ଅଗଷ୍ଟରେ ଆସିବ ଅପକମିଙ୍ଗ ରୋମାଣ୍ଟିକ ଡ୍ରାମା ପରମ ସୁନ୍ଦରୀ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ସିଦ୍ଧାର୍ଥ ମଲହୋତ୍ରା ଓ ଜାହ୍ନବୀ କପୁର । ଆସନ୍ତା ୧୫ ତାରିଖରେ ସନ୍ ଅଫ୍ ସର୍ଦ୍ଦାର –ଟୁ ସହ ପରମ ସୁନ୍ଦରୀ ରିଲିଜ ହେବାର ଥିଲା । କିନ୍ତୁ ପରମ ସୁନ୍ଦରୀ ମେକର୍ସ ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇ ଦେଇଥିଲେ
ଏବେ ଫିଲ୍ମଟି ଅଗଷ୍ଟ ମାସରେ ରିଲିଜ ହେବ ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ତାରିଖ ନେଇ କୌଣସି ସୂଚନା ମିଳିନାହିଁ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ଜଲୋଟା ।
ଅଧିକ ପଢନ୍ତୁ: ଅଗଷ୍ଟ ୧ରେ ରିଲିଜ୍ , ସାଧାରଣ ପ୍ରେମ କାହାଣୀଠୁ ଅଲଗା
Also Read
ମେ ୨୯ରେ ଫିଲ୍ମର ଫାଷ୍ଟ ଲୁକ୍ ଜାରି ହୋଇଥିଲା । ପରମ ଭୂମିକାରେ ସିଦ୍ଧାର୍ଥ ଓ ସୁନ୍ଦରୀ ଭୂମିକାରେ ଜାହ୍ନବୀ ନଜର ଆସିବେ । ରାଜକୁମାର ରାଓଙ୍କ ଫିଲ୍ମ ମାଲିକ ରିଲିଜ ହୋଇଛି । ଏଥିରେ ୨ଟି ଟିଜର ଦେଖିବାକୁ ମିଳିଛି । ଟିଜରରେ ପରମ ସୁନ୍ଦରୀ ଅଗଷ୍ଟରେ ରିଲିଜ ହେବ ବୋଲି କୁହାଯାଇଛି ।
ସିଦ୍ଧାର୍ଥ ଓ ଜାହ୍ନବୀଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ବକ୍ସଅଫିସରେ ଫିଲ୍ମଟି ଭଲ ଆୟ କରିବ ବୋଲି କୁହାଯାଉଛି । ଫିଲ୍ମର ଅଧିକାଂଶ ସୁଟିଂ କେରଳରେ ହୋଇଛି । ଯାହାକି ଟିଜରରେ ଦେଖିବାକୁ ମିଳିଛି ।
ଦିନେଶ ଭିଜନ ଫିଲ୍ମର ପ୍ରଯୋଜନା କରିଛନ୍ତି । ଫିଲ୍ମରେ ପରମ ଓ ସୁନ୍ଦରୀ ୨ଟି ରାଜ୍ୟର ଭିନ୍ନ ଭିନ୍ନ ସଂସ୍କୃତିର । ସେମାନେ ଯେବେ ପ୍ରେମରେ ପଡ଼ିବେ କଣ କଣ ଘଟିବ ତାକୁ ନେଇ ଫିଲ୍ମର କାହାଣୀ । ରାଜୀବ ଖଣ୍ଡେୱାଲ ଓ ଆକାଶ ଦହିୟା ବି ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ।