• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ତିରୁପତିର ବାଲାଜୀ ମନ୍ଦିରରେ ନଜର ଆସିଲେ ବଲିଉଡ୍‌ ଅଭିନେତ୍ରୀ ଜାନ୍‌ଭୀ କପୁର । ବୟଫ୍ରେଣ୍ଡଙ୍କ ଜନ୍ମଦିନରେ ଜାନ୍‌ଭୀ ବାଲାଜୀ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି । ଖବର ଅନୁସାରେ ଆଜି ସୋମବାର ପୁରୁଷ ବନ୍ଧୁ ଶିଖର ପହରିଆଙ୍କ ଜନ୍ମଦିନ ଥିବାରୁ ଜାନ୍‌ଭୀ ମନ୍ଦିର ଯାଇଥିଲେ । ଖାଲି ଜାନ୍‌ଭୀ ନୁହଁନ୍ତି ତାଙ୍କ ସହ ଶିଖର ପହରିଆଙ୍କୁ ମଧ୍ୟ ମନ୍ଦିରରେ ଦେଖିବାକୁ ମିଳିଥିଲା । ଉଭୟ ଏକାଠି ହୋଇ ଭଗବାନଙ୍କୁ ଦର୍ଶନ କରିଥିଲେ ।

ଜାନ୍‌ଭୀଙ୍କ ଭଉଣୀ ଖୁସି କପୁର ମଧ୍ୟ ସେମାନଙ୍କ ସହ ବାଲାଜୀ ମନ୍ଦିରରେ ନଜର ଆସିଥିଲେ । ଜାନ୍‌ଭୀ ଏକ ଗୋଲାପୀ ଏବଂ ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ଶିଖର ପହରିଆଙ୍କୁ ଧଳା ଧୋତି ଏବଂ ଗୋଲାପୀ ରଙ୍ଗର ସାଲରେ ଦେଖିବାକୁ ମିଳିଥିଲା । ସମସ୍ତେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଭଗବାନଙ୍କୁ ଦର୍ଶନ କରି ଫେରିଥିଲେ ।

ଅଧିକ ପଢ଼ନ୍ତୁ: ୬୫ କୋଟି ଟଙ୍କା ଦେଇ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଲେ ଜାହ୍ନଭୀ

ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ତାହାସହ ଜାନ୍‌ଭୀ ଶିଖରଙ୍କ ସହିତ ଫଟୋ ଉଠାଇ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ କ୍ୟାପସନରେ ‘ଶୁଭ ଜନ୍ମଦିନ ଶିଖୁ’ ବୋଲି ସେ ଲେଖିଛନ୍ତି । ଯାହାକୁ ଅନେକ ଦର୍ଶକ ପସନ୍ଦ କରିଛନ୍ତି । କିଛି ଦର୍ଶକ ଲାଇକ୍‌ ଓ କମେଣ୍ଟ ମଧ୍ୟ କରିଛନ୍ତି । ଉଭୟଙ୍କ ଭଲପାଇବାକୁ ନେଇ କିଛି ଦର୍ଶକ ସେମାନଙ୍କ ମତାମତ ଦେଇଥିବା ନଜର ଆସିଛି ।

ଅତୀତରେ ଜାନ୍‌ଭୀଙ୍କ ସହ ଶିଖର ପହରିଆଙ୍କ ବ୍ରେକଅପ୍‌ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ବହୁ ଦିନ ପୂର୍ବରୁ ଉଭୟ ଡେଟ୍‌ କରୁଥିଲେ ବୋଲି ଜଣାପଡ଼ିଥିଲା । କିନ୍ତୁ କିଛି ଦିନ ପରେ ସେମାନଙ୍କ ବ୍ରେକଅପ୍‌ ହୋଇଥିବା ଜଣାପଡ଼ିଥିଲା । ହେଲେ ବର୍ତ୍ତମାନ ଉଭୟଙ୍କୁ ଏକାଠି ଦେଖିବା ପରେ ପ୍ରଶଂସକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର ହୋଇଛି ।