Advertisment

ପ୍ରଶଂସକଙ୍କୁ ପାଗଳ କରୁଛି ହ୍ରିତିକ୍‌ଙ୍କ ୮ ପ୍ୟାକ୍ ଆବ୍‌ସ

ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍ ହୀରୋ ହେଲେ ହ୍ରିତିକ ରୋଶନ। ସେ ତାଙ୍କ ଆବ୍ସରେ ଯୁବପିଢିଙ୍କୁ ପାଗଳ କରିଦିଅନ୍ତି। ଅନେକ ମଧ୍ୟ ତାଙ୍କ ଠାରୁ ପ୍ରେରଣା ପାଇ ସେମାନଙ୍କ ବଡି ବନାନ୍ତି। ଏବେ ତାଙ୍କର ୮ ପ୍ୟାକ୍ ଆବ୍ସ ତାଙ୍କ ପ୍ରଶଂସକଙ୍କ ମନ କିଣିବାରେ ଲାଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
Hrithik Rroshan Flaunts His 8 Pack Abs

Hrithik roshan flaunts his 8 pack abs

ବଲିଉଡର ଅନ୍ୟତମ ମୋଷ୍ଟ ହ୍ୟାଣ୍ଡସମ୍ ତଥା ଦକ୍ଷ ଅଭିନେତା ତାଲିକାରେ ହ୍ରିତିକ ରୋଶନଙ୍କ ନା’ ରହିଛି। ତାଙ୍କର ପ୍ରଶଂସକମାନେ ତାଙ୍କ ଫିଟ୍‌ନେସ୍ ଏବଂ ଜବରଦସ୍ତ ଡ୍ୟାନ୍ସ ଷ୍ଟାଇଲ୍ ଦେଖି ପାଗଳ ହୋଇଯାଆନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ବିକ୍ରମ ବେଧା'ରେ ହ୍ରିତିକ୍‌ଙ୍କ ଲୁକ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।

Advertisment

ଆଜିକାଲି ହ୍ରିତିକ ରୋଶନଙ୍କ ଆଉ କିଛି ନୂଆ ଫଟୋ ସୋସିଆଲ ମିଡିଆ ର ଚର୍ଚ୍ଚାରେ ରହିଛି। ଏହି ଫଟୋଗୁଡ଼ିକରେ ହ୍ରିତିକ ରୋଶନଙ୍କ ୮ ପ୍ୟାକ୍ ଆବ୍ସ ଦେଖାଯାଉଛି। ହ୍ରିତିକଙ୍କ ଏହି ଫିଟ୍‌ନେସ୍ ଚେହେରା ପ୍ରଶଂସକଙ୍କ ମନରେ ଉତ୍ସାହ ଭରୁଛି।

ହ୍ରିତିକ୍‌ ରୋଶନ ନିଜ ଅଫିସିଆଲ୍ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ନିଜର ଏକ ସେଲ୍‌ଫି ଶେୟାର କରିଛନ୍ତି। ଏହି ଫଟୋରେ, ହ୍ରିତିକ ତାଙ୍କର ୮ ପ୍ୟାକ୍ ଆବ୍ସ ଦେଖାଉଥିବା ନଜର ଆସନ୍ତି। ଏହି ଫଟୋରେ ଆପଣ ଦେଖିପାରିବେ ଯେ ସେ ମିରର୍ ସାମ୍ନାରେ ଛିଡା ହୋଇଥିବାବେଳେ ସେଲ୍‌ଫି ନେଉଛନ୍ତି। ସେ ତାଙ୍କର କଳା ଟି-ସାର୍ଟକୁ ଛାତି ଉପରକୁ ଉଠାଇଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: 'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ ନଜର ଆସିବେ କନ୍ନଡର ଏହି ସୁପରଷ୍ଟାର୍

ଫଟୋଗୁଡିକ ଶେୟାର କରି ହ୍ରିତିକ୍ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ସବୁ ଠିକ୍‌ଠାକ୍, ଚାଲ ୨୦୨୩କୁ ଯିବା'। ହ୍ରିତିକଙ୍କ ଏହି ମସ୍କୁଲାର୍ ଚେହେରାକୁ ଦେଖି ପ୍ରଶଂସକମାନେ ପୁଣି ଥରେ ତାଙ୍କ ଉପରେ ଫିଦା ହେଉଛନ୍ତି ଏବଂ ତାଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି।

କେବଳ ପ୍ରଶଂସକମାନେ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ହ୍ରିତିକ ରୋଶନଙ୍କ ୮ ପ୍ୟାକ୍ ଆବ୍ସକୁ ମଧ୍ୟ ପ୍ରଶଂସା କରୁଛନ୍ତି। ବରୁଣ ଧାୱନ ତାଙ୍କର ଏହି ଫିଟ୍‌ନେସ୍ ଫଟୋରେ "ଠିକ୍‌ ଅଛି, ତା’ପରେ" ଲେଖିଛନ୍ତି। ସେହିପରି ଅନିଲ କପୁର କମେଣ୍ଟ ବକ୍ସରେ ଲେଖିଛନ୍ତି, "ଏ ହିଁ ଆସିଲେ ପ୍ରକୃତ ଯୋଦ୍ଧା"। ଜଣେ ପ୍ରଶଂସକ ଲେଖିଛନ୍ତି, ‘ସାର୍ ମୋତେ ୨ ଟି ଆବ୍ସ ଦିଅନ୍ତୁ।’

ସେହିପରି ଅନ୍ୟ ଜଣେ ତାଙ୍କୁ ଏଭଳି ଦେଖି ଖୁସି ହୋଇଯାଇଛନ୍ତି ଆଉ ଲେଖିଛନ୍ତି, "ପୁରୁଣା ହ୍ରିତିକ ଫେରି ଆସିଛନ୍ତି"। ଅନ୍ୟପକ୍ଷରେ, ହ୍ରିତିକ ରୋଶନଙ୍କ କାମର କଥା କହିଲେ ସେ ବର୍ତ୍ତମାନ ଦୀପିକା ପାଦୁକୋନଙ୍କ ସହ ପରବର୍ତ୍ତୀ ଫିଲ୍ମ ‘ଫାଇଟର୍‌’ ପାଇଁ କାମ କରୁଛନ୍ତି। ଏହି ଫିଲ୍ମ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ହ୍ରିତିକ ରୋଶନଙ୍କ ସହ ଅନିଲ କପୁର ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

Bollywood Hritik Roshan
Advertisment
Advertisment