Advertisment

ଜେଡି ଆନୁଆଲ୍‌ ଆୱାର୍ଡ ପ୍ରୋଗ୍ରାମ: ଡିଜାଇନର ପୋଷାକ ପିନ୍ଧି ରାମ୍ପରେ ଚାଲିଲେ ମଡେଲ୍‌

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଭୁବନେଶ୍ୱରରେ ଉଦ୍‌ଯାପିତ ହୋଇଛି ଜେଡି ଆନୁଆଲ୍‌ ଆୱାର୍ଡ ପ୍ରୋଗ୍ରାମ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କର ହେଡ୍ ଅଫ୍ ବିଜନେସ୍ ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
JD Annual Design Awards Held In Bhubaneswar

JD Annual Award Programme Held In Bhubaneswar

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଭୁବନେଶ୍ୱର ରେ ଉଦ୍‌ଯାପିତ ହୋଇଛି ଜେଡି ଆନୁଆଲ୍‌ ଆୱାର୍ଡ ପ୍ରୋଗ୍ରାମ। ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫ୍ୟାଶନ ଟେକ୍ନୋଲୋଜିର ଏହି ବାର୍ଷିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ୧୫ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାମ୍ପ ଶୋ’ ଆୟୋଜିତ ହୋଇଥଲା। ଏଥିରେ ବିଭିନ୍ନ ଡିଜାଇନର ପୋଷାକ ପିନ୍ଧି ରାମ୍ପରେ ଚାଲିଥିଲେ ମଡେଲ୍‌।

Advertisment

କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କର ହେଡ୍ ଅଫ୍ ବିଜନେସ୍ ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ହୋଇଥିବା ଡିଜାଇନ ଗୁଡ଼ିକୁ ଦେଖି ସେ ଭୁରି ଭୁରି ପ୍ରଶଂସା କରିଥିଲେ। ଏହାସହ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ ଲିତିଶା।

Advertisment

ତେବେ ଏହି ରାମ୍ପ ୱାକ୍‌ରେ ସୁନ୍ଦରୀ ଯୁବତୀଙ୍କୁ ପଛରେ ପକାଇ ଦେଇଥିଲେ ଆସାମର ମାସୁଦ ଖାନ୍‌। ପେଶାରେ ସେ ଜଣେ ମେକପ୍ ଆର୍ଟିଷ୍ଟ, ହେଲେ ରାମ୍ପରେ ଚାଲିବା ତାଙ୍କର ନିଶା।  ଏକ ଜାତୀୟ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ସେଫ୍ ଭାବେ ସେ ପାସ୍‌ ଆଉଟ୍ ମଧ୍ୟ ହୋଇଛନ୍ତି। ରାମ୍ପ ଶୋ’ରେ ଭାଗ ନେଇ ମାସୁଦ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। 

Advertisment
Advertisment