Advertisment

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘RRR’, ଭୋର ୫ଟାରୁ ହଲ୍‌ ଆଗରେ ଲମ୍ବା ଲାଇନ୍‌

ଆକ୍ସନ-ଡାନ୍ସ-ସୁପର ସେନ୍‌ସେସ୍‌ନାଲ୍‌। ରିଲିଜ୍ ହେଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ଫିଲ୍ମ Rise-Roar & Revolt-RRR। କରୋନା କଟକଣା ଯୋଗୁ ଦେଢ଼ ବର୍ଷ ବିଳମ୍ବରେ ରିଲିଜ୍ ହୋଇଛି ଫିଲ୍ମ ‘RRR’।

author-image
Prasanjit Ray
Film RRR Release Today

Film RRR Release Today

ଆକ୍ସନ-ଡାନ୍ସ-ସୁପର ସେନ୍‌ସେସ୍‌ନାଲ୍‌। ରିଲିଜ୍ ହେଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ଫିଲ୍ମ Rise-Roar & Revolt-RRR। କରୋନା କଟକଣା ଯୋଗୁ ଦେଢ଼ ବର୍ଷ ବିଳମ୍ବରେ ରିଲିଜ୍ ହୋଇଛି ଫିଲ୍ମ ‘RRR’। ତେଲୁଗୁ ସମେତ ୫ଟି ଭାଷାରେ ସାରାଦେଶରେ ୩ ହଜାରରୁ ଅଧିକ ସ୍କ୍ରିନରେ ଦର୍ଶକ ଆଜି ଦେଖୁଛନ୍ତି RRR। ଏକାଧିକ ଥିଏଟରରେ ଭୋର ୫ଟାରୁ ଫିଲ୍ମ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା।

Advertisment

ବାହୁବଳୀ ଫେମ୍ ଏସ୍.ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ଜବରଦସ୍ତ ଉତ୍କଣ୍ଠା। ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ହିନ୍ଦୀକୁ ମିଶାଇ ସାରା ଦେଶର ୩ ହଜାରରୁ ଅଧିକ ସ୍କ୍ରିନରେ ଏହି ଫିଲ୍ମ ରିଲିଜ୍ ହୋଇଛି। ଏକାଧିକ ଥିଏଟରରେ ଆଜି ସମସ୍ତ ଶୋ' ହାଉସଫୁଲ୍‌ ରହିଛି।  

ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’ ହେଉଛି ଆଉ ଏକ ହାଇବଜେଟ୍‌ ଫିଲ୍ମ। ୩୩୦ କୋଟିରୁ ଅଧିକ ଟଙ୍କା ରହିଛି ଏହାର ବଜେଟ। ସବୁଠୁ ବଡ଼ କଥା ହେଉଛି, ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଏହା ଖର୍ଚ୍ଚ ରାଶି ବାହାର କରି ନେଇଛି। ଫିଲ୍ମ ଓ ଗୀତ ରାଇଟସ୍ ୪୫୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଇଛି। ତାସହ ସିନେମା ଆଉ ଏକ ରେକର୍ଡ ବି କରିଛି। ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ଦର୍ଶକ ‘RRR’କୁ ଦେଖିବାକୁ ୨ ଲକ୍ଷରୁ ଅଧିକ ଟିକେଟ ଆଗୁଆ ବୁକ୍ କରିଛନ୍ତି। 

Advertisment

ଫିଲ୍ମ ‘RRR’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସାଉଥର ୨ ସୁପରଷ୍ଟାର- ରାମ ଚରଣ ଓ ଜୁନିଅର ଏନଟିଆର। ଆଲିଆ ଭଟ୍ଟ ଏହି ଫିଲ୍ମ ଜରିଆରେ ଦକ୍ଷିଣ ଭାରତୀୟ ଓ ଜୁନିଅର ଏନଟିଆର ପାନ୍ ଇଣ୍ଡିଆ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି। ଅଜୟ ଦେବଗନଙ୍କୁ ବି ଏଥିରେ କେମିଓରେ ଦେଖିବାକୁ ମିଳିବ। ଭାରତ ସ୍ଵାଧିନତା ସଂଗ୍ରାମ ବେଳେ କିଛି ସତ ଘଟଣା ଓ କାଳ୍ପନିକ ବିଷୟବସ୍ତୁକୁ ପରଦାରେ ଦର୍ଶାଯାଇଛି। ଜୁନିଅର ଏନଟିଆର ଜଣେ ଲଢ଼ୁଆ ଆଦିବାସୀ ଯୁବକ ଓ ଚରଣ ବ୍ରିଟିଶ ପୋଲିସରେ ଉଚ୍ଚପଦସ୍ତ ଅଧିକାରୀ ଭାବେ ଅଭିନୟ କରିଛନ୍ତି। ତେବେ ଉଭୟ କିପରି ଭାବେ ଇଂରେଜଙ୍କ ବିରୋଧରେ ଲଢ଼ିବେ ତାହା ହିଁ ଫିଲ୍ମର ସସ୍‌ପେନସ ଆଉ ୟୁଏସ୍‌ପି। 

Alia Bhatt Ram Charan Jr. NTR Film RRR RRR Release
Advertisment
Advertisment