Advertisment

ସଲମାନ ଖାନ୍‌ଙ୍କ ବଡିଗାର୍ଡ, ମାସକୁ ନେଉଛନ୍ତି ଏତେ ଦରମା !

ସଲମାନଙ୍କ ବଡିଗାର୍ଡ ହେବା ପାଇଁ ସୋହାଲି ଶେରାଙ୍କୁ କହିଥିଲେ।

ଅଦ୍ୟତନ ହୋଇଛି
Salman Khan Personal Bodyguard Shera's Salary

How Shera became Salman's bodyguard

Advertisment

ବଲିଉଡ୍‌ ଷ୍ଟାରଙ୍କ ବିଳାସପୂର୍ଣ୍ଣ ଜୀବନଯାପନ ଓ ସେମାନେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷ, ଷ୍ଟାଇଲ୍‌କୁ ଫ୍ୟାନ୍ସଙ୍କ ନଜର ଥାଏ। ସବୁଠୁ ଅଧିକ ଚର୍ଚ୍ଚାରେ ଥାନ୍ତି ସେମାନଙ୍କର ବଡିଗାର୍ଡ। କାହିଁକିନା ଷ୍ଟାରଙ୍କ ସୁରକ୍ଷା କରିଡରୁ ସମସ୍ତେ ଅଧିକ ଫୋକସ ଦିଅନ୍ତି। ଏପରି ଦେଖିବା ଗଲେ ଏବେ ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ଙ୍କୁ ନେଇ ଚର୍ଚ୍ଚା। ତେବେ ଜାଣିଛନ୍ତି କି ସଲମାନ ଖାନ ଙ୍କ ବଡିଗାର୍ଡ କିଏ ଓ ସେ ମାସିକ କେତେ ଟଙ୍କା ରୋଜଗାର କରନ୍ତି ଆସନ୍ତୁ ଜାଣିବା।

Advertisment

ବଲିଉଡ୍‌ ଷ୍ଟାର ସଲମାନଙ୍କ ବଡିଗାର୍ଡ ଶେରା ଜଣେ ବି ସେଲିବ୍ରିଟି। ତାଙ୍କର ବିଶ୍ୱସନୀୟତା ପାଇଁ ସଲମାନ ଓ ତାଙ୍କ ପରିବାର ସହ ଦଶନ୍ଧି ଦଶନ୍ଧି ଧରି ସମ୍ପର୍କ ରହିଆସିଛି। ଏପରିକି ସେ ସଲମାନଙ୍କ ପରିବାରର ଏକ ଅଂଶ ବୋଲି ଫ୍ୟାନ୍ସ ମାନେ ଭାବି ନେଇଛନ୍ତି। ଆସନ୍ତୁ ଜାଣିବା ଗୁରମିତ୍ ସିଂ ଜୋଲି ଏକା ଶେରାଙ୍କ ସଲମାନଙ୍କ ଜର୍ଣ୍ଣି କିପରି ଥିଲା। 

ଅଧିକ ପଢ଼ନ୍ତୁ: ଭାଇଜାନ୍‌ଙ୍କ ଜୀବନ ପ୍ରତି ବିପଦ !! ଘନ ଘନ ହତ୍ୟା ଧମକ ଭିତରେ ବୁଲେଟପ୍ରୁଫ୍‌ ଗାଡ଼ି କିଣିଲେ ସଲମାନ୍‌

Advertisment

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶେରା ଜଣେ ବଡି ବିଲ୍ଡର ଥିଲେ। ସେ ୧୯୮୭ରୁ ୧୯୮୮ ମଧ୍ୟରେ ଅନେକ ବଡି ବିଲ୍ଡିଂ ଚାମ୍ପିଅନସିପ୍‌କୁ ଜିତିଛନ୍ତି। ୧୯୯୩ରେ ସେ ବଡିଗାର୍ଡରେ ସେ କ୍ୟାରିଅର ଆରମ୍ଭ କଲେ। ସଲମାନଙ୍କ ପୂର୍ବରୁ ଶେରା ମାଇକେଲ ଜ୍ୟାକସନ, ଜ୍ୟାକି ଚାନ, ୱିଲ ସ୍ମିଥ୍ ପରି ଆନ୍ତର୍ଜାତିକ ସେଲିବ୍ରିଟିଙ୍କୁ ଏସର୍କଟ୍ କରାଇଛନ୍ତି। ତେବେ ସଲମାନ ସିଙ୍ଗର ୱିଗଫିଲ୍ଡ ଶୋ'ରେ ଶେରାଙ୍କ ସହ ସାକ୍ଷାତ ହୋଇଥିଲା। ପୁଣି ୧୯୯୫ରେ କିଆନୁ ରିଭ୍‌ ପାର୍ଟିରେ ସାକ୍ଷାତ ହୋଇଥିଲା। 

ସଲମାନଙ୍କ ବଡିଗାର୍ଡ ହେବା ପାଇଁ ସୋହାଲି ଶେରାଙ୍କୁ କହିଥିଲେ। ୧୯୯୮ରେ ଚଣ୍ଡିଗଡ ସଲମାନଙ୍କ ପ୍ରଥମ ଶୋ ଶେରା ହ୍ୟାଣ୍ଡେଲ କରିଥିଲେ। ସେହିଠାରୁ ହିଁ ଶେରା ତାଙ୍କ ମାଲିକ ପାଇଁ ଅତ୍ୟନ୍ତ ବିଶ୍ୱସନୀୟ ହୋଇଗଲେ। ଏପରିକି ସେ ସଲମାନଙ୍କ ଜୀବନ ଦେଇଦେବାକୁ ପ୍ରସ୍ତୁତ। 

Advertisment

ଶେରାଙ୍କ ରୋଜଗାର ଜାଣିଲେ ଆପଣ ବି ତାଜୁବ ହୋଇ ରହିଯିବେ। ରିପ୍ଲବିକ୍‌ ୱାର୍ଲ୍ଡର ରିପୋର୍ଟ ଅନୁସାରେ ତାଙ୍କର ବାର୍ଷିକ ରୋଜଗାର ୨ କୋଟି। ଅର୍ଥାତ୍ ୧୫ ଲକ୍ଷ ମାସିକ ରୋଜଗାର। ଶେରାଙ୍କ କାର୍ ଓ ବାଇକ୍‌ ପ୍ରତି ଦୁର୍ବଳତା ରହିଛି। ବିଭିନ୍ନ ମଡେଲର ଲାଟେଷ୍ଟ କାର୍‌ ଓ ବାଇକ୍‌ ଧରିବା ତାଙ୍କର ସଉକ।  ଜୁନ ୨୦୨୧ରେ ଶେରା ମହିନ୍ଦ୍ରା ଥାର୍‌ କିଣିଥିଲେ। ତାଙ୍କର କାୱାସକି ସୁପର ବାଇକ୍‌ ଏବଂ ସ୍ୱନ୍କି BMW ମଧ୍ୟ ରହିଛି।

ଶେରାଙ୍କ ମଧ୍ୟ ନିଜସ୍ୱ ସିକ୍ୟୁରିଟି ଏଜେନ୍ସି ରହିଛି, ଯାହା ଦେଶ ଓ ବିଦେଶରେ ଅନେକ ସେଲିବ୍ରିଟିଙ୍କ ସୁରକ୍ଷାରେ ନିୟୋଜିତ ହୋଇଥାନ୍ତି। ସଲମାନଙ୍କ ବ୍ଲକ୍‌ବୁଷ୍ଟର ଫିଲ୍ମ ବଡିଗାର୍ଡରେ ଅତିଥି କଳାକାଳ ଭାବେ ନଜରକୁ ଆସିଥିଲେ ଶେରା। 

Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ