/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665060611.jpg)
bollywood actress Jaya Bachchan
ବଲିଉଡ ଅଭିନେତା, ଅଭିନତ୍ରୀଙ୍କ ଫ୍ୟାନ୍ସ, ଫଲୋୟର ବହୁତ ଅଧିକ । ଆକଳନ କରିବା କଷ୍ଟ। ଯଦି ଏହି ଅଭିନେତା ବା ଅଭିନେତ୍ରୀ ଫ୍ୟାନ୍ସଙ୍କ ଭିଡ଼ରେ ପଡିଗଲେ ତେବେ କଥା ସରିଲା। ଫଟୋ, ଅଟୋଗ୍ରାଫ ପାଇଁ ଏମିତି ଭିଡ ଜମିବ ଯେ ବାହାରବା ମୁସ୍କିଲ ହୋଇଯିବ। ତୁମର ରାଗ, ଗାଳି ଏମିତି ଫ୍ୟାନ୍ସଙ୍କ ପାଖରେ କିଛି କାମ ଦେବନି। ଖାଲି ଗାଳି ଦେବା ଲୋକଟି ହିଁ ବଦନାମ ହେବ। ହେଲେ ଜୟା ବଚ୍ଚନ ଏଠି କାହିଁକି ରାଗିଲେ ? ଏମିତି ରାଗିବାଟା କେତେ ଯଥାର୍ଥ ଥିଲା ?
ସେ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନଙ୍କର ବି ବହୁତ ଫ୍ୟାନ୍ସ ଫଲୋଇଙ୍ଗ ଅଛନ୍ତି। ହେଲେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଖୁବ ଗାଳି ଦେଉଥିବା ଦେଖିବାକୁ ମିଳୁଛି । ଏହି ଗାଳିର ଭିଡିଓଟି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି ଏକ ଦୁର୍ଗା ମଣ୍ଡପର ଦୃଶ୍ୟ ପରି ମନେହେଉଛି।
ଜୟା ବଚ୍ଚନ ପୁଅ ଅଭିଷେକଙ୍କ ସହ ଭୋପାଳ କାଳିବରି ମନ୍ଦିର ଯାଇଛନ୍ତି। ଏହି ସମୟରେ ମନ୍ଦିରରେ ଖୁବ ଭିଡ ଥିବା ଦେଖିବାକୁ ମିଳିଛି । ମନ୍ଦିରରେ ଜୟା ଓ ଅଭିଷେକଙ୍କୁ ଦେଖି ଲୋକେ ଫଟୋ ଉଠାଇବାକୁ ଠେଲାପେଲା ହେଉଛନ୍ତି । ଏହାକୁ ଦେଖି ଜୟା ରାଗି ଯାଇଛନ୍ତି । ରାଗରେ ଫ୍ୟାନ୍ସଙ୍କୁ କଡା କଥା ବି ଶୁଣାଇ ଦେଇଛନ୍ତି । ଜଣେ ୟୁଜର୍ସ ଟୁଇଟରରେ ଏହି ସମୟର ଭିଡିଓଙ୍କୁ ଶେୟାର କରିଛନ୍ତି ।
Jaya Bachchan schools fans trying to click selfies with @juniorbachchan at Kali Bari temple in #Bhopal But jaya gets always angry on fans ..why's@SrBachchan ji..@ianuragthakur@Anurag_Office@mybmc@filmindependent@MumbaiCityFCpic.twitter.com/hQE3rh7MBf
— Gajendra Singh Chouhan (GaJJu) (@GajjuChouhan91) October 5, 2022
ଭିଡିଓରେ ଦେଖିବାକୁ ମିଳିଛି, ଅଭିଷେକ ଫ୍ୟାନ୍ସଙ୍କ ସହ ସେଲ୍ଫି ନେଉଛନ୍ତି। ଏପଟେ ଜୟା ବଚ୍ଚନ ରାଗରେ ଫ୍ୟାନ୍ସଙ୍କୁ ଗାଳି କରୁଛନ୍ତି। ପାଟି କରି ‘କଣ’ ଏସବୁ କରୁଛ ? ଟିକିଏ ବୁଝିବାକୁ ତ ଚେଷ୍ଟା କର। ଭୋପାଳ ବାସୀଙ୍କ ପାଖରେ ଟିକିଏ ତ ବୁଝିବା ଶକ୍ତି ଥିବ ’ ବୋଲି କହୁଥିବା ଶୁଣିବାକୁ ମିଳୁଛି।
ପରେ ଅଭିଷେକ ଯେତେବଳେ ମହିଳାଙ୍କ ସହ ସେଲ୍ଫି ନେଉଛନ୍ତି ସେତେବେଳେ ଜୟା ଆହୁରି ରାଗି ଯାଉଛନ୍ତି ଆଉ କହୁଛନ୍ତି, ‘ ଆପଣମାନେ ଛାଡ଼ି ଦିଅନ୍ତୁ ନା। ଆପଣମାନେ କ‘ଣ କରୁଛନ୍ତି ? ଟିକିଏ ଲଜ୍ଜାବୋଧ ଆପଣଙ୍କ ପାଖରେ ନାହିଁ ?’
ଏହି ଭିଡିଓଟି ସୋଶିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)