/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686041547.jpg)
Film Adipurush Makers Will Dedicate One Seat in Every Theatre For Lord Hanuman
ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଚଳିତ ମାସ ବହୁତ ଖାସ୍ ହେବାକୁ ଯାଉଛି। ଦୀର୍ଘ ଦିନର ଅପେକ୍ଷା ପରେ ଫିଲ୍ମ ‘ଆଦିପୁରୁଷ’ ଜୁନ୍ ୧୬ରେ ରିଲିଜ ହେବ। ଏହାପୂର୍ବରୁ ଫିଲ୍ମର ପ୍ରମୋସନ ଆରମ୍ଭ ହୋଇଯାଇଛି। ରାମାୟଣର କାହାଣୀ ଉପରେ ଆଧାରିତ ‘ଆଦିପୁରୁଷ’ ର ରିଲିଜ୍ ପୂର୍ବରୁ ମେକର୍ସ ବଡ଼ ଘୋଷଣା କରିଛନ୍ତି।
‘ଆଦିପୁରୁଷ’ ମେକର୍ସଙ୍କ ବଡ଼ ଘୋଷଣା...
ମେକର୍ସ ନିଷ୍ପତ୍ତି ନେଇଛନ୍ତି ଯେ, ଫିଲ୍ମର ସ୍କ୍ରିନିଂ ବେଳେ ସମସ୍ତ ଥିଏଟରରେ ଗୋଟିଏ ସିଟ୍ ଖାଲି ରହିବ। ଏହି ସିଟ୍ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରାଯିବ। ଭଗବାନ ହନୁମାନଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ପାଳନ ଉଦ୍ଦେଶ୍ୟରେ ଏଭଳି କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ମେକର୍ସଙ୍କ ବୟାନରେ କୁହାଯାଇଛି ଯେ, ଯେବେବି ରାମାୟଣ ପାଠ କରାଯାଏ, ସେହି ସମୟରେ ଭଗବାନ ହନୁମାନ ପ୍ରକଟ ହୋଇଥାନ୍ତି। ଏହା ଆମର ବିଶ୍ୱାସ। ଲୋକଙ୍କ ଏହି ବିଶ୍ୱାସକୁ ସମ୍ମାନ କରି ‘ଆଦିପୁରୁଷ’ ର ପ୍ରତ୍ୟେକ ସ୍କ୍ରିନିଂ ବେଳେ ଗୋଟିଏ ସିଟ୍ ରିଜର୍ଭ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।
ଅଧିକ ପଢ଼ନ୍ତୁ: ରିଲିଜ୍ ହେବା ପୂର୍ବରୁ ୬୫ ପ୍ରତିଶତ ରୋଜଗାର କରିସାରିଲାଣି 'ଆଦିପୁରୁଷ'; କେମିତି…
Team #Adipurush to dedicate one seat in every theater for Lord Hanuman 🚩🙏🏻
Jai Shri Ram 🙏 #Adipurush in cinemas worldwide on 16th June! ✨ #AdipurushTrailer2#AdipurushOnJune16th#AdipurushActionTrailer#AdipurushIn3D#Prabhas#SaifAliKhan#KritiSanon#SunnySingh#OmRautpic.twitter.com/UcP7Aafks8
— Movies wallah (@Movies_Wallah) June 6, 2023
ତାନାଜୀ ଫେମ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ସିନେମା ୬ ମାସ ପୂର୍ବରୁ ରିଲିଜ୍ ହେବାର ଥିଲା। କିନ୍ତୁ ଟ୍ରେଲରରେ ଚରିତ୍ର ଚିତ୍ରଣ, ଲୁକ୍ସ ଏବଂ ପରିକଳ୍ପନାକୁ ନେଇ ବିବାଦ ଦେଖା ଦେଇଥିଲା। ପରିସ୍ଥିତି ଏମିତି ହେଲା କି ଫିଲ୍ମର ରିଲିଜକୁ ଘୁଞ୍ଚାଇବାକୁ ପଡ଼ିଥିଲା। ୫୦୦ କୋଟିରେ ନିର୍ମିତ ‘ଆଦିପୁରୁଷ’ରେ ଆଉ ୧୦୦ କୋଟି ବିନିଯୋଗ କରାଯାଇ VFXକୁ ବଦଳା ଯାଇଥିଲା। ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ସିନେମା ଜୁନ୍ ୧୬ରେ ସାରା ଭାରତରେ ରିଲିଜ୍ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)