Advertisment

ଅମିତାଭ ଖୋଲିଲେ ଫିଟ୍‌ନେସ୍ ରାଜ୍; କହିଲେ ଏହି ପତ୍ରରୁ ସେ ଆରମ୍ଭ କରନ୍ତି ଦିନ

ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବହୁତ ସକ୍ରିୟ ଅଛନ୍ତି। ନିଜକୁ ଫିଟ୍ ରଖିବା ପାଇଁ ସେ ଖାଦ୍ୟଠାରୁ ଆରମ୍ଭ କରି ଯୋଗ ପର୍ଯ୍ୟନ୍ତ ସବୁଥିରେ କଠୋର ନିୟମ ପାଳନ କରନ୍ତି। ସେ ନିଜେ ଏହା ପ୍ରକାଶ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଗୋଟିଏ ପତ୍ରରୁ ହିଁ ନିଜ ଦିନ ଆରମ୍ଭ କରନ୍ତି। ତେବେ ସେ କେଉଁ ପତ୍ର ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Amitabh bachchan revealed fitness secrets starts his day by eating tulsi leaves

Amitabh bachchan revealed fitness secrets starts his day by eating tulsi leaves

ଆଉ ମାତ୍ର ୧୬ ଦିନ ପରେ ଅମିତାଭ ବଚ୍ଚନ ୮୨ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଅମିତାଭ ବଲିଉଡ୍‌ର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ୫୦ ବର୍ଷରୁ ଅଧିକ ସମୟ ଧରି ପରଦାରେ ଲୋକଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ଅମିତାଭ ତାଙ୍କ ଜୀବନରେ ତାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ଉତ୍ଥାନ-ପତନ ଦେଖିଛନ୍ତି।

Advertisment

ଅନେକ ଥର ଲୋକମାନେ ତାଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ଏବଂ ସେହି ପ୍ରାର୍ଥନାଗୁଡ଼ିକର ପ୍ରଭାବ ମଧ୍ୟ ପଡିଛି। ବିଗ୍ ବି’ଙ୍କୁ ଦେଖିଲେ ଲୋକଙ୍କ ମନକୁ ଆସୁଥିବା ପ୍ରଥମ ପ୍ରଶ୍ନ ହେଉଛି ସେ କିପରି ଏତେ ଫିଟ୍ ଅଛନ୍ତି।

ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବହୁତ ସକ୍ରିୟ ଅଛନ୍ତି। ନିଜକୁ ଫିଟ୍ ରଖିବା ପାଇଁ ସେ ଖାଦ୍ୟଠାରୁ ଆରମ୍ଭ କରି ଯୋଗ ପର୍ଯ୍ୟନ୍ତ ସବୁଥିରେ କଠୋର ନିୟମ ପାଳନ କରନ୍ତି। ସେ ନିଜେ ଏହା ପ୍ରକାଶ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଗୋଟିଏ ପତ୍ରରୁ ହିଁ ନିଜ ଦିନ ଆରମ୍ଭ କରନ୍ତି। ତେବେ ସେ କେଉଁ ପତ୍ର ଆସନ୍ତୁ ଜାଣିବା।

Advertisment

ଜିମ୍ ସେସନ୍‌ରୁ ଦିନ ଆରମ୍ଭ:

୨୦୨୨ ମସିହାରେ, ସେ ନିଜ ବ୍ଲଗ୍‌ରେ ଏହା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଜିମ୍ ଯିବା ପୂର୍ବରୁ ସେ ୨୦ ମିନିଟର ପଦଯାତ୍ରା କରନ୍ତି ଏବଂ ବ୍ୟାୟାମ ସହିତ ସେ ଯୋଗ ମଧ୍ୟ କରନ୍ତି। ଅମିତାଭ ବଚ୍ଚନ ତାଙ୍କ ବ୍ଲଗ୍‌ରେ ସକାଳର ନିତ୍ୟକର୍ମ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସେ ତାଙ୍କର ଦିନକୁ ଜିମ୍ ସେସନ୍‌ରୁ ଆରମ୍ଭ କରନ୍ତି।

ପ୍ରଥମେ ତୁଳସୀ ପତ୍ର:

ଏହା ପରେ ସେ କିଛି ତୁଳସୀ ପତ୍ର ଖାଆନ୍ତି। ସେ ପ୍ରୋଟିନ୍ ଶେକ୍, ବାଦାମ, ପଇଡ ଏବଂ ଦଲିୟା ନିଅନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଜଳଖିଆ ସହିତ ପଇଡ ପାଣି, ଅଁଳା ରସ, ଖଜୁରୀ ମଧ୍ୟ ଖାଆନ୍ତି।

ଏହି ତିନୋଟି ଜିନିଷରୁ ଦୂରେଇ ରୁହନ୍ତି:

ଅମିତାଭ ତାଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ମଧ୍ୟ ନିଅନ୍ତି। ସେ ମଧ୍ୟାହ୍ନ ଭୋଜନରେ ଡାଲି, ପନିପରିବା ଏବଂ ରୁଟି ଖାଆନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ତିନୋଟି ଜିନିଷଠାରୁ ଦୂରେଇ ରୁହନ୍ତି। ସେ ଆମିଷ, ମିଠା, ଭାତ ଖାଆନ୍ତି ନାହିଁ। ଅଭିନେତା କହିଛନ୍ତି ଯେ ଯେତେବେଳେ ସେ ଯୁବକ ଥିଲେ ଏସବୁ ଖାଉଥିଲେ। କିନ୍ତୁ ଏହି ବୟସରେ ନିଜକୁ ଫିଟ୍ ରଖିବା ପାଇଁ ଏହିସବୁ ଜିନିଷ ଛାଡି ଦେଇଛନ୍ତି।

ନିଜକୁ ଫିଟ୍ ରଖିବା ସହିତ ଅମିତାଭ ମାନସିକ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଖୁବ ସଚେତନ। ସେ ଠିକ୍ ୮ ଘଣ୍ଟା ଶୋଇଥାଆନ୍ତି। ଅମିତାଭ ବଚ୍ଚନଙ୍କ କାମର କଥା କହିବାକୁ ଗଲେ ‘କଲ୍‌କୀ ୧୯୯୮ ଏଡି’ ‌ପରେ ଫିଲ୍ମା ‘ଭେଟ୍ଟାୟାନ’ ଏବଂ ଫିଲ୍ମ ‘ଆଙ୍ଖ୍ ମିଚୌଲି’ରେ ସେ ନଜର ଆସିବେ।

Amitabh Bachchan Bollywood Fitness
Advertisment
Advertisment