Advertisment

‘ଏମର୍‌ଜେନ୍ସୀ'ରେ ମୋ ଚରିତ୍ରର ଏକ କଠିନ ପରୀକ୍ଷା ଥିଲା: କଙ୍ଗନା ରାଣାୱତ

କଙ୍ଗନା ରାଣାୱତ ‘ଏମର୍ଜେନ୍ସୀ' ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହାକୁ ନେଇ ସେ ଖୁବ୍ ଖୁସି ମଧ୍ୟ ଅଛନ୍ତି। ଏହା ପଛରେ ତାଙ୍କର କଠିନ ପରିଶ୍ରମ ଓ ସମ୍ପତ୍ତି ବନ୍ଧକ ବିଷୟରେ ସେ ଖୁଲାସା କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Kangana Ranaut wraps up the emergency shooting

Kangana Ranaut wraps up the emergency shooting

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଫିଲ୍ମ 'ଏମର୍‌ଜେନ୍ସୀ'କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ସେ ଏହି ଫିଲ୍ମର ସୁଟିଂ ଶେଷ କରିଛନ୍ତି। କଙ୍ଗନା ଦୀର୍ଘ ସମୟ ଧରି ଏହି ଫିଲ୍ମ ପାଇଁ ବ୍ୟସ୍ତ ଥିଲେ। ଫିଲ୍ମର ସୁଟିଂ ଶେଷ ହେବା ପରେ ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ୍‌ ଲେଖିଛନ୍ତି। ଏହି ପୋଷ୍ଟ୍‌ ସହିତ କଙ୍ଗନା ପ୍ରକାଶ କରିଛନ୍ତି ଯେ ସେ 'ଏମର୍‌ଜେନ୍ସୀ' ଫିଲ୍ମ୍ ପାଇଁ ନିଜ ସମ୍ପତ୍ତିକୁ ମଧ୍ୟ ବନ୍ଧା ପକେଇଛନ୍ତି। କଙ୍ଗନା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ 'ଏମର୍‌ଜେନ୍ସୀ' ସୁଟିଂର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।

Advertisment

ଏହି ଫଟୋ ସହିତ ସେ ପୋଷ୍ଟ୍‌ରେ ଲେଖିଛନ୍ତି, “ମୁଁ ଆଜି ଜଣେ ଅଭିନେତା ଭାବରେ 'ଏମର୍‌ଜେନ୍ସୀ' ଶେଷ କରିଛି। ମୋ ଜୀବନର ଏକ ଗୌରବମୟ ମୁହୂର୍ତ୍ତ ସମାପ୍ତ ହୋଇଛି। ଏହା ମନେହୁଏ ଯେ ମୁଁ ଏହାକୁ ଆରାମରେ ପାସ୍ କରିଛି କିନ୍ତୁ ସତ୍ୟ ଏହାଠାରୁ ବହୁ ଦୂରରେ। ମୋର ସମସ୍ତ ସମ୍ପତ୍ତି ବନ୍ଧା ରଖିବା ଠାରୁ ଆରମ୍ଭ କରି ମୋର ପ୍ରଥମ କାର୍ଯ୍ୟସୂଚୀ ସମୟରେ ଡେଙ୍ଗୁର ସାମ୍ନା କରିବା, ବିପଜ୍ଜନକ ବ୍ଲଡ୍ ସେଲ୍ କମ୍ ହେବା ସତ୍ତ୍ୱେ ଏହାର ସୁଟିଂ ଜାରି ରଖିଥିଲି। ଏହା ଜଣେ ବ୍ୟକ୍ତି ଭାବରେ ମୋର ଚରିତ୍ରର ଏକ କଠିନ ପରୀକ୍ଷା ଥିଲା।”

ଅଭିନେତ୍ରୀ ଏହି ପୋଷ୍ଟରେ ଆହୁରି ଲେଖିଛନ୍ତି, “ମୁଁ ସୋସିଆଲ ମିଡିଆରେ ମୋର ଭାବନାକୁ ସବୁବେଳେ ଖୋଲାଖୋଲି କହେ। କିନ୍ତୁ ସତ କହିବାକୁ ଗଲେ, ମୁଁ ଏସବୁ ଶେୟାର୍ କରି ନାହିଁ କାରଣ ମୁଁ ସେହି ଲୋକମାନଙ୍କୁ ଚାହୁଁ ନାହିଁ ଯେଉଁମାନେ ଅନାବଶ୍ୟକ ଭାବରେ ଚିନ୍ତାକରନ୍ତି ଏବଂ ଯିଏ ମୋତେ ତଳକୁ ନେବାକୁ ଚେଷ୍ଟା କରନ୍ତି, ଆଉ ମୋତେ ଯନ୍ତ୍ରଣା ଦେବା ପାଇଁ ସବୁକିଛି କରୁଛନ୍ତି। ମୁଁ ସେମାନଙ୍କୁ ମୋର ଯନ୍ତ୍ରଣାର ଆନନ୍ଦ ଦେବାକୁ ଚାହୁଁ ନଥିଲି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହା ସହିତ ମୁଁ ତୁମ ସମସ୍ତଙ୍କ ସହ ଏହା ଶେୟାର କରିବାକୁ ଚାହେଁ ଯେ ଯଦି ତୁମେ ଭାବୁଛ ଯେ କେବଳ ନିଜର ସ୍ୱପ୍ନ ପାଇଁ କଠିନ ପରିଶ୍ରମ କରିବା କିମ୍ବା ଯାହା ତୁମେ ଚାହୁଁଛ ତାହା ଯଥେଷ୍ଟ, ତେବେ ପୁନର୍ବାର ଚିନ୍ତା କର କାରଣ ଏହା ସତ୍ୟ ନୁହେଁ।”

ପୋଷ୍ଟ୍‌ର ଶେଷରେ କଙ୍ଗନା ରାଣାୱତ ଲେଖିଛନ୍ତି, “ଯାହା ଦିଆଯାଇଛି ସେଥିପାଇଁ ତୁମେ କଠିନ ପରିଶ୍ରମ କରିବା ଉଚିତ।  ସେପର୍ଯ୍ୟନ୍ତ ନିଜ ଧୈର୍ଯ୍ୟକୁ ଧରି ରଖ ଯେପର୍ଯ୍ୟନ୍ତ ତୁମେ କିଛି କରିପାରିବ। ତୁମେ ଭାଗ୍ୟବାନ ଯଦି ଜୀବନ ତୁମକୁ ବଞ୍ଚେଇ ରଖିଛି କିନ୍ତୁ ଯଦି ତୁମେ ଭାଙ୍ଗି ପଡୁଛ, ତେବେ ପୁଣି ଥରେ ଉଠିବାକୁ ଚେଷ୍ଟା କରନ୍ତୁ। କାରଣ ଏହା ତୁମର ପୁନର୍ଜନ୍ମର ସମୟ।”

ନିଜ ଧୈର୍ଯ୍ୟର ପରିଚୟ ଦେଇ ସେ କହିଛନ୍ତି, “ଏହା ମୋ ପାଇଁ ଏକ ପୁନର୍ଜନ୍ମ ଏବଂ ମୁଁ ଏଭଳି ଜୀବନ୍ତ ଅନୁଭବ କରୁଛି ଯେମିତି ପୂର୍ବରୁ କେବେ କରିନି। ମୋ ପାଇଁ ଏହା କରିଥିବାରୁ ମୁଁ ମୋର ଜବରଦସ୍ତ ପ୍ରତିଭାଶାଳୀ ଟିମ୍‌କୁ ଧନ୍ୟବାଦ ଦେଉଛି। ଯେଉଁମାନେ ମୋ ବିଷୟରେ ଚିନ୍ତା କରନ୍ତି ସେମାନେ ଜାଣିନିଅନ୍ତୁ ଯେ ମୁଁ ବର୍ତ୍ତମାନ ସୁରକ୍ଷିତ ଅଛି। ଯଦି ମୁଁ ସୁରକ୍ଷିତ ନଥା’ନ୍ତି, ତେବେ ମୁଁ ଏସବୁ ଶେୟାର କରି ନ ଥା’ନ୍ତି। ମୋର କେବଳ ଆଶୀର୍ବାଦ ଏବଂ ପ୍ରେମ ଦରକାର।” ତାଙ୍କର ଏହି ପୋଷ୍ଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Kangana Ranaut Bollywood
Advertisment
Advertisment