Advertisment

Jaya Bachchan: ରାଗିଗଲେ ଜୟା ବଚ୍ଚନ, ବୃଦ୍ଧ ପ୍ରଶଂସକଙ୍କ ହାତକୁ ଛାଟିଦେଲେ; କାହିଁକି ଜାଣନ୍ତୁ…

ଜୟା ବଚ୍ଚନ ମନୋଜ କୁମାରଙ୍କ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ଏହି ସମୟରେ ସେ ନିଜ ବୟସର ଜଣେ ମହିଳାଙ୍କ ଉପରେ ରାଗିଯାଇଥିଲେ। ଖାଲି ରାଗି ନ ଥିଲେ ତାଙ୍କୁ ଅସମ୍ମାନ ମଧ୍ୟ କରିଥିଲେ। ତାଙ୍କ ହାତକୁ ଛାଟି ଦେଇଥିଲେ।

ଅଦ୍ୟତନ ହୋଇଛି
Jaya Bachchan angry at elderly fan for asking photo

Jaya Bachchan angry at elderly fan for asking photo

Advertisment

ଜୟା ବଚ୍ଚନ ତାଙ୍କ କ୍ରୋଧ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କୁ ଅନେକ ସମୟରେ ପାପାରାଜି କିମ୍ବା ଅନ୍ୟ ଲୋକଙ୍କ ସହ ପାଟିତୁଣ୍ଡ କରି ରାଗିଯିବା ଦେଖିବାକୁ ମିଳିଥାଏ। ଜୟା ବଚ୍ଚନ ରବିବାର ଦିନ ମନୋଜ କୁମାରଙ୍କ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ଏହି ସମୟରେ ସେ ନିଜ ବୟସର ଜଣେ ମହିଳାଙ୍କ ଉପରେ ରାଗିଯାଇଥିଲେ। ଖାଲି ରାଗି ନ ଥିଲେ ତାଙ୍କୁ ଅସମ୍ମାନ ମଧ୍ୟ କରିଥିଲେ। ତାଙ୍କ ହାତକୁ ଛାଟି ଦେଇଥିଲେ।

Advertisment

ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଜଣେ ବୃଦ୍ଧା ପ୍ରଶଂସକ ତାଙ୍କ ସହ ଫଟୋ ଫଟୋ ଉଠାଇବାକୁ କହିଥିଲେ ଜୟା ଖୁବ୍ ରାଗି ଯାଇଥିଲେ।

ଏହି ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜୟା କିଛି ମହିଳାଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଜଣେ ବୃଦ୍ଧ ମହିଳା ଜୟା ବଚ୍ଚନଙ୍କ କାନ୍ଧରେ ହାତ ମାରି ଡାକିଥିଲେ। ଏହା ପରେ ସେ ଚମ୍‌କୀ ପଡିଥିଲେ। ଯେତେବେଳେ ଜୟା ବଚ୍ଚନ ପଛକୁ ଅନେଇଲେ ଦେଖିଲେ, ଜଣେ ପୁରୁଷ - ଯିଏ ବୃଦ୍ଧ ମହିଳାଙ୍କ ସହିତ ଥିଲେ - ମୋବାଇଲ୍ କ୍ୟାମେରା ସାହାଯ୍ୟରେ ଉଭୟଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ।

Advertisment

ଅଧିକ ପଢ଼ନ୍ତୁ: ଆଉ ଥରେ କ୍ୟାନ୍‌ସର୍‌ ସହ ଲଢୁଛନ୍ତି ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ

ଏହି ସମୟରେ ଯେତେବେଳେ ସେହି ବୃଦ୍ଧ ମହିଳା ଜଣଙ୍କ ହ୍ୟାଣ୍ଡଶେକ୍ କରିବା ପାଇଁ ହାତ ବଢାନ୍ତି, ଜୟା ବଚ୍ଚନ ତାଙ୍କ ହାତକୁ ଛାଟିଦେଇଥିଲେ ଆଉ ଫଟୋ କ୍ଲିକ୍ କରିବାକୁ ସେହି ପୁରୁଷ ବ୍ୟକ୍ତିଙ୍କୁ ରୋକିଥିଲେ।

ଜୟା ବଚ୍ଚନଙ୍କ ଏହି ଆଚରଣକୁ ଦେଖି ଲୋକମାନେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ତାଙ୍କ ଆଚରଣକୁ ଅଭଦ୍ର ବୋଲି କହୁଥିବାବେଳେ ଆଉ କିଛି ଲୋକ ତାଙ୍କୁ ସମର୍ଥନ କରୁଛନ୍ତି ଏବଂ ଫଟୋ ମାଗିବା ପାଇଁ ଏହା ଏକ ଠିକ୍ ଉପାୟ ନୁହେଁ ବୋଲି କହିଛନ୍ତି।

Advertisment

ଜଣେ ବ୍ୟକ୍ତି ମତ ଦେଇ ଲେଖିଛନ୍ତି – ମତେ ଲାଗୁ ନାହିଁ ଯେ ସେ ସାକ୍ଷାତ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଜୟାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ। ଫଟୋ ଉଠାଇବା ପାଇଁ ଅନ୍ତିମ ସଂସ୍କାର ସ୍ଥଳ ଠିକ୍ ସ୍ଥାନ ନୁହେଁ।

ଅନ୍ୟ ଜଣେ ଲେଖିଛନ୍ତି – ଜୟା ମଧ୍ୟ ଶାନ୍ତ ଭାବରେ କଥା ହୋଇପାରିଥାନ୍ତେ। ଆଉ ଜଣେ ଲେଖିଛନ୍ତି – ମୁଁ ଦୁଃଖିତ, କିନ୍ତୁ ଆପଣ କିପରି ଭାବିପାରିଲେ ଅନ୍ତିମ ସଂସ୍କାର ଫଟୋ ମାଗିବାର ଏକ ଉପଯୁକ୍ତ ସ୍ଥାନ ବୋଲି ?

ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି – ପ୍ରାର୍ଥନା ସଭାରେ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ବାହାର କରିଦେବା ଉଚିତ। ଏଥର ଜୟା ଠିକ୍ କରିଛନ୍ତି।

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

Bollywood Jaya Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ