Advertisment

ନିଜ କାମରେ ବ୍ୟସ୍ତ ଥିଲି,ରାଜ୍ କଣ କରୁଥିଲେ ମୁଁ ଜାଣି ନଥିଲି ଶିଳ୍ପା

ଅଶ୍ଳୀଳ ଭିଡିଓ ଓ ଫିଲ୍ମ ତିଆରି କରିବା ଅଭିଯୋଗରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି । ଏହି ମାମଲାରେ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସର ଚାର୍ଜସିଟରେ ସାକ୍ଷୀ ଭାବରେ ତାଲିକାଭୁକ୍ତ ହୋଇଛନ୍ତି। ସେ ପୋଲିସକୁ ଦେଇଥିବା ବିବୃତ୍ତି ସାମ୍ନାକୁ ଆସିଛି। ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ, ରାଜ କୁନ୍ଦ୍ରା କଣ କରୁଛନ୍ତି ତାହା ସେ ଜାଣି ନାହାଁନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
shilpa shetty and raj kundra

shilpa shetty and raj kundra

ମୁମ୍ବାଇ: ଅଶ୍ଳୀଳ ଭିଡିଓ ଓ ଫିଲ୍ମ ତିଆରି କରିବା ଅଭିଯୋଗରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି । ଏହି ମାମଲାରେ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସର ଚାର୍ଜସିଟରେ ସାକ୍ଷୀ ଭାବରେ ତାଲିକାଭୁକ୍ତ ହୋଇଛନ୍ତି। ସେ ପୋଲିସକୁ ଦେଇଥିବା ବିବୃତ୍ତି ସାମ୍ନାକୁ ଆସିଛି। ମୁମ୍ବାଇ ପୋଲିସର ସୂଚନା ଅନୁଯାୟୀ, ଚାର୍ଟ ସିଟରେ ୪୩ ଜଣ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ, ରାଜ କୁନ୍ଦ୍ରା କଣ କରୁଛନ୍ତି ତାହା ସେ ଜାଣି ନାହାଁନ୍ତି । ଏହା ସହିତ ଶିଳ୍ପା ଶେଟ୍ଟୀ ତାଙ୍କ ବୟାନରେ କହିଛନ୍ତି ଯେ ସେ ପର୍ଣ୍ଣ ରାକେଟ୍ ସହିତ ଜଡିତ ବିବାଦୀୟ ଆପ୍ "ହଟଶଟ୍" କିମ୍ବା "ବଲିଫେମ୍" ବିଷୟରେ  ଜାଣି ନାହାଁନ୍ତି।

Advertisment

ଅଶ୍ଳୀଳ ଫିଲ୍ମ ନିର୍ମାଣ ରାକେଟ୍ ମାମଲାରେ ମୁମ୍ବାଇ ପୋଲିସ୍ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀର ଭିଆନ୍ ଇଣ୍ଡଷ୍ଟ୍ରିଜର ଆଇଟି ମୁଖ୍ୟ ରିଆନ୍ ଥର୍ପେଙ୍କ ବିରୋଧରେ ଦାଖଲ ହୋଇଥିବା ୧୪୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛନ୍ତି । ଏଥିରେ ଶିଳ୍ପାଙ୍କ ବୟନ ମଧ୍ୟ ଉଲ୍ଲେଖ କରାଯାଇଛି।  ଶିଳ୍ପା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ରାଜ କୁନ୍ଦ୍ରା ୨୦୧୫ ମସିହାରେ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆରମ୍ଭ କରିଥିଲେ। ୨୦୨୦ ପର୍ଯ୍ୟନ୍ତ ମୁଁ ତାଙ୍କ ସହିତ ଜଣେ ନିର୍ଦ୍ଦେଶକ ଭାବରେ ଥିଲି, କିନ୍ତୁ ପରେ ବ୍ୟକ୍ତିଗତ କାରଣରୁ ମୁଁ ଇସ୍ତଫା ଦେଇଥିଲି ।

Advertisment

ରାଜ କୁନ୍ଦ୍ରାଙ୍କୁ କର୍ମଚାରୀଙ୍କ ସମେତ ଜୁଲାଇ ୧୯ରେ ଗିରଫ କରାଯାଇଥିଲା । ସେଥିରେ ଚାରିଜଣ କର୍ମଚାରୀ କୁନ୍ଦ୍ରାଙ୍କ ବିରୁଦ୍ଧରେ ସାକ୍ଷୀ ଦେଉଥିଲେ । ରାଜ କୁନ୍ଦ୍ରା କୋର୍ଟରେ ଯୁକ୍ତି କରିଛନ୍ତି ଯେ ଏହି ମାମଲାରେ"ଏରୋଟିକା" ଶ୍ରେଣୀଭୁକ୍ତ କରାଯାଇପାରିବ କିନ୍ତୁ ଅଶ୍ଳୀଳ ନୁହେଁ ଏବଂ ନେଟଫ୍ଲିକ୍ସ ପରି OTT ପ୍ଲାଟଫର୍ମରେ ମଧ୍ୟ ସମାନ ସାମଗ୍ରୀ ଉପଲବ୍ଧ କରାଯାଉଛି ।

ଏହା ଛଡ଼ା ରାଜ୍ କହିଛନ୍ତି ଯେ ଭାରତରେ "ଅଶ୍ଳୀଳ ସାମଗ୍ରୀ" ପ୍ରକାଶନ ଏବଂ ପ୍ରସାରଣ ଯଦି ବେଆଇନ୍ ତା ହେଲେ ବ୍ୟକ୍ତିଗତ ଭାବରେ ଅଶ୍ଳୀଳତା ଦେଖିବା ମଧ୍ୟ ବୋଆଇନ ଅଟେ । ଶିଳ୍ପୀ ଶେଟ୍ଟୀଙ୍କୁ ସାକ୍ଷୀ ଭାବେ ନାମିତ କରି ପୋଲିସ ଏହା ସ୍ପଷ୍ଟ କରିଦେଇଛି ଯେ, ତାଙ୍କ ସ୍ୱାମୀଙ୍କ ବିରୋଧରେ ଆସିଥିବା ବେଆଇନ କାର୍ଯ୍ୟକଳାପ ସହ ସେ କୈଣସି କ୍ଷେତ୍ରରେ ସଂପୃକ୍ତ ନଥିଲେ।

Raj Kundra Pornography Case Entertainment News
Advertisment
Advertisment