Advertisment

Ishika Taneja: ଶଙ୍କରାଚାର୍ଯ୍ୟଙ୍କ ଠାରୁ ଗୁରୁଦୀକ୍ଷା ନେଇ ସାଧ୍ୱୀ ହେଲେ ଏହି ବିଶ୍ୱସୁନ୍ଦରୀ, କରିଥିଲେ ଅନେକ ଫିଲ୍ମ

ଚଳଚ୍ଚିତ୍ର ଜଗତର ଗ୍ଲାମର ଦୁନିଆକୁ ବିଦାୟ ଦେଇ ମାନବ ସେବା ତଥା ସନାତନ ଧର୍ମର କାର୍ଯ୍ୟ ପାଇଁ ଆଧ୍ୟାତ୍ମିକତା ଆଡକୁ ଯାଇଛନ୍ତି ‘ମିସ୍ ୱାର୍ଲ୍ଡ ଟୁରିଜିମ୍‌’ ଇଶିକା ତନେଜା। ଇଶିକା ଜବଲପୁରର ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜଙ୍କଠାରୁ ଗୁରୁଦୀକ୍ଷା ନେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Actress ishika taneja take guru dikhsha

Actress ishika taneja take guru dikhsha

ଚଳଚ୍ଚିତ୍ର ଅଭିନେତ୍ରୀ ତଥା ପୂର୍ବତନ ‘ମିସ୍ ୱାର୍ଲ୍ଡ ଟୁରିଜିମ୍‌’ ଇଶିକା ତନେଜା ବର୍ତ୍ତମାନ ଚଳଚ୍ଚିତ୍ର ଜଗତର ଗ୍ଲାମର ଦୁନିଆକୁ ବିଦାୟ ଦେଇ ମାନବ ସେବା ତଥା ସନାତନ ଧର୍ମର କାର୍ଯ୍ୟ ପାଇଁ ଆଧ୍ୟାତ୍ମିକତା ଆଡକୁ ଯାଉଛନ୍ତି। ଇଶିକା ଜବଲପୁରର ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜଙ୍କଠାରୁ ଗୁରୁଦୀକ୍ଷା ନେଇଛନ୍ତି।

Advertisment
Actress ishika taneja take guru dikhsha ଶଙ୍କରାଚାର୍ଯ୍ୟଙ୍କ ଠାରୁ ଗୁରୁଦୀକ୍ଷା ନେଇ ସାଧ୍ୱୀ ହେଲେ ଏହି ବିଶ୍ୱସୁନ୍ଦରୀ

ଗୁରୁଦୀକ୍ଷା ନେବା ପରେ ଅଭିନେତ୍ରୀ କହିଥିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଫିଲ୍ମ ଇଣ୍ଡଷ୍ଟ୍ରି କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ନାଁ ଏବଂ ଖ୍ୟାତି ପାଇଁ ଧାଁଧପଡ କରୁଥିଲେ। “ମୁଁ ଅନେକ ନାଁ ଏବଂ ଖ୍ୟାତି ଅର୍ଜନ କଲି କିନ୍ତୁ ମାନସିକ ଶାନ୍ତି ଏବଂ ସନ୍ତୁଷ୍ଟି ପାଇଲି ନାହିଁ। ତେଣୁ ବର୍ତ୍ତମାନ ଆମକୁ ସନାତନ ଧର୍ମ ଏବଂ ମାନବ ସେବା ପାଇଁ କାର୍ଯ୍ୟ କରିବାକୁ ପଡିବ।”

ଅଧିକ ପଢ଼ନ୍ତୁ: ନିର୍ମାତାଙ୍କ ବଡ଼ ଘୋଷଣା; ୨୦ ମିନିଟ୍ ଅଧିକ ଯୋଡ଼ାଯିବ, ଏହି ଦିନ ରିଲୋଡ୍

Advertisment


ସୁନ୍ଦରୀରୁ ସାଧ୍ୱୀ:

ତାଙ୍କ ଜୀବନରେ ଆଲୋକ ସନ୍ଧାନରେ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ‘ମିସ୍ ୱାର୍ଲ୍ଡ ଟୁରିଜିମ୍‌’ ଇଶିକା ତନେଜା ଦିଲ୍ଲୀର ଜବଲପୁରରେ ପହଞ୍ଚି ସେଠାରେ ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କ ଠାରୁ ଗୁରୁଦିକ୍ଷା ନେଇଛନ୍ତି। ଏହା ପରେ ସେ ବିଶ୍ୱ ସୁନ୍ଦରୀରୁ ସାଧ୍ୱୀ ହୋଇଯାଇଛନ୍ତି।

ତେବେ ଦୀକ୍ଷା ଦେଇ ନିଜ ଶିଷା କରିବା ପୂର୍ବରୁ, ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ପୂର୍ବତନ ‘ମିସ୍ ୱାର୍ଲ୍ଡ ଟୁରିଜିମ୍‌’ ଇଶିକା ତନେଜାଙ୍କ ଶାସ୍ତ୍ରଜ୍ଞାନ ସଂକ୍ରାନ୍ତ ଜିଜ୍ଞାସାକୁ ଦୂର କରିଥିଲେ ଏବଂ ତା’ପରେ ତାଙ୍କୁ ଗୁରୁ ମନ୍ତ୍ର ଦେଇ ତାଙ୍କର ଶିଷ୍ୟା କରିଥିଲେ।

ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

Actress ishika taneja take guru dikhshaଶଙ୍କରାଚାର୍ଯ୍ୟଙ୍କ ଠାରୁ ଗୁରୁଦୀକ୍ଷା ନେଇ ସାଧ୍ୱୀ ହେଲେ ଏହି ବିଶ୍ୱସୁନ୍ଦରୀ

ମାନସିକ ଶାନ୍ତି ପାଇଁ ଧର୍ମର ପଥ:

ଗେରୁଆ ପୋଷାକ ପିନ୍ଧି ଦୀକ୍ଷା ନେବା ପାଇଁ ପହଞ୍ଚିଥିବା ଇଶିକା ତାନେଜା ଶଙ୍କରାଚାର୍ଯ୍ୟାଙ୍କ ଠାରୁ ଦୀକ୍ଷା ନେବାର କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି, “ମୁଁ ନିଜ ପାଇଁ ବହୁତ କିଛି କଲି। ଅନେକ ପୁରସ୍କାର ଜିତିଲି, ଅନେକ ରେକର୍ଡ କଲି, କିନ୍ତୁ ସେହି ଯାତ୍ରା ସମ୍ପୂର୍ଣ୍ଣ ଭିନ୍ନ ଥିଲା। କାରଣ ସେଠାରେ ନାନାଁ ଏବଂ ଖ୍ୟାତି ତ ଥିଲା କିନ୍ତୁ ସେଠାରେ ଶାନ୍ତି ଏବଂ ଆତ୍ମସନ୍ତୋଷ ନଥିଲା, ତେଣୁ ମୁଁ ସେହି ଯାତ୍ରା ଛାଡି ଆଧ୍ୟାତ୍ମିକତାର ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। କାରଣ ଏହି ଯାତ୍ରାରେ ଯେଉଁ ସୁଖ ମିଳେ ତାହା ହେଉଛି ସନାତନ ଧର୍ମ ଏବଂ ଲୋକଙ୍କ ସେବା। ଏହାକୁ ଅନ୍ୟ କୌଣସି ସୁଖ ସହିତ ତୁଳନା କରାଯାଇପାରିବ ନାହିଁ।”


ଏହି ଚଳଚ୍ଚିତ୍ରଗୁଡ଼ିକରେ କାମ କରିଥିଲେ:

ଇଶିକା ତନେଜା ୨୦୧୭ ମସିହାରେ ‘ମିସ୍ ୱାର୍ଲ୍ଡ ଟୁରିଜିମ୍ ଇଣ୍ଡିଆ’ ଟାଇଟଲ୍ ଜିତିଥିଲେ। ୨୦୧୮ରେ, ମାଲେସିଆର ମେଲାକାରେ ଆୟୋଜିତ ‘ମିସ୍ ୱାର୍ଲ୍ଡ ଟୁରିଜିମ୍‌’ରେ ତନେଜାଙ୍କୁ ବିଜ୍‌ନେସ୍ ମହିଳା ଅଫ୍ ଦି ୱାର୍ଲ୍ଡ ମୁକୁଟ ମଧ୍ୟ ଦିଆଯାଇଥିଲା।

ତାଙ୍କୁ ଭାରତର ୧୦୦ ମହିଳା ଆଚିଭର୍ସ ପାଇଁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଇଶିକା ତନେଜା ‘ଇନ୍ଦୁ ସରକାର’ , ‘ହଦ୍’ ଏବଂ ‘ଦିଲ୍‌ ମଙ୍ଗଦୀ’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।


ମିଳିଲା ନାହିଁ ଶାନ୍ତି:

ଚଳଚ୍ଚିତ୍ର ଗ୍ଲାମର୍ ଜଗତରୁ ଆଧ୍ୟାତ୍ମିକତା ଆଡକୁ ମୁହାଁଇଥିବାବେଳେ ଇଶିକା ତନେଜା କହିଛନ୍ତି ଯେ ସେ ଫିଲ୍ମ ଦୁନିଆରେ କେବେ ସୁଖ ଏବଂ ଶାନ୍ତି ପାଇ ନାହାଁନ୍ତି। ସେଥିପାଇଁ ସେ ଚଳଚ୍ଚିତ୍ର ଜଗତକୁ ସଂପୂର୍ଣ୍ଣ ଛାଡିଛନ୍ତି।

Actress ishika taneja take guru dikhshaଶଙ୍କରାଚାର୍ଯ୍ୟଙ୍କ ଠାରୁ ଗୁରୁଦୀକ୍ଷା ନେଇ ସାଧ୍ୱୀ ହେଲେ ଏହି ବିଶ୍ୱସୁନ୍ଦରୀ

ସେ କହିଛନ୍ତି, “ଆଜିକାଲି ଯେଉଁଭଳି ଭାବେ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି, OTT ରେ ଆସିବା ପରେ, ମୁଁ କେବେ ଶାନ୍ତି ଅନୁଭବ କରି ନାହିଁ। ସେଥିପାଇଁ ମୁଁ ବିଭିନ୍ନ ଧାର୍ମିକ ସ୍ଥାନରେ ବୁଲାବୁଲି କରି ଏକ ଭିନ୍ନ ରାସ୍ତା ଖୋଜୁଥିଲି। ବର୍ତ୍ତମାନ ସେହି ମାର୍ଗ ଆଧ୍ୟାତ୍ମିକତାର, ଧର୍ମର, ବର୍ତ୍ତମାନ ଗୁରୁ ଦୀକ୍ଷା ଗ୍ରହଣ କରିବା ପରେ କେବଳ ଏହି କାର୍ଯ୍ୟ କରିବାକୁ ପଡ଼ିବ, ଯାହା ସନାତନ ଧର୍ମ ଏବଂ ମାନବ ସେବା ପାଇଁ ଲାଭଦାୟକ ହେବ।

ଅଧିକ ପଢ଼ନ୍ତୁ: ନିର୍ଦ୍ଦେଶକଙ୍କ ୨୫୦ କୋଟି ଟଙ୍କାର ଫିଲ୍ମ ଫ୍ଲପ୍ ହେଲା, ଏବେ ବାଜିରେ ୪୦୦ କୋଟି; ହେବ କି ବ୍ଲକ୍‌ବଷ୍ଟର୍...

Miss World
Advertisment
Advertisment