• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଟଙ୍କା ରୋଜଗାର କରିବା ଏବଂ ନିଜର ସମ୍ପତ୍ତି ବଢ଼ାଇବା ସାଧାରଣ ଲୋକଙ୍କ ପାଇଁ ଏକ କଷ୍ଟକର ବ୍ୟାପାର । କିନ୍ତୁ ବଲିଉଡ୍ ତାରକା ମାନେ ଖୁବ୍ କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରନ୍ତି । ଆମେ ଏମିତି ଜଣେ ଧନୀ ତାରକାଙ୍କ କଥା କହିବୁ ଯିଏ ଗୋଟିଏ ଟିଭି ଏପିସୋଡ୍ ପାଇଁ ୧୮ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି । ଏହି ଧନୀ ଅଭିନେତ୍ରୀଙ୍କ ବୟସ,ସମ୍ପତ୍ତି ଏବଂ ସୋସିଆଲ ମିଡ଼ିଆ ଫଲୋୟର୍ସ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

ଏହି ଅଭିନେତ୍ରୀଙ୍କ ବୟସ ମାତ୍ର ୨୩ ବର୍ଷ ଏବଂ ତାଙ୍କର ସମ୍ପତ୍ତିର ମୂଲ୍ୟ ୨୫୦ କୋଟି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବଲିଉଡ ବାଦ୍‌ଶାହା ଶାହରୁଖ ଖାନଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି ଏହି ୨୩ ବର୍ଷୀୟା ଅଭିନେତ୍ରୀ । ବଲିଉଡ ବାଦଶାହା ଶାହରୁଖ ଖାନଙ୍କର ୪୬ ମିଲିୟନ ଇନଷ୍ଟାଗ୍ରାମ୍ ଫଲୋୟର୍ସ ରହିଛନ୍ତି । କିନ୍ତୁ ମାତ୍ର ୨୩ ବର୍ଷ ବୟସରେ ଏହି ଅଭିନେତ୍ରୀଙ୍କର ୪୯.୭ ମିଲିୟନ ଇନଷ୍ଟାଗ୍ରାମ ଫୋଲୋୟର୍ସ ରହିଛନ୍ତି । କେବଳ ଏତିକି ନୁହେଁ ନିଜର ସମ୍ପତ୍ତି ପାଇଁ ସେ ଅନେକ ନାମିଦାମୀ ଅଭିନେତାଙ୍କୁ ପଛରେ ପକାଇ ଦେଇଛନ୍ତି ।

ଏହି ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ଜନ୍ନତ ଜୁବୈର (Jannat Zubair) । ତାଙ୍କୁ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତ୍ରୀ କୁହାଯାଏ । ଏହି ଅଭିନେତ୍ରୀ କମ୍ ବୟସରେ ଅନେକ ସଫଳତା ପାଇଛନ୍ତି । ଜନ୍ନତ ଭାରତର ସର୍ବାଧିକ ସୋସିଆଲ ମିଡ଼ିଆ ଫଲୋୟର୍ସ ଥିବା ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନ ପାଇ ପାରିଛନ୍ତି । କେବଳ ଭାରତରେ ନୁହେଁ ,ସମଗ୍ର ବିଶ୍ୱରେ ତାଙ୍କର ଫଲୋୟର୍ସ ରହିଛନ୍ତି । ସେ ମୁମ୍ବାଇରେ ୨୦୦୧ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଟେଲିଭିଜନରେ ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଚଳଚ୍ଚିତ୍ର ଜଗତର ଜଣେ ପ୍ରମୁଖ ଷ୍ଟାର୍ ଭାବରେ ମଧ୍ୟ ବେଶ୍ ଜଣାଶୁଣା ।

ଅଧିକ ପଢ଼ନ୍ତୁ: କମାଲ୍ କଲେ ଅକ୍ଷୟ କୁମାର; ଟଙ୍କା ଛାଣୁଛି 'ସ୍କାଏ ଫୋର୍ସ'

ଟେଲିଭିଜନ ଏବଂ ଚଳଚ୍ଚିତ୍ରରେ ସଫଳତା:

ଜନ୍ନତ ଜୁବୈର ଦିଲ୍ ମିଲ୍ ଗୟେ, କାଶୀ: ଅବ୍ ନା ରହେ ତେରା କାକା, ଫୁଲୱା, ମହାରାଣା ପ୍ରତାପ, ତୁ ଆସିକି ଏବଂ ଫିୟର ଫାଇଲ୍ସ ଭଳି ଲୋକପ୍ରିୟ ଟିଭି ଶୋ’ରେ ଅଭିନୟ କରିଛନ୍ତି । ସେ ରାଣୀ ମୁଖାର୍ଜୀଙ୍କ ଅଭିନୀତ ବଲିଉଡ୍ ଚଳଚ୍ଚିତ୍ର ହିଚକିରେ ମଧ୍ୟ ଅଭିନୟ କରିଛନ୍ତି । ସେ ଫିୟର ଫ୍ୟାକ୍ଟର ଖତରୋଁ କେ ଖିଲାଡି ୧୨ ଏବଂ ଅନେକ ରିଆଲିଟି ଶୋ’ରେ ଅଂଶଗ୍ରହଣ କରିଛନ୍ତି । 'ଖତରୋଁ କେ ଖିଲାଡିରେ' ସେ ସମସ୍ତ ପ୍ରତିଯୋଗୀଙ୍କ ଠାରୁ ଅଧିକ ପାରିଶ୍ରମିକ ପାଉଥିଲେ । ସେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି ।

ରିଅଲଟି ସୋ ଏବଂ ସୋସିଆଲ ମିଡିଆରୁ ରୋଜଗାର:

ଜନ୍ନତ ଜୁବୈର ଖତରୋଁ କେ ଖିଲାଡିରେ ପ୍ରତି ଏପିସୋଡ୍ ପାଇଁ ୧୮ ଲକ୍ଷ ଟଙ୍କା ଏବଂ ଲାଫଟର୍ ଚ୍ୟାଲେଞ୍ଜର ଗୋଟିଏ ଏପିସୋଡ୍ ରେ ୨ ଲକ୍ଷ ଟଙ୍କା ପାରିଶ୍ରମିକ ପାଉଥିଲେ । ସେ ସୋସିଆଲ ମିଡିଆର ପ୍ରତି ପୋଷ୍ଟରେ ୧.୫ ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ମାତ୍ର ୨୧ ବର୍ଷ ବୟସରେ ତାଙ୍କର ମୁମ୍ବାଇ ଭଳି ଦାମୀ ସହରରେ ନିଜସ୍ୱ ଘର ରହିଛି । ସେ ଜଣେ ସଫଳ ଅଭିନେତ୍ରୀ ଏବଂ ସଫଳ ବ୍ୟବସାୟୀ । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୨୫୦ କୋଟି ହେବ ବୋଲି ଆକଳନ କରାଯାଇଛି ।

ଅଧିକ ପଢ଼ନ୍ତୁ: ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

OTV is now on Whatsapp

Join and get latest news update delivered to you via whatsapp

Join Now