• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  କୁନ୍ଦ୍ରାଙ୍କ ନାଁରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

  •  ରାଜ କୁନ୍ଦ୍ରାଙ୍କ ଲାପଟପରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଡିଲିଟ୍

ମୁମ୍ବାଇ: ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ବୁଧବାର ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଶ୍ଳୀଳ ମାମଲାରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଶିଲ୍ପା ସେଟ୍ଟି ,ସର୍ଲିନ ଚୋପ୍ରା ଓ ଅନ୍ୟ ୪୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଏହି ଚାର୍ଜସିଟ୍ ଦାକ୍ଷଲ କରାଯାଇଛି ।

ସୂଚନା ଅନୁସାରେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଦ୍ୱାରା ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆଶ୍ଚର୍ଯଜନକ ତଥ୍ୟା ପ୍ରକାଶ ପାଇଛି । ରାଜ କୁନ୍ଦ୍ରା ଓ ରିଆନ୍ ଥର୍ପେଙ୍କ ମୋବାଇଲ ଓ ଲାପଟପରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଡିଲିଟ୍ କରାଯାଇଛି । କେବଳ ସେତିକି ନୁହଁ ଅଭିନେତ୍ରୀମାନଙ୍କ ଦୁର୍ବଳ ଆର୍ଥିକ ସ୍ଥିତିର ସୁଯୋଗ ନେଇ ସେମାନଙ୍କୁ ଅଶ୍ଳୀଳ ଫିଲ୍ମ କରିବା ପାଇଁ ବାଧ୍ୟ କରାଯାଉଥିଲା ବୋଲି ଚାର୍ଜସିଟିରେ ଉଲ୍ଲେଖ କରାଯାଇଛି । ଚାର୍ଜସିଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି କି ଅଭିନେତ୍ରୀମାନଙ୍କୁ ଟ୍ରାପ୍ କରି ଅନେକ ଥର ଅଶ୍ଲୀଳ ଭିଡିଓ ତିଆରି କରାଯାଉଥିଲା ଓ ସେହି ଭିଡିଓକୁ ବିଭିନ୍ନ ୱେବ ସାଇଟରେ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରାଯାଇଥିଲା ।

ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ରାକେଟକୁ ଧରିବା ପାଇଁ ମୁମ୍ବାଇ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି । ଏହି ମାମଲାର ଅନେକ ସାକ୍ଷୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେପଟେ ଅନ୍ଧେରୀ ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କର ଅଫିସ ଉପରେ ଚଢାଉ କରାଯାଇଥିବା ବେଳେ ସେଠାରେ ଅନେକ ଡିଭାଇସ ଓ ଅଶ୍ଳୀଳ ଫିଲ୍ମ ସମ୍ବନ୍ଧୀୟ ଆସବାବପତ୍ର ଜବତ କରାଯାଇଥିଲା ।

ସୂଚନା ଅନୁଯାୟୀ, ଏହି ମାମଲାରେ ଆଉ ୨ ଜଣଙ୍କ ନାଁ ଅନ୍ତର୍ଭକ୍ତ ରହିଛି । ସେ ୨ ଜଣ ହେଲେ ଅରବିନ୍ଦ ଶ୍ରୀବାସ୍ତବ ଓ ରାଜ୍ କୁନ୍ଦ୍ରାଙ୍କର ଭିଣୋଇ ପ୍ରଦୀପ ବକ୍ସି । ଅରବିନ୍ଦ ଶ୍ରୀବାସ୍ତବ ଦୁବାଇରେ ରହୁଥିବା ବେଳେ ପ୍ରଦୀପ ବକ୍ସି ଲଣ୍ଡନରେ ରହୁଛନ୍ତି । ସୂଚନା ଅନୁସାରେ, ରାଜ କୁନ୍ଦ୍ରା ଜୁଲାଇ ୧୯ରୁ ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଜେଲରେ ଅଛନ୍ତି । ଜାମିନ୍ ପାଇଁ ସେପ୍ଟେମ୍ବର ୮ରେ ରାଜଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ,ତେବେ ଜାମିନର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୧୬ରେ ସେସନ୍ କୋର୍ଟରେ ଶୁଣାଣି ହେବ ।