• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ 'ବ୍ରହ୍ମାସ୍ତ୍ର' ବକ୍ସ ଅଫିସରେ ହଇଚଇ କରୁଛି। ତେବେ ଫିଲ୍ମର ସ୍କ୍ରିପ୍ଟ ଏବଂ କାଷ୍ଟକୁ ନେଇ ଚର୍ଚ୍ଚା ହେଉଛି। ଚଳଚ୍ଚିତ୍ରର VFX କୁ ଅଧିକ ପ୍ରଶଂସା କରାଯାଉଛି। ଫିଲ୍ମର VFX ଏବଂ ଶାହାରୁଖ ଖାନ ଙ୍କ ଚରିତ୍ରର ପ୍ରଶଂସା ମଧ୍ୟରେ ଏହାର ମୁଖ୍ୟ କାଷ୍ଟ ରଣବୀର ଏବଂ ଆଲିଆ ପଛରେ ପଡିଯାଇଛନ୍ତି।

ଲୋକେ ଏହି ଫିଲ୍ମ ପାଇଁ ସାତ ବର୍ଷ ପର୍ଯ୍ୟନ୍ତ ଅପେକ୍ଷାରେ ଥିଲେ। ଚାରିଆଡେ ଏହାର କ୍ରେଜ୍ ମଧ୍ୟ ବହୁତ ଭଲ ଥିଲା। ଫିଲ୍ମ ରିଲିଜ୍ ପରେ ଭଲ ରୋଜଗାର କରୁଥିଲେ ବି ଏହାକୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। କେହି କେହି ଏହାକୁ ପ୍ରଶଂସା କରୁଥିବା ବେଳେ କେତେକ ମଧ୍ୟ ଏହାର ସଂଳାପକୁ ନେଇ ଥଟ୍ଟା କରୁଛନ୍ତି।

ବର୍ତ୍ତମାନ ଲୋକମାନେ ଆଲିଆ ଭଟ୍ଟ ଙ୍କୁ ଟ୍ରୋଲ୍‌ କରୁଛନ୍ତି କାରଣ ସେମାନଙ୍କୁ ଲାଗୁଛି ଯେ ପୂରା ଫିଲ୍ମରେ ତାଙ୍କର ଯେମିତି କେବଳ ଗୋଟିଏ ସଂଳାପ ଥିଲା, ତାହା ହେଉଛି "ଶିବା। ପୂରା ଫିଲ୍ମରେ ସେ ଏହି ଗୋଟିଏ ଶଦ୍ଦକୁ ବାରମ୍ବାର କହୁଥିବାରୁ ତାଙ୍କୁ ସୋସିଆଲ୍ ମିଡିଆରେ ମେମ୍ସ କରୁଯାଉଛି। ଏହି ଫିଲ୍ମରେ ଆଲିଆ ୮୪୯ ଥର ଶିବା କହିବା ପାଇଁ ୧୦କୋଟି ନେଇଥିବା ଲୋକେ ଥଟ୍ଟା କରି କହୁଛନ୍ତି। ଏହା ଛଡା ଅନ୍ୟମାନେ ମଧ୍ୟ ସୋସିଆଲ ମିଡିଆରେ ମେମ୍ସର ବର୍ଷା କରିଛନ୍ତି।

ଆଲିଆଙ୍କ ଚରିତ୍ର ଇଶା ଫିଲ୍ମରେ ଅନେକ ଗୁରୁତ୍ୱ ରଖୁଥିଲେ ବି ତାଙ୍କ ଅଭିନୟକୁ ନେଇ ଭଲ ପ୍ରତିକ୍ରିୟା ଆସି ନାହିଁ। ଏହାକୁ ନେଇ ଜଣାଶୁଣା ମିମିକ୍ରି କଳାକାର ଚାନ୍ଦନୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଚାନ୍ଦନୀ ଏହି ଭିଡିଓରେ ଆଲିଆ ଭଟ୍ଟଙ୍କୁ କପି କରୁଥିବା ଦେଖାଯାଏ। ସେ ଆଲିଆଙ୍କ ଚରିତ୍ର ଇଶାଙ୍କୁ ମିମିକ୍ରୀ କରିଛନ୍ତି ଏବଂ ଏହାର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓ ଦେଖିଲେ ଯେ କେହି ବି ହସିବାକୁ ବାଧ୍ୟ ହେବେ। ଲୋକମାନେ ଏହି ମଜାଳିଆ ଭିଡିଓକୁ ବହୁତ ପସନ୍ଦ କରିଛନ୍ତି ଏବଂ ଚାନ୍ଦନୀଙ୍କ ମିମିକ୍ରୀ ହେତୁ ଫିଲ୍ମ ଦେଖିବା କଥା ମଧ୍ୟ କହୁଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now