/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753251208.jpg)
ସିନେମା ଷ୍ଟାଇଲ୍ରେ ଯାତ୍ରା ସୁଟିଂ
ଡିରେକ୍ଟର ଡିରେକ୍ସନ୍ ଦେଉଛନ୍ତି ଆଉ ଆକ୍ଟର ଆକ୍ଟିଙ୍ଗ୍ କରୁଛନ୍ତି, ଡିଓପିଙ୍କ ଦିଗଦର୍ଶନରେ ଚାଲିଛି ରେକଡିଂ । ହେଲେ ଦର୍ଶକବନ୍ଧୁ ଏ ଦୃଶ୍ୟ କୌଣସି ସିନେମା କି ସିରିଏଲ୍ ର ନୁହେଁ ବରଂ ଯାତ୍ରା ଧଉଳିର ଆଖଡ଼ା ଶାଳ । ଯାଜପୁର କଳିଙ୍ଗନଗର ସ୍ଥିତ ବଙ୍ଗଳା ଛକରେ ଥିବା ଯାତ୍ରା ଧଉଳିର କ୍ୟାମ୍ପରେ ଏପରି ସିନେମା ଶୈଳୀରେ ଚାଲିଛି ନାଟକ ପ୍ରସ୍ତୁତି । ଯେଉଁଠି କଳାକାର ମାନେ ଗୋଟିଏ ପରେ ଗୋଟିଏ ସିନ୍ କୁ ରିଟେକ୍ ଦେଉଛନ୍ତି ଆଉ ଜୋରସୋର ଚାଲିଛି ମେକିଂ ।
କଳାକାରଙ୍କ ବେଶଭୂଷା ପରିପାଟ୍ଟି ଓ ଥାଟ୍ଟବାଟ୍ଟକୁ ବି ବେଶ୍ ଧ୍ୟାନ ଦିଆଯାଇଛି । ଏକ ଭିନ୍ନ ଅନ୍ଦାଜରେ ମଇଦାନକୁ ଓହ୍ଲେଇବା ଉଦ୍ଦେଶ୍ୟରେ ନାଟକ- ଚଣ୍ଡାଶୋକ ର ପ୍ରସ୍ତୁତି ଚଳାଇଛି ପାର୍ଟି । ଓଡ଼ିଶାର ଅସ୍ମିତା, ଐତିହ୍ୟ, କଳା ସ୍ଥାପତ୍ୟ ତଥା କଳିଙ୍ଗ ବିରତ୍ୱର କଥା ଓ ଗାଥାକୁ ଯାତ୍ରା ମଞ୍ଚରେ ପରିବେଷଣ କରିବା ଲାଗି କାହାଣୀକୁ ଫାଇନାଲ ଟଚ୍ ଦିଆଯାଉଛି ।
ସେପଟେ ଯାତ୍ରା ମଂଚରେ ସ୍ୱତନ୍ତ୍ର ଭାବେ ଏଥର ଘୋଡ଼ାର ଏଣ୍ଟ୍ରି ଦେଖିବେ ଦର୍ଶକ । ଚଣ୍ଡାଶୋକ ନାଟକର ଏକ ଅଂଶ ଭାବେ ଘୋଡ଼ାକୁ ମଂଚସ୍ଥ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି, ପେଣ୍ଡାଲ ଉପରେ ଘୋଡ଼ାରେ ବସି ଅଭିନେତା ତାଙ୍କ ଅଭ୍ୟାସ ଜାରି ରଖିଛନ୍ତି । ଯାତ୍ରା ମଂଚରେ ଜୀବନ୍ତ ଅଭିନୟ ସାଙ୍ଗକୁ ଜୀବନ୍ତ ଘୋଡ଼ାର ବ୍ୟବହାରକୁ ନେଇ କଳାକାର ମାନଙ୍କୁ ବି ସ୍ୱତନ୍ତ୍ର ତାଲିମ୍ ଦିଆଯାଉଛି ।
ମଂଚ ପ୍ରସ୍ତୁତ, ନାଟକ ପ୍ରସ୍ତୁତ, କଳାକାର ବି ପ୍ରସ୍ତୁତ, ଏଥର ମଇଦାନରେ ହେବ ଲଢେଇ, ଚଳିତ ଯାତ୍ରା ସିଜନ୍ ରେ ସମସ୍ତ ପାର୍ଟି ସ୍ୱତନ୍ତ୍ର ଆକର୍ଷଣ ସହ ଦର୍ଶକଙ୍କୁ ଭିନ୍ନ ସ୍ୱାଦର ନାଟକ ଭେଟି ଦବାକୁ ଆଗେଇଆସିଛନ୍ତି ।
ବର୍ତ୍ତମାନର ପିଢିଙ୍କ ମନରେ ଇତିହାସର ସେହି କଳା କାହାଣୀକୁ ଉଜ୍ଜୀବିତ କରିବା ଲାଗି ଫୁଲ୍ ଦମ୍ ରେ ପ୍ରୟାସ ଜାରି ରହିଛି । ତେବେ ପୌରାଣିକ କାହାଣୀକୁ ନାଟକୀୟ ଠାଣି ଓ ବାଣୀରେ ଭେଟିଦବା ଲାଗି ସମସ୍ତ କଳାକାର ବି ବେଶ୍ ଉତ୍ସାହିତ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)