• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍‌ ଇଣ୍ଡଷ୍ଟ୍ରୀ ସବୁବେଳେ ଚର୍ଚ୍ଚାରେ । ଦେଶ ଭିତରେ ବଲିଉଡ୍‌କୁ ନେଇ ଯେତିକି ଚର୍ଚ୍ଚା, ଦେଶ ବାହାରେ ବି ସେତିକି ଚର୍ଚ୍ଚା । ଭାରତର ଆଖପାଖ ଦେଶ ଗୁଡ଼ିକରେ ବଲିଉଡ୍‌ କଳାକାରଙ୍କୁ ନେଇ ଖୁବ୍‌ କ୍ରେଜ୍‌ ରହିଛି । ଏହି ତାଲିକାରେ ବଲିଉଡ୍‌ର ହିରୋ ହିରୋଇନ୍‌ଙ୍କଠାରୁ ଆରମ୍ଭ କରି ଗାୟକ ଗାୟିକାଙ୍କ ନାଁ ମଧ୍ୟ ରହିଛି । ଦେଶ ବାହାରେ ବି ଏମାନଙ୍କର ଅନେକ ଫ୍ୟାନ୍‌ ରହିଛନ୍ତି । ଆଉ ସବୁବେଳେ ଦର୍ଶକଙ୍କ ମନରେ ପ୍ରଶ୍ନ ଥାଏ କେଉଁ କଳାକାର କେତେ ରୋଜଗାର କରୁଛନ୍ତି ।

କେଉଁ ହିରୋ କେଉଁ ଫିଲ୍ମ ପାଇଁ କେତେ ଟଙ୍କା ନେଇଛନ୍ତି ତାହା ଜାଣିବାକୁ ଦର୍ଶକଙ୍କ ମନରେ ଯେତିକି ଉତ୍ସାହ ଥାଏ ସେତିକି ଉତ୍ସାହ ଗାୟକ ଗାୟିକାଙ୍କ ପାଉଣାକୁ ବି ନେଇ ରହିଥାଏ । ତେବେ ଆପଣ ଜାଣିଛନ୍ତି କି, ଭାରତରେ ଗୀତ ପିଛା ସବୁଠାରୂ ଅଧିକ ପାଉଣା ନେଉଥିବା କଳାକାର ଜଣକ କିଏ ? ଏହି କଳାକାର ଜଣକର ପାଉଣା ଅନ୍ୟ କଳାକାରଙ୍କଠାରୁ ଢ଼େର ଗୁଣା ଅଧିକ ଥାଏ । ସେ ନିଜେ ଗୀତ କମ୍ପୋଜ କଲେ ଖୁବ୍‌ ଅଧିକ ଟଙ୍କା ନେଇଥାନ୍ତି । ଏମିତିକି ଗୀତ ପିଛା ତାଙ୍କର ପାଉଣା ୩ କୋଟିରୁ ୫ କୋଟି ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ତେବେ ଏନେଇ କୌଣସି ସ୍ପଷ୍ଟ ପ୍ରମାଣ ନଥିଲେ ମଧ୍ୟ ଏହି ଗାୟକଙ୍କ ପାଉଣାକୁ ନେଇ ସବୁବେଳେ ଖୁବ୍‌ ଚର୍ଚ୍ଚା ହୋଇଥାଏ ।

ସାଧାରଣତଃ ବଲିଉଡ୍‌ର ବଡ଼ ବଡ଼ ଗାୟକ ଗାୟିକା ମାନେ ୫ରୁ ୧୦ ଲକ୍ଷ ଟଙ୍କା ପାଉଣା ମାଗିଥାନ୍ତି । ତାଠାରୁ ଅଧିକ ହେଲେ ୨୦ରୁ ୨୫ ଲକ୍ଷ । ଏହା ହେଉଛି ସବୁଠାରୁ ଦାମୀ ଗାୟକଙ୍କ ରେଟ୍ । ଏଭଳି ଦାମୀ ଗାୟକ ଗାୟିକାଙ୍କ ତାଲିକାରେ ମାତ୍ର ହାତଗଣତି କଳାକାର ରହିଛନ୍ତି । ସେମାନଙ୍କ ମଧ୍ୟରେ ଅରିଜିତ ସିଂହ, ସୁନିଧି ଚୌହାନ, ଶ୍ରେୟା ଘୋଷାଲ, ସାନ୍, ସୋନୁ ନିଗମ, ନେହା କକ୍କର, ବାଦ୍‌ଶାହ ।

ଶ୍ରେୟା ଘୋଷାଲଙ୍କ ଭଳି ଗାୟିକା ପ୍ରତି ଗୀତ ପିଛା ୨୫ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ଏହା ପଛକୁ ସୁନିଧି ଚୌହାନ ଏବଂ ଅରିଜିତ ସିଂହ ରହିଛନ୍ତି । ସେମାନେ ବେଳେବେଳେ ଗୀତ ପିଛା ୨୦ରୁ ୨୨ ଲକ୍ଷ ଟଙ୍କା ଦାବି କରିଥାନ୍ତି । ସେମାନଙ୍କ ପଛକୁ ରହିଛନ୍ତି ସୋନୁ ନିଗମ ଏବଂ ବାଦ୍‌ଶାହ । ଏମାନେ ପ୍ରତି ଗୀତ ପିଛା ୧୮ ରୁ ୨୦ ଲକ୍ଷ ଟଙ୍କା ଦାବି କରିଥାନ୍ତି । ବାକି ରହିଲେ ସାନ୍‌, ବାଦ୍‌ଶାହ, ନେହା କକ୍କର, ମିକ୍କା ସିଙ୍ଗ ଓ ହନି ସିଂହ । ଏମାନେ ଗୀତ ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ ପାଉଣା ନେଇଥାନ୍ତି ।

ତେବେ ଏହି ସବୁ କଳାକାରଙ୍କଠାରୁ ଢ଼େର ଗୁଣରେ ଅଧିକ ପାଉଣା ନେଇଥାନ୍ତି ଜଣେ ମାତ୍ର ଗୟକ । ସେ ହେଉଛନ୍ତି ଏ ଆର୍ ରେହମାନ । ସେ ଗୀତ ପିଛା ୩ କୋଟି ଟଙ୍କା ଦାବି କରିଥାନ୍ତି ବୋଲି ଚର୍ଚ୍ଚା ହୋଇଥାଏ । ଏମିତିକି ବେଳେବେଳେ ୫ କୋଟି ମଧ୍ୟ ମାଗିଥାନ୍ତି । କିନ୍ତୁ ଏନେଇ କୌଣସି ପ୍ରମାଣ ନାହିଁ । ଏ ଆର୍ ରେହମାନ ଗୋଟିଏ ଷ୍ଟେଜ୍‌ ସୋ ପାଇଁ ଏକ କୋଟି ଟଙ୍କା ଦାବି କରିଥାନ୍ତି ବୋଲି ମଧ୍ୟ କୁହାଯାଏ । ସେ ହିଁ ଜଣେ ଗାୟକ ଯିଏ ସାରା ଭାରତରେ ସବୁଠାରୁ ଅଧିକ ପାଉଣା ଦାବି କରିଥାନ୍ତି ।