Advertisment

ସଲମାନ ଖାନଙ୍କ ମା’ ଥିଲେ ବଲିଉଡ୍‌ର ପ୍ରଥମ ଆଇଟମ୍ ଡ୍ୟାନ୍ସର

ସେ ଥିଲେ ବଲିଉଡ୍‌ର ପ୍ରଥମ ଆଇଟମ ଡ୍ୟାନ୍ସର। ତାଙ୍କ ଦମଦାର ଡ୍ୟାନ୍ସ ଯୁବପିଢିଙ୍କ ହୃଦୟକୁ ରୋମାଞ୍ଚିତ କରିଦେଉଥିଲା। ତାଙ୍କ ପିଲାଦିନ କିନ୍ତୁ ଥିଲା ସଂଘର୍ଷମୟ। ପରିସ୍ଥିତି ଏମିତି ହୋଇଥିଲା ଯେ ତାଙ୍କ ଶରୀର କଙ୍କାଳ ହୋଇଯାଇଥିଲା। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan Mother Helen's Birthday

Helen has been the best dancer of bollywood

ସଲମାନ ଖାନଙ୍କ ମା’ ତଥା ଅଭିନେତ୍ରୀ ଓ ଦମଦାର ନୃତ୍ୟଶିଳ୍ପୀ ହେଲେନ ତାଙ୍କ ସମୟର ସର୍ବୋତ୍ତମ ଡ୍ୟାନ୍ସର ଥିଲେ। ଫିଲ୍ମରେ ହେଲେନଙ୍କ ଡ୍ୟାନ୍ସ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହେଉଥିଲେ। କୁହାଯାଏ ଯେ ହେଲେନଙ୍କ ପରି ଜଣେ ନୃତ୍ୟଶିଳ୍ପୀ ଆଜି ପର୍ଯ୍ୟନ୍ତ ବଲିଉଡ୍‌ରେ ହୋଇନାହାଁନ୍ତି। ତାଙ୍କୁ ବଲିଉଡ୍‌ର ପ୍ରଥମ ଆଇଟମ୍ ଡ୍ୟାନ୍ସର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେନଙ୍କ ପ୍ରକୃତ ନାମ ହେଉଛି ହେଲେନ ଜୟରାଗ ରିଚାର୍ଡସନ।

Advertisment

ହେଲେନ୍ ତାଙ୍କ କ୍ୟାରିୟରରେ ୫୦୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି। ହେଲେନ ଦ୍ୱିତୀୟ ଥର ସଲମାନ ଖାନ ଙ୍କ ବାପା ସଲିମ ଖାନଙ୍କୁ ବିବାହ କରିଛନ୍ତି। ସଲମାନ ଖାନ ତାଙ୍କର ଦ୍ୱିତୀୟ ମାତା ହେଲେନଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ଉଭୟଙ୍କୁ ଅନେକ ସମୟରେ ଏକାଠି ମଧ୍ୟ ଦେଖିବାକୁ ମିଳେ। ଫିଲ୍ମରେ ହେଲେନ ମଧ୍ୟ ସଲମାନ ଖାନଙ୍କ ମା ଭୂମିକାରେ ଅଭିନୟ କରିଛନ୍ତି। ସେ ‘ହମ୍ ଦିଲ୍‌ ଦେ ଚୁକେ ସନମ୍‌’ରେ ସଲମାନଙ୍କ ମା ଭୂମିକାରେ ନଜର ଆସିଥିଲେ।

ଅଧିକ ପଢ଼ନ୍ତୁ: ସଲମାନ୍‌ଙ୍କ ବଡ଼ ଖୁଲାସା-ବିଗ୍‌ ବସ୍‌-୧୬ରୁ ପାଇବେ କି ହଜାରେ କୋଟି

ହେଲେନ୍ ୨୧ ନଭେମ୍ବର ୧୯୩୮ରେ ବର୍ମାରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଆଙ୍ଗ୍ଲୋ-ଇଣ୍ଡିଆନ୍ ଥିବାବେଳେ ମା’ ଜଣେ ବର୍ମିଜ୍ ଥିଲେ।

Advertisment

କିଛି ଦିନ ପରେ ମା ବ୍ରିଟିଶ ମୂଳ ରିଚାର୍ଡସନଙ୍କୁ ପୁନଃ ବିବାହ କରିଥିଲେ। ତାଙ୍କର ଏକ ଭାଇ ରୋଜର ଏବଂ ପୋଷ୍ୟ ଭଉଣୀ ଜେନିଫର୍ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୋମା ବିସ୍ଫୋରଣରେ ହେଲେନଙ୍କ ସାବତ ବାପାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ହେଲେନ୍ ମାତ୍ର ୩ ବର୍ଷର ଥିଲେ। ଜାପାନୀମାନେ ବର୍ମା ଦଖଲ କଲେ। ପରିସ୍ଥିତି ଏତେ ବିଗିଡି ଗଲା ଯେ ତାଙ୍କ ପରିବାରକୁ ଦେଶରୁ ବିତାଡିତ କରାଗଲା।

୧୯୪୩ମସିହାରେ ଗର୍ଭବତୀ ମା, ସାନଭାଇ, ଭଉଣୀ ଏବଂ ହେଲେନ ବର୍ମା ଠାରୁ ଆସାମ, ଭାରତ ଅଭିମୁଖେ ଚାଲି ଚାଲି ଆସିଥିଲେ। ଆଜି ଏହି ଯାତ୍ରା ପ୍ରାୟ ୬୭ କିଲୋମିଟର। ପାଖରେ ନା ଥିଲା କୌଣସି ଲଗେଜ୍ ନା ଟଙ୍କା କି ଖାଦ୍ୟ। ଭୋକ-ଶୋଷରେ ତାଙ୍କୁ ଶହ ଶହ ଗାଁ ଏବଂ ଜଙ୍ଗଲ ଅତିକ୍ରମ କରିବାକୁ ପଡୁଥିଲା। ରାସ୍ତାରେ ହିଁ ହେଲେନଙ୍କ ମା’ଙ୍କ ବର୍ତ୍ତପାତ ହୋଇଗଲା ଏବଂ ଭାଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଗଲା।

ଭାରତରେ ପହଞ୍ଚିଲା ବେଳକୁ ସେମାନଙ୍କ ଶରୀର କଙ୍କାଳ ପ୍ରାୟ ହୋଇଯାଇଥିଲା। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଗଲା। ଏଠାରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିଲା। ଦୁଇ ମାସ ଧରି ହେଲେନ, ତାଙ୍କ ମା ଏବଂ ଭଉଣୀଙ୍କ ଚିକିତ୍ସା ଚାଲିଲା। ଅବସ୍ଥା ସୁଧୁରିବା ପରେ ସେମାନେ କୋଲକାତା ଆସି ସେଠାରେ ରହିଲେ।

ହେଲେନ କୋଲକାତାରେ ରହି ପଢାପଢି କରିଥିଲେ। କିନ୍ତୁ ତାଙ୍କ ଭାଗ୍ୟ ସାଥ୍ ଦେଲାନି। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କୁ ପାଠ ମଧ୍ୟ ଛାଡିବାକୁ ପଡିଲା।

କୋଲକାତାରେ କିଛି ଦିନ ରହିବା ପରେ ପରିବାର ବମ୍ବେ (ବର୍ତ୍ତମାନ ମୁମ୍ବାଇ) ରେ ପହଞ୍ଚିଥିଲେ। ସେଠାରେ ତାଙ୍କ ମା ଜଣେ ନର୍ସ ଭାବେ କାମ କଲେ। ତାଙ୍କର ସ୍ୱଳ୍ପ ରୋଜଗାର ଯୋଗୁଁ ପରିବାର ଚଳିବାରେ ଅସୁବିଧା ହେଲା। ଏନେଇ ୧୩ ବର୍ଷର ହେଲେନ୍‌ଙ୍କ ଉପରେ ମଧ୍ୟ ପରିବାର ଦାୟିତ୍ୱ ପଡିଲା।

ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର କଳାକାର ଜୀବନ। ୧୯୫୧ରେ ଫିଲ୍ମ ‘ଶାବିସ୍ତାନ’ ଓ ‘ଆୱାରା’ରେ ତାଙ୍କୁ କୋରସ୍ ଡ୍ୟାନ୍ସର ଭାବେ ଦେଖିବାକୁ ମିଳିଥିଲ। ଭିଡ ଭିତରେ ସେ ବାରିହୋଇ ପଡୁଥିଲେ। ତାଙ୍କ କଳା ତାଙ୍କୁ ଆଗକୁ ନେଇଥିଲା ଆଉ ତାଙ୍କୁ ମିଳିଥିଲା ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରର ଭୂମିକା। ତାଙ୍କୁ ଅଲିଫ୍-ଲୈଲା, ହୁଏ ଏ ଅରବ ଭଳି ଫିଲ୍ମରେ ସୋଲୋ ଡ୍ୟାନ୍ସର ଭାବେ ଦେଖିବାକୁ ମିଳିଥିଲା।

୧୯ ବର୍ଷିୟ ହେଲେନ ହାୱଡା ବ୍ରିଜ୍‌ (୧୯୫୮) ର ‘ମେରା ନାମ ଚିନ୍ ଚିନ୍ ଚୁ’ ଗୀତରେ ମୁଖ୍ୟ ନୃତ୍ୟଶିଳ୍ପୀ ଭାବରେ ଅଭିନୟ କରିଥିଲେ। ଏହି ଗୀତ ତାଙ୍କ କ୍ୟାରିୟରରେ ଏକ ବଡ ସଫଳତା ବୋଲି ପ୍ରମାଣିତ ହୋଇଥିଲା ଏବଂ ସେ କ୍ରମାଗତ ଭାବରେ ବଡ ବଡ ଅଫର ପାଇବା ଆରମ୍ଭ କରିଥିଲେ।

ହେଲେନ ୧୬ ବର୍ଷ ବୟସରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପି. ଏନ୍‌. ଆରୋରାଙ୍କୁ ବିବାହ କରିଥିଲ। ସେମାନଙ୍କ ବୈବାହିକ ଜୀବନ ବେଶିଦିନ ତିଷ୍ଠି ପାରିଲା ନାହିଁ। ଖୁବ୍ ଶୀଘ୍ର ସେମାନଙ୍କ ବିଚ୍ଛେଦ ହୋଇଥିଲା। ଏହା ପରେ ହେଲେନ ସଲମାନଙ୍କ ବାପା ସଲିମ ଖାନଙ୍କୁ ବିବାହ କରିଥିଲେ। ବଲିଉଡ୍‌ ଅଭିନେତା ସଲମାନ ଖାନ, ସୋହେଲ ଖାନ, ଅରବାଜ ଖାନ ଏବଂ ଅଲଭିରା ଖାନ ଅଗ୍ନିହୋତ୍ରୀ ତାଙ୍କର ସାବତ ସନ୍ତାନ।

Salman Khan Bollywood
Advertisment
Advertisment