• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଫିଲ୍ମ 'ଜୟ ଭୀମ୍' କୁ ମିଳିଛି ପ୍ରଶଂସା

  • ଦର୍ଶକଙ୍କୁ କିମିୟା କରିଛି ସୁରିୟାଙ୍କ ଅଭିନୟର ଯାଦୁ

ଭୁବନେଶ୍ୱର(ପ୍ରସନ୍ନଜିତ୍ ରାୟ): ଫିଲ୍ମ 'ଜୟ ଭୀମ୍' କୁ ମିଳିଛି ପ୍ରଶଂସା । ସାଉଥ ସୁପର ଷ୍ଟାର ସୁରିୟାଙ୍କ ଅଭିନୟର ଯାଦୁ କିମିୟା କରିଛି ଦର୍ଶକଙ୍କୁ । ତାମିଲ ଫିଲ୍ମ ‘ଜୟ ଭୀମ୍ ଦର୍ଶକୁ ବହୁତ ପସନ୍ଦ ଆସିଥିବା ବେଳେ ଫିଲ୍ମର ଚିତ୍ରନାଟ୍ୟ, କାହାଣୀ, ଅଭିନୟ ଦର୍ଶକଙ୍କ ଥମ୍ସ ଅପ୍‌ ମିଳିଛି ।  କିପରି ଆଦିବାସୀଙ୍କ ପ୍ରତି ସମାଜରେ ଘୃଣା ଓ ଅପମାନଜନକ ବ୍ୟବହାର ହେଉଛି ତାହାର ଜ୍ୱଳନ୍ତ ଚିତ୍ର ସିନେମାରେ ବର୍ଣ୍ଣନା କରାଯାଇଛି। ସମାଜରେ ପ୍ରଚଳିତ ଜାତି ପ୍ରଥା ପାଇଁ କିପରି ଗୋଟିଏ ପରେ ଗୋଟିଏ ପରିବାର ନଷ୍ଟ ହେଉଛି ତା ଉପରେ ସଂପୂର୍ଣ୍ଣ କାହାଣୀ ଆଧାରିତ।

ସଂଘର୍ଷ, ସ୍ୱାଭିମାନ ଓ ସାହସର କାହାଣୀକୁ ଫିଲ୍ମରେ ଦର୍ଶାଯାଇଛି । ୧୯୯୩ରେ ଘଟିଥିବା ଏହି ଘଟଣାକୁ ବେଶ ନିଖୁଣତାର ସହ ସ୍କିନ୍‌ରେ ପରିବେଷଣ କରାଯାଇଛି । ଫିଲ୍ମର କାହାଣୀରେ ରାଜା କନୁ ଓ ସେଙ୍ଗନ୍‌, ସ୍ୱାମୀ-ସ୍ତ୍ରୀ ଉଭୟ ବେଶ ଖୁସିରେ ଜୀବନ କାଟୁଥିଲେ। ତେବେ ଏକ ଚୋରୀ ମାମଲାରେ ତାଙ୍କୁ ପୋଲିସ୍‌ ଛନ୍ଦି ଦିଏ । ପରେ ଆହୁରୀ କିଛି ବ୍ୟକ୍ତିଙ୍କୁ ଗିରଫ କରାଯାଏ । ହାଜତରେ ସୀମା ଟପେ ଅତ୍ୟାଚାର। ମହିଳାଙ୍କ ଉପରେ ବି ପୋଲିସ୍‌ ଅତ୍ୟାଚାର କରିବାକୁ ପଛାଏନି। ତେବେ ଆଦିବାସୀଙ୍କୁ ନ୍ୟାୟ ଦେବାକୁ ସାମ୍ନାକୁ ଆସନ୍ତି ସାହାସୀ ଆଇନଜୀବୀ ତଥା ବର୍ତ୍ତମାନର ଜଷ୍ଟିସ୍‌ କେ ଚନ୍ଦ୍ରୁ। 

କାହାଣୀକୁ ଜୀବନ୍ତ କରିଛି ଭର୍ସାଟାଇଲ୍‌ ଓ ଟ୍ୟାଲେଟେଣ୍ଟ କଳାକାରଙ୍କ ଅଭିନୟ । ଆଇନଜୀବୀ ଚନ୍ଦ୍ରୁଙ୍କ ଭୂମିକାରେ ନଜର ଆସିଛନ୍ତି ସୁରିୟା । ଡାଇଲଗ୍‌ ଡେଲିଭେରୀ, ଲୁକ୍‌ ଓ ଷ୍ଟାଇଲ୍‌ ଦର୍ଶକଙ୍କୁ ବିମୋହିତ କରିଛି। ସୁରାରି ପୋଟ୍‌ରୁ’, ‘ନବ୍‌ ରସ୍‌’ ପରେ ସୁରିୟାଙ୍କ ଏହା ତୃତୀୟ ହିଟ୍‌ ଫିଲ୍ମ। ସୁରୟାଙ୍କ ଏହା ତୃତୀୟ ଲଗାତାର ହିଟ୍‌ ସିନେମା ।

 

Film 'JAI BHIM'Film 'JAI BHIM'

ମାଲାୟଲମ୍‌ ଅଭିନେତ୍ରୀ ଲିଜୋ ସେଙ୍ଗନୀ ଭୂମିକାରେ ଅଭନୟ କରିଛନ୍ତି। ଯାହା ଯେତେ ବୋଲ୍‌ଡ ସେତେ ନିଖୁଣ ପ୍ରଦର୍ଶନ ହୋଇଛି । ପ୍ରକାଶ ରାଜ୍‌ଙ୍କ ସମେତ ଅନ୍ୟ ପାର୍ଶ୍ୱ ଅଭିନେତା, ଅଭିନେତ୍ରୀଙ୍କ ଦମଦାର ଅଭିନୟ ସ୍କିନ୍‌ ପ୍ରତି ଅଧିକ ଆକର୍ଷିତ କରିଛି । ଫିଲ୍ମର ପ୍ରତିଟି ସିନ୍‌ ଏତେ ଭଲ ହୋଇଛି ଯାହା ଦର୍ଶକଙ୍କୁ ତାଳି ଓ ହୁଇସିଲ୍‌ ମାରିବାକୁ ବାଧ୍ୟ କରିବ। ତେବେ ଫିଲ୍ମଟି ତାମିଲ, ତେଲୁଗୁ, ହିନ୍ଦୀ ଏବଂ ଇରଂଜୀ ଭଳି ଭାଷାରେ ଓଟିଟି ପ୍ଲାଟଫର୍ମ ଅମାଜନ୍ ପ୍ରାଇମ ଭିଡିଓରେ ଫିଲ୍ମ ରିଲିଜ୍‌ ହୋଇଛି।