Advertisment

Jatra Artists Support Nari Panda: ନରି ପଣ୍ଡାଙ୍କୁ ସମର୍ଥନ କରିବେ ଯାତ୍ରା କଳାକାର, ବାପି ପଣ୍ଡାଙ୍କ ସୂଚନା

ଯାତ୍ରା କଳାକାର ସଂଘର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକ ପରେ କଳାକାର ସଂଘ ନରି ପଣ୍ଡାଙ୍କୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛି। ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ଯବନିକା ପକାଇବା ଲକ୍ଷ୍ୟରେ ଆଜି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିଥିଲା। ଏଥିରେ ସମସ୍ତ କଳାକାର ଯୋଗ ଦେଇଥିଲେ। ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

bapi panda

ଯାତ୍ରା କଳାକାର ସଂଘର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକ ପରେ କଳାକାର ସଂଘ ନରି ପଣ୍ଡାଙ୍କୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛି। ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ଯବନିକା ପକାଇବା ଲକ୍ଷ୍ୟରେ ଆଜି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିଥିଲା। ଏଥିରେ ସମସ୍ତ କଳାକାର ଯୋଗ ଦେଇଥିଲେ। ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଆଲୋଚନା ପରେ କଳାକାର ସଂଘ ନରି ପଣ୍ଡାଙ୍କୁ ସମର୍ଥନ କରିବ ବୋଲି ସୂଚନା ଦେଇଛନ୍ତି ବାପି ପଣ୍ଡା। ଏହି ବୈଠକରେ ଆକ୍ରମଣର ଶିକାର ହୋଇଥିବା ନରି ପଣ୍ଡାଙ୍କ ସମେତ ଦୈତାରୀ ପଣ୍ଡାଙ୍କ ପରି କଳାକାର ମାନେ ଯୋଗ ଦେଇଥିଲେ। ମାଲିକ ସଂଘ ସହିତ ଆଉ ଥରେ ଆଲୋଚନା କରିବୁ ବୋଲି ବାପି ପଣ୍ଡା ବୈଠକ ପରେ ସୂଚନା ଦେଇଛନ୍ତି। ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ। ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି।

ଏହାର ଶୀଘ୍ର ସମାଧାନ ପାଇଁ କଳାକାର ସଂଘ ବୈଠକ ବସିବ। ତେବେ ଏହି ବୈଠକରେ କେଉଁ ଦିଗ ଉପରେ ଆଲୋଚନା ହୋଇପାରେ ତା’ ଉପରେ ସମସ୍ତଙ୍କ ନଜର ରହିଛି । କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ପଛର ଅସଲ କାରଣ କ’ଣ ? ବୈଠକରେ ଅଭିନେତା ପୀୟୂଷଙ୍କ ପ୍ରସଙ୍ଗ ଉଠିବ କି ? ନରି ପଣ୍ଡାଙ୍କୁ ବ୍ୟାନ ପ୍ରସଙ୍ଗରେ ଆଲୋଚନା ହେବ କି ? ଆଇପିଏଲ ଢଙ୍ଗରେ କଳାକାର ନିଲାମୀ ପ୍ରସଙ୍ଗରେ ହୋଇପାରେ ଆଲୋଚନା । କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ସମାଧାନ ପାଇଁ ମଝି ରାସ୍ତା ବାହାରିପାରେ ବୋଲି ଆଶା କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ:ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

Jatra Party Bapi Panda Odia Jatra Jatra Artist
Advertisment
Advertisment