Advertisment

ରିଲିଜ୍ ହେବା ପୂର୍ବରୁ ୬୫ ପ୍ରତିଶତ ରୋଜଗାର କରିସାରିଲାଣି 'ଆଦିପୁରୁଷ'; କେମିତି…

ସବୁ ସିନେ ପ୍ରେମୀଙ୍କ ନଜର ଏବେ ଜୁନ ୧୬ ରେ ସ୍ଥିର। କାରଣ ଓମ୍‌ ରାଓତଙ୍କ ଫିଲ୍ମ 'ଆଦିପୁରୁଷ' ଏହି ଦିନ ରିଲିଜ୍‌ ହେବାକୁ ଯାଉଛି। କୁହାଯାଉଛି ଯେ ଏହା ରିଲିଜ୍‌ ହେବା ପୂର୍ବରୁ ପ୍ରାୟ ୬୫ ପ୍ରତିଶତ ରୋଜଗାର କରିସାରିଛି। କିପରି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Adipurush Box Office Collection

Adipurush recovers rupees 432 crore before its release

ଜୁନ୍ ମାସ ଆରମ୍ଭ ହୋଇଛି ଏବଂ ମନୋରଞ୍ଜନ ଦୃଷ୍ଟିରୁ ଅନେକ ଚଳଚ୍ଚିତ୍ର ଏହି ମାସରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ସମସ୍ତଙ୍କ ଆଖି ଜୁନ ୧୬ ରେ ସ୍ଥିର ହୋଇଛି କାରଣ ଓମ୍‌ ରାଓତଙ୍କ ଫିଲ୍ମ 'ଆଦିପୁରୁଷ' ଏହି ଦିନ ରିଲିଜ୍‌ ହେବାକୁ ଯାଉଛି। ପ୍ରଭାସ, ସୈଫ୍‌ ଅଲି ଖାନ, କ୍ରିତି ସାନନ, ସନୀ ସିଂହଙ୍କ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳେ। ଫିଲ୍ମକୁ ନେଇ ବଡ ଖବର ସାମ୍ନାକୁ ଆସୁଛି ଯେ ଏହା ରିଲିଜ୍‌ ହେବା ପୂର୍ବରୁ ପ୍ରାୟ ୬୫ ପ୍ରତିଶତ ରୋଜଗାର କରିସାରିଛି। କିପରି ଆସନ୍ତୁ ଜାଣିବା।

Advertisment

ଓମ୍ ରାଓତଙ୍କ ଫିଲ୍ମ 'ଆଦିପୁରୁଷ'ର ଟିଜର ଆସିବା ଦିନଠାରୁ ଏହି ଚଳଚ୍ଚିତ୍ରଟି ଚର୍ଚ୍ଚାର ବିଷୟ ପାଲଟିଛି। ଚଳଚ୍ଚିତ୍ରର ଟ୍ରେଲର୍‌ ଏବଂ ଗୀତଗୁଡ଼ିକ ଲୋକଙ୍କ ଭଲ ପାଇବା ପାଇଛି ଏବଂ ବିଶ୍ୱାସ କରାଯାଏ ଯେ ପ୍ରଥମ ଦିନରୁ ଫିଲ୍ମ ଭଲ ରୋଜଗାର କରିବ।

ଅଧିକ ପଢ଼ନ୍ତୁ: 'ଆଦିପୁରୁଷ'ରେ ଖର୍ଚ୍ଚ ହୋଇଛି ୬୦୦ କୋଟି; ଜାଣନ୍ତୁ କିଏ ନେଇଛନ୍ତି କେତେ

Advertisment

ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ପ୍ରଭୁ ରାମ, କ୍ରିତିଙ୍କୁ ମା’ ସୀତା, ସନୀ ସିଂହ ଲକ୍ଷ୍ମଣ, ସୈଫ୍‌ ଅଲି ଖାନ ରାବଣ ଏବଂ ଦେବଦତ୍ତ ଗଜାନନ ନାଗେ ହନୁମାନ ଭୂମିକାରେ ନଜର ଆସିବେ। ଫିଲ୍ମର ବଜେଟ୍ ବିଷୟରେ କହିବାକୁ ଗଲେ ଏହା ମୋଟ ୭୦୦ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି କୁହାଯାଉଛି। ଏହାର ଅର୍ଥ ଏହି ମେଗା ବଜେଟ୍ ଚଳଚ୍ଚିତ୍ର ପାଇଁ ବହୁ ଅର୍ଥ ଖର୍ଚ୍ଚ ହୋଇଛି।

ପ୍ରଭାସଙ୍କ ଏହି ବଡ ବଜେଟ୍ ଚଳଚ୍ଚିତ୍ର ଉପରେ ସମସ୍ତଙ୍କ ନଜର ରହିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ର ରିଲିଜ୍‌ ହେବା ପୂର୍ବରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିସାରିଲାଣି। ଚଳଚ୍ଚିତ୍ରଟି ୪୩୨ କୋଟି ଟଙ୍କାର ପ୍ରି-କଲେକ୍‌ସନ୍ କରିଛି। ଅର୍ଥାତ୍ ଚଳଚ୍ଚିତ୍ରଟି ଏହାର ବଜେଟର ପ୍ରାୟ ୬୫ ପ୍ରତିଶତ ରୋଜଗାର କରିସାରିଲାଣି।

ବିଶେଷ ସୂଚନାରୁ ଜଣାପଡିଛି ଯେ ଏହି ଚଳଚ୍ଚିତ୍ର ସାଟେଲାଇଟ୍, ମ୍ୟୁଜିକ୍, ଡିଲିଟାଲ୍ ଏବଂ ଅନ୍ୟାନ୍ୟ ଅଧିକାରଗୁଡିକରେ ପ୍ରାୟ ୨୪୭ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହା ବ୍ୟତୀତ୍‌ ସାଉଥ ବେଲ୍ଟରେ ଏହାର ସର୍ବନିମ୍ନ ଗ୍ୟାରେଣ୍ଟି ଥିଏଟର ରେଭେନ୍ୟୁ ୧୮୫ କୋଟି ଟଙ୍କା ରଖାଯାଇଛି କାରଣ ସେଠାରେ ପ୍ରଭାସଙ୍କ ଚଳଚ୍ଚିତ୍ର ପାଇଁ କ୍ରେଜ୍ ରହିଛି।

'ଆଦିପୁରୁଷ'କୁ ମିଳୁଥିବା ପ୍ରତିକ୍ରିୟାକୁ ଦେଖି ବାଣିଜ୍ୟ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଫିଲ୍ମଟି ପ୍ରଥମ ଦିନରେ ଏକ ରେକର୍ଡ ରୋଜଗାର କରିପାରେ। ଆକଳନ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ ରୋଜଗାର କରିବ।

ଫିଲ୍ମର ସବୁ କଳାକାରମାନେ ଓମ୍ ରାଉତଙ୍କ ଫିଲ୍ମକୁ ପ୍ରମୋଟ୍ କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଫିଲ୍ମରେ 'ରାବଣ'ର ଭୂମିକାରେ ଅଭିନୟ କରିଥିବା ସୈଫ୍‌ ଅଲି ଖାନ ପରଦା ପଛରେ ଅଛନ୍ତି। ସେ ପ୍ରମୋସନାଲ୍‌ ଇଭେଣ୍ଟରୁ ଦୂରରେ ଅଛନ୍ତି।

Prabhas Saif Ali Khan Bollywood Adipurush
Advertisment
Advertisment