• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ହେଉଛି ସାଉଥ୍ ସୁପର ଷ୍ଟାର ପ୍ରଭାସଙ୍କ ଜନ୍ମଦିନ । ୧୯୭୯ ମସିହାରେ ଆଜିକା ଦିନରେ ପ୍ରଭାସ୍ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ । ୪୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଭାସ । ସାଉଥ୍ ଇଣ୍ତଷ୍ଟ୍ରି ସହ ବଲିଉଡ୍‌ରେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ଲୋକପ୍ରିୟତା ବେଶ୍ ରହିଛି । ପ୍ରଭାସ ୨୦୦୨ରେ ଫିଲ୍ମ ‘ଈଶ୍ୱର’ରେ ଡେବ୍ୟୁ କରିଥିଲେ ।

୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବର୍ଷମ୍‌’ ପ୍ରଭାସଙ୍କ ଅଭିନୀତ ପ୍ରଥମ ସଫଳ ଚଳଚ୍ଚିତ୍ର ଥିଲା । ଏସ୍ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଛତ୍ରପତି’ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା । ଏହା ପରେ ସେ ଆଉ ପଛକୁ ଫେରିନାହାଁନ୍ତି । ପରେ ସାଉଥ୍ ଇଣ୍ତଷ୍ଟ୍ରିକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା । ୨୦୦୮ରେ ‘ବୁଜିଗଡୁ’, ୨୦୧୦ରେ ‘ଡାର୍ଲିଂ’ ଏବଂ ୨୦୧୩ ରେ ‘ମିର୍ଚି’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଜଲଓ୍ବା ଦେଖାଇଛନ୍ତି ପ୍ରଭାସ । କିନ୍ତୁ ୨୦୧୫ରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ବାହୁବଳୀ’ ତାଙ୍କ କ୍ୟାରିଅରର ବଡ଼ ପରିବର୍ତ୍ତନ କରିଥିଲା ।

ଏହାପରେ ୨୦୧୭ରେ ରିଲିଜ୍‌ ହୋଇଥିବା ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାହୁବଳୀ-୨’ ହିନ୍ଦୀ ସେନମା ଇଣ୍ଡଷ୍ଟ୍ରିରେ ଏକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଆଗକୁ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ସାଲାର' (Salaar: Part 1 –Ceasefire) ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ପ୍ରଶାନ୍ତ ନୀଲ (Prashanth Neel) । ଆସନ୍ତା ଡିସେମ୍ବର ୨୨ରେ ଫିଲ୍ମ 'ସାଲାର' ରିଲିଜ୍ ହେବ । ଆଉ ଏ ଫିଲ୍ମଟି ମଧ୍ୟ ସୁପର ହିଟ ହେବାନେଇ ପ୍ରଭାସଙ୍କ ପ୍ରଶଂସକ ଆଶା କରିଛନ୍ତି ।