାଉ ଯେ, କଙ୍ଗନା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଏମର୍ଜେନ୍ସୀ’ ର ସୁଟିଂ ଶେଷ କରିଛନ୍ତି। ଏହି ଚଳଚ୍ଚିତ୍ରଟି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଆଧାରିତ ହୋଇଥିବା ବେଳେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଅନୁପମ ଖେର, ମହିମା ଚୌଧୁରୀ, ସ୍ୱର୍ଗୀୟ ସତୀଶ କୌଶିକ, ମିଲିନ୍ଦ ସୋମନ ଏବଂ ଶ୍ରେୟସ ତଲପଡେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ କଙ୍ଗନା ମଧ୍ୟ ‘ଚନ୍ଦ୍ରମୁଖୀ ୨’ ରେ କାମ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)