Advertisment

ବାହା ନହୋଇ ମାଆ ହେଲେ କୌଣସି ଅସୁବିଧା ନାହିଁ: ଜୟା ବଚ୍ଚନ

ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Jaya Bachchan has spoken about 'physical attraction'

Jaya Bachchan has spoken about 'physical attraction'

ବିବାହ ନକରି ଆଗୁଆ ମାଆ ହେଲେ କୌଣସି ଅସୁବିଧା ନାହିଁ। ଏକଥା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ। ସେ ଏପରି ଶିକ୍ଷା ତାଙ୍କ ନାତୁଣୀଙ୍କୁ ଦେଇଛନ୍ତି। କୌଣସି ସମ୍ପର୍କ ଲମ୍ବା ସମୟ ପାଇଁ ରଖିବାକୁ ହେଲେ ଶାରିରୀକ ସମ୍ପର୍କ ଜରୁରୀ। ନାତୁଣୀଙ୍କୁ ଜୟାଙ୍କ ଏହି ନୀତିଶିକ୍ଷା ଏବେ ଚର୍ଚ୍ଚାର ବିଷୟ ହୋଇଛି।ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ହେଲେ ଜୟା ବଚ୍ଚନ। ଅଭିନୟ ନେଇକି ନୁହେଁ ବରଂ ବିବାଦୀୟ ମନ୍ତବ୍ୟ ଦେଇ। କେତେବେଳେ ରାଜନୈତକ ବୟାନ ତ ଆଉ କେତେବେଳେ ମିଡିଆକୁ ଟାର୍ଗେଟ୍। କିନ୍ତୁ ଏଥର ନିଜ ନାତୁଣୀକୁ ଉପଦେଶ ଦେବାକୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜୟା।

Advertisment

ଜୟାଙ୍କ ନାତୁଣୀ ହେଉଛନ୍ତି ନଭ୍ୟା ନବେଲା। ନଭ୍ୟା-ଜୟା ଏକାଠି ଆପଣମାନେ ଅଫ୍‌ ସ୍କ୍ରିନ୍‌ ଓ ସୋସିଆଲ ମିଡିଆରେ ଦେଖୁଥିବେ। ହେଲେ ନଭ୍ୟାଙ୍କୁ ଉପଦେଶ ନେଇ ଜୟା ନିଜ ରାଜ୍‌କୁ ଖୁଲାସା କରିଛନ୍ତି। ବିବାହ ପୂର୍ବର ରିଲେସନସିପ୍‌କୁ ନେଇ ସେ ବଡ଼ ବୟାନ ରଖିଛନ୍ତି। ତାହାହେଲେ ନଭ୍ୟାଙ୍କୁ ଜୟା କଣ କହିଲେ ଶୁଣନ୍ତୁ

ଜୟା ତାଙ୍କ ନାତୁଣୀ ନଭ୍ୟା ନବେଲୀ ନନ୍ଦାଙ୍କୁ କହିଛନ୍ତି ଯେ What The Hell Navya !! କଥାବାର୍ତ୍ତା ଅବସରରେ ସେ ବୋଲ୍ଡ ଆଡଭାଇସ୍‌ ଦେଇଛନ୍ତି। କୌଣସି ସମ୍ପର୍କ ଲମ୍ବା ସମୟ ପାଇଁ ରଖିବାକୁ ହେଲେ ଶାରିରୀକ ସମ୍ପର୍କ ଜରୁରୀ ଜୟା କହିଛନ୍ତି। ତାଙ୍କ ସମୟରେ ସେ ଏକ୍ସପେରିମେଣ୍ଟ କରିପାରିନାହାନ୍ତି। କୌଣସି ବି ସମ୍ପର୍କ କେବଳ ପ୍ରେମ ଓ ଖାପ ଖୁଆଇ ଚାଲିନଥାଏ।

Advertisment

ଜୟା ଆହୁରି କହିଛନ୍ତି ଯେ- ''ଯଦି ବିହାହ ନକରି ନଭ୍ୟା ମାଆ ହୁଅନ୍ତି, ତେବେ ସେଥିରେ ତାଙ୍କର କୌଣସି ଅସୁବିଧା ହେବନି। ସେ କହିଛନ୍ତି ଯେ- ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି। କିନ୍ତୁ ସମ୍ପର୍କରେ ଶାରିରୀକ ସମ୍ପର୍କ, ସାମର୍ଥ୍ୟ(କାପାବିଲିଟି) ଉଭୟ ରହିବା ଜରୁରୀ। ଆମ ସମୟରେ ଆମେ ଏପରି ଏକ୍ସପେରିମେଣ୍ଟ କରିପାରିନଥିଲୁ। ଆଜିର ପିଢି ଏପରି କାମ କରୁଛନ୍ତି, କାହିଁକି ବା ନକରିବେ? ଯଦି ଶାରିରୀକ ସମ୍ପର୍କ ନରହିବ, ତାହାହେଲେ କୌଣସି ବି ସମ୍ପର୍କ ଲମ୍ବା ସମୟ ପାଇଁ ତିଷ୍ଠି ପାରିବନି। କୌଣସି ବି ସମ୍ପର୍କ କେବଳ ପ୍ରେମ ଓ ଖାପ ଖୁଆଇ ଚାଲିନଥାଏ। ଏହା ନିହାତି ଜରୁରୀ ବୋଲି ମୁଁ ଭାବେ।'' 

(ଜୟା ଓ ନଭ୍ୟା ଏକାଠି ଯାଉଥିବାର ଦୃଶ୍ୟ)

ଜୟା ଆହୁରି କହିଛନ୍ତି- ''ଏହା ଆମେ କେବେ କରିପାରିନଥାନ୍ତେ, ଆମେ ଏହା ବିଷୟରେ ଭାବି ନଥିଲେ। କିନ୍ତୁ ଆମ ପରେ ଏବେର ଯୁବପିଢି ସଂପୂର୍ଣ୍ଣ ଅଲଗା। ଆଜିର ରିଲେସନସିପ୍‌ରେ ଇମୋସନ୍ ଓ ରୋମାନ୍ସର କମ୍‌ ନାହିଁ। ଆପଣ ଭଲ ସାଥୀ ସହ ବିବାହ କରିବା ଜରୁରୀ। ଆପଣ ତାଙ୍କ ସହ ସାଥୀ ହେବା ଦରକାର। ଆପଣ ଆପଣ ସାଥୀଙ୍କ ସହ ଆଲୋଚନା କରିବେ। କହିବେ- ଆମ ଦୁହିଁଙ୍କର ଛୋଟ ପିଲାଟିଏ ହେଉ, କାହିଁକିନା ମୁଁ ତୁମକୁ ପସନ୍ଦ କରେ। ମୁଁ ଜାଣିଛି ତୁମେ ବହୁତ ଭଲ। ଚାଲ, ଆମେ ମ୍ୟାରେଜ୍ କରିବା... କାହିଁକିନା ସମାଜ ଏହାହିଁ ଚାହିଁଥାଏ।'' 

Jaya Bachchan
Advertisment
Advertisment